ସଠିକ୍ ସମୟରେ ପହଚିଂପାରିଲାନି ଆମ୍ବୁଲାନ୍ସ ! ମାଲକାନଗିରିରେ ଅଧାବାଟରେ ପ୍ରସବ କଲେ ମହିଳା, ସେପଟେ ଶିଶୁକୁ ମୃତ ଘୋଷଣା କଲେ ଡାକ୍ତର

30

କନକ ବ୍ୟୁରୋ : ପୁଣି ଅପହଚଂ ମାଲକାନଗିରିରେ ଦେଖିବାକୁ ମିଳିଛି ଏକ ଦୁଃଖଦ ଘଟଣା । ମିଳିଥିବା ସୂଚନା ଅନୁସାରେ ମାଲକାନଗିରିର ବିଡାରପାକନା ଗ୍ରାମରେ ଜଣେ ମହିଳାଙ୍କ ପ୍ରସବ ଯନ୍ତ୍ରଣା ଅନୁଭୂତ ହେବାରୁ ତାଙ୍କ ପରିବାର ଲୋକ ୧୦୮ ଓ ୧୦୨ ଆମ୍ବୁଲାନ୍ସକୁ ଫୋନ କରିଥିଲେ । ତେବେ ଦୁର୍ଗମ ସ୍ଥାନ ହୋଇଥିବାରୁ ଫୋନ ଲାଗିନଥିଲା ତେବେ ପ୍ରସବ ଯନ୍ତ୍ରଣା ବଢିବା ସହ କୈାଣସି ଆଶା ଦେଖାନଦେବାରୁ ପରିବାରଲୋକ ତାଙ୍କୁ ଖଟିଆରେ ବୋହି ମେଡିକାଲକୁ ନେଉଥିଲେ ।

ତେବେ ଖଟିଆରେ ପ୍ରାୟ ୬ କିଲୋମିଟର ଯିବା ପରେ ବଡପୋଡା ପଚାଂୟତ ନିକଟରେ ବିଏସଏଫ ଆମ୍ବୁଲାନ୍ସରେ ତାଙ୍କୁ ଚିତ୍ରକୋଣ୍ଡା ଡାକ୍ତରଖାନାକୁ ନିଆଯାଉଥିବା ବାଟରେ ହିଁ ପ୍ରସବ ହୋଇଥିଲା । ତେବେ ମେଡିକାଲରେ ପହଚିଂବାପରେ ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଥିଲେ । ତେବେ ବାରମ୍ବ।ର ଏପରି ଘଟଣା ସାମନାକୁ ଆସିବାପରେ ମଧ୍ୟ କୈାଣସି ସୁଫଳ ମିଳୁନାହିଁ । କେବଳ ମାଲକାନଗିରିରେ ଗତ ୨ମାସ ମଧ୍ୟରେ ୭ରୁ ଉଦ୍ଧ୍ୱର୍ ଏପରି ଅଭିଯୋଗ ଆସିଲାଣି । ହେଲେ ପ୍ରଶାସନ କୈାଣସି ପ୍ରକାର ପଦକ୍ଷେପ ଗ୍ରହଣ କରୁନଥିବାରୁ ଏପରି ଅଧାବାଟରେ ପିଲାଜନ୍ମ ହେବା ସହ ଶିଶୁ ମୃତ୍ୟୁହାର ବଢୁଛି ବୋଲି ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି ।