ଯୋଗୀଙ୍କ ଗଡରେ ପୁରୁଷ ବି ନୁହଁନ୍ତି ସୁରକ୍ଷିତ ! ପତ୍ନୀଙ୍କ ଠାରୁ ନିର୍ଯାତିତ ହୋଇ ୬ହଜାର୬୪୬ ସ୍ୱାମୀ ହେଲେ ପୋଲିସର ଦ୍ୱାରସ୍ଥ

29

କନକ ବ୍ୟୁରୋ : ଅନେକ ଭାବନ୍ତି ବିବାହ ପରେ ମହିଳାମାନେ ସର୍ବାଧିକ ହିଂସା ଓ ନିର୍ଯାତନାର ଶିକାର ହୁଅନ୍ତି । କିନ୍ତୁ ମହିଳାଙ୍କ ଅପେକ୍ଷା ପୁରୁଷମାନେ ଅଧିକ ନିର୍ଯାତନାର ଶିକାର ହେଉଛନ୍ତି । ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିଲେ ବି ସତ । ସବୁବେଳେ କୁହାଯାଏ , ଭାରତୀୟ ମହିଳାମାନେ ବିବାହ ପରେ ସବୁଠାରୁ ଅଧିକ ହିଂସାର ଶିକାର ହୋଇଥାଆନ୍ତି । ଉତ୍ତରପ୍ରଦେଶରେ ଅନେକ ପୁରୁଷ ବୈବାହିକ ହିଂସାର ଶିକାର ହେଉଥିବା ନଜରକୁ ଆସିଛି ।

ଉତ୍ତରପ୍ରଦେଶରେ ନିଜ ସ୍ତ୍ରୀମାନଙ୍କ ଦ୍ୱାରା ହିଂସାର ଶିକାର ହୋଇ ବା ମାଡ ଖାଇ ୬ହଜାର ୬୪୬ ଜଣ ପୁରୁଷ ପୋଲିସର ସହାୟତା ଲୋଡିଛନ୍ତି । ଅନେକ ବର୍ଷ ହେଲା ସେମାନେ ନିଜ ପତ୍ନୀମାନଙ୍କ ଦ୍ୱାରା ନିର୍ଯାତନା ଭୋଗୁଥିବା ପୋଲିସକୁ କହିଛନ୍ତି । କିନ୍ତୁ ବୈବାହିକ ହିଂସାରେ ପୁରୁଷଙ୍କ ଠାରୁ ଆଗରେ ରହିଛନ୍ତି ମହିଳା । ମାନସିକ ପାଉଥିବା କଷ୍ଟ ପାଉଥିବା ମହିଳାଙ୍କ ସଂଖା ୧ଲକ୍ଷ ୫୩ ହଜାର । ପ୍ରତିଦିନ ପାଖାପାଖି ୪୧୯ ଜଣ ମହିଳା ପୋଲିସ ନିକଟରେ ଅଭିଯୋଗ କରୁଛନ୍ତି । ଘରୋଇ ହିଂସାରେ ଶିକାର ହୋଇ ଅଭିଯୋଗ କରିଥିବା ମହିଳାଙ୍କ ସଂଖ୍ୟା ସାତ ଲକ୍ଷ ।

ମିଳିଥିବା ରିପୋର୍ଟ ଅନୁସାରେ ଉତ୍ତରପ୍ରଦେଶର ଗ୍ରାମାଂଚଳରେ ଘରୋଇ ହିଂସା କମ ହୋଇଥିବା ବେଳେ ସହରାଂଚଳରେ ଏହି ସଂଖ୍ୟା ଅଧିକ ।  ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଜିଲ୍ଲା ଗୋରଖପୁର, କାନପୁର, ଆହ୍ଲାବାଦ ଓ ଆଗ୍ରାରେ ଘରୋଇ ହିଂସାର ସବୁଠୁ ଅଧିକ ଅଭିଯୋଗ ହୋଇଛି । ଗୋରଖପୁର କୋଟୱାଲି ସହରରେ ସବୁଠୁ ଅଧିକ ଅଭିଯୋଗ ଆସିଥିବା ପୋଲିସ କହିଛି । ୟୁପିର ଏଡିଜି ଆଦିତ୍ୟ ମିଶ୍ର କହିଛନ୍ତି, ରାଜ୍ୟର ପାଂଚଟି ସହରରେ ନିର୍ଯାତନା ଅଭିଯୋଗ ଆଣିଥିବା ମହିଳାଙ୍କ ଉପରେ ଅନୁସନ୍ଧାନ ଚାଲିଛି । ତେବେ ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ୬ହଜାର ୫ଶହରୁ ଅଧିକ ପୁରୁଷ ସେମାନଙ୍କ ପତ୍ନୀଙ୍କ ଦ୍ୱାରା ହିଂସାର ଶିକାର ହୋଇଥିବା ଅଭିଯୋଗ ଆସିଛି ।