ଗୁରୁ-ଶିଷ୍ୟର ପବିତ୍ର ସର୍ମ୍ପକରେ କଳଙ୍କ । ଅଭଦ୍ରାମୀର ସୀମା ଟପିଲେ ଛାତ୍ର, ଶିକ୍ଷୟତ୍ରୀଙ୍କୁ ଚେୟାରରେ ପିଟିଲେ । ଭଡିଓ ଭାଇରାଲ

2,497

ଛାତ୍ରଛାତ୍ରୀଙ୍କ ପ୍ରତି ଶିକ୍ଷକ-ଶିକ୍ଷୟତ୍ରୀ ନିର୍ୟାତନା ଦେଉଥିବାର ଖବର ଆପଣ ଅନେକ ଥର ପଢ଼ିଥିବେ । କିନ୍ତୁ ଏବେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯାହାକି ଗୁରୁ-ଶିଷ୍ୟର ପବିତ୍ର ସମ୍ପର୍କରେ କଳଙ୍କ ଲଗାଇଛି । କାରଣ କିଛି ଛାତ୍ର ନିଜର ଔଦ୍ଧତ୍ୟ ଯୋଗୁଁ ଶିକ୍ଷୟତ୍ରୀଙ୍କୁ ମାଡ ମାରିବାକୁ ମଧ୍ୟ ପଛାଇନାହାନ୍ତି ।  ଅଭଦ୍ରାମିର ସୀମା ଟପିଛନ୍ତି କିଛି ଛାତ୍ର । ଶିକ୍ଷୟତ୍ରୀଙ୍କୁ ମାଡ ମାରିବା ସହ ଅସଦବ୍ୟବହାର କରିଛନ୍ତି।

ସିସିଟିଭିରେ ଏହି ଘଟଣା କଏଦ ହୋଇଥିବାବେଳେ ଏହି ଘଟଣାକୁ ଏବେ ସବୁଠି ନିନ୍ଦା କରାଯାଉଛି । ମିଳିଥିବା ସୂଚନା ମୁତାବକ ଉତ୍ତରପ୍ରଦେଶର ରାୟବରେଲୀରେ ଥିବା ଗାନ୍ଧୀ ବାଳ ସଂରକ୍ଷଣ ଗୃହରେ କିଛି ଛାତ୍ର ଶିକ୍ଷୟତ୍ରୀଙ୍କୁ ମାଡ ମାରିଥିଲେ । କୁହାଯାଉଛି ଯେ କିଛି ଘଟଣାକୁ ନେଇ ଛାତ୍ର ଓ ଶିକ୍ଷୟତ୍ରୀଙ୍କ ମଧ୍ୟରେ ମତଭେଦ ହୋଇଥିଲା। ଏହା ପରେ ଛାତ୍ରମାନେ ଉତକ୍ଷିପ୍ତ ହୋଇ ଶିକ୍ଷୟତ୍ରୀଙ୍କୁ ମାଡ ମାରିବା ସହ ବାଥରୁମରେ ତାଲା ପକାଇଦେଇଥିଲେ। ଏହି ଘଟଣାଟି ସିସିଟିଭି କ୍ୟାମେରାରେ କଏଦ ହୋଇଥିବାବେଳେ ଆଜି ଶିକ୍ଷୟତ୍ରୀଜଣକ ଉପରିସ୍ଥ ଅଧିକାରୀଙ୍କୁ ଅଭିଯୋଗ କରିଛନ୍ତି ।