ଖାପ୍ ପଂଚାୟତ ଘଟଣାରେ ନୂଆ ମୋଡ : ପଂଚାୟତର ନିଷ୍ପତ୍ତି ଓ ଅପମାନ ସହି ନ ପାରି ଆତ୍ମହତ୍ୟା କରିଥିବା ଯୁବକର ମୃତ୍ୟୁ ପୂର୍ବର ଭିଡିଓ ଭାଇରାଲ

63

କନକ ବ୍ୟୁରୋ : ମାଲକାନଗିିରି ଜିଲ୍ଲା ବାପାନପାଲି ଗାଁ ଖାପ୍ ପଂଚାୟତ ଘଟଣାରେ ନୂଆ ମୋଡ । କାଲିମେଳା ଥାନା ବାପାନପାଲରେ ପଂଚାୟତର ନିଷ୍ପତ୍ତି ଓ ଅପମାନ ସହି ନ ପାରି ଆତ୍ମହତ୍ୟା କରିଥିବା ଯୁବକର ମୃତ୍ୟୁ ପୂର୍ବର ଏକ ଭିଡିଓ ହୋଇଛି ଭାଇରାଲ । ମୃତ ଯୁବକ ଦିପଙ୍କର ନିଜ ମୃତ୍ୟୁ ପାଇଁ ୩ ଜଣଙ୍କୁ ଦାୟୀ କରିଛନ୍ତି । ଗାଁର ୩ ଜଣ ଲୋକଙ୍କ ନାଁ ନେଇ ଏହି ତିନି ଜଣ ହିଁ ତାଙ୍କୁ ଫସେଇ ଥିବା ଦିପଙ୍କର ଏହି ଭିଡିଓରେ ସ୍ପଷ୍ଟ କରିଛନ୍ତି । ଆଉ ପଂଚାୟତରେ ଅପମାନିତ ହେବା ପରେ ସେ ଆତ୍ମହତ୍ୟା କରିଥିବା ଭିଡିଓରେ କହିଛନ୍ତି ଦିପଙ୍କର ।

ଏକ ପ୍ରେମ ପ୍ରସଙ୍ଗରେ ମଧ୍ୟସ୍ଥି କରିଥିବା ଘଟଣାକୁ କେନ୍ଦ୍ର କରି ଗତ ଗୁରୁବାର ଦିନ ଦିପଙ୍କରଙ୍କୁ ଗାଁ ପଂଚାୟତରେ ନିସ୍ତୁୁକ ମାଡ ମରାଯାଇଥିଲା । ଖାଲି ସେତିକି ନୁହେଁ, ୧୫ ହଜାର ଟଙ୍କା ଜରିମାନା ମଧ୍ୟ କରିଥିଲେ ଗାଁ ମୁଖିଆ ମାନେ । ଗାଁ ଦାଣ୍ଡରେ ଅପମାନ ସହି ନ ପାରି ଦିପଙ୍କର ସେହି ରାତିରେ ହିଁ ଆତ୍ମହତ୍ୟା କରିଥିଲେ । ତେବେ ଏହି ଘଟଣାରେ ପୋଲିସ ଏଯାଏ କାହାକୁ ଗିରଫ କରି ନଥିବା ଜଣା ପଡିଛି ।

ସୂଚନା ଅନୁଯାୟୀ, ଏମପିଭି-୨୦ଗାଁର ଜଣେ ଯୁବକ ଦୀର୍ଘ ଦିନ ହେଲା ଏମପିଭି-୧୯ଗାଁର ଜଣେ ନାବଳିକାକୁ ଭଲ ପାଉଥିଲେ। କିନ୍ତୁ ଗାଁ ଲୋକଙ୍କ ନଜରରେ ଏହି ପ୍ରେମ ସଂପର୍କ ପଡିବାରୁ ଗାଁରେ ଖାପ୍ ପଞ୍ଚାୟତ ବସିଥିଲା। ଉଭୟ ପ୍ରେମିକ, ପ୍ରେମିକା ଏବଂ ସେମାନଙ୍କ ପରିବାର ଲୋକଙ୍କୁ ଡକାଇ ଜେରା କରାଗଲା। ଏହି ସଂପର୍କକୁ ଏମପିଭି-୨୦ ଗାଁର ଦୀପଙ୍କରଙ୍କ ସ୍ୱୀକୃତି ଓ ସମର୍ଥନ ରହିଥିବା ନେଇ ବି ଜଣାପଡିଥିଲା। ତେଣୁ ଖାପ୍ ପଞ୍ଚାୟତ ନ୍ୟାୟ ନିଶାପ ହଠାତ୍ ଭିନ୍ନ ମୋଡ ନେଇଥିଲା। ଦୀପଙ୍କରଙ୍କୁ ଡକାଇ ସମସ୍ତଙ୍କ ସାମ୍ନାରେ ଗ୍ରାମ କମିଟି ସଦସ୍ୟ ପିଟିଥିଲେ । ଅପରାଧୀ ଭଳି ବ୍ୟବହାର କରି ୧୫ହଜାର ଟଙ୍କା ଜରିମାନା ବାବଦରେ ଗ୍ରାମ କମିଟି ନିକଟରେ ଜମା କରିବାକୁ ନିର୍ଦେଶ ଦେଲେ । କିନ୍ତୁ ଗାଁ ଦାଣ୍ଡରେ ଅପମାନ ସହିନପାରି ସେହି ଦିନ ରାତିରେ ଆତ୍ମହତ୍ୟା ଦୀପଙ୍କର କରିଥିଲେ ।