ପୁରୀ ବ୍ୟୁରୋ , କନକ ନ୍ୟୁଜ୍ : ପୁଣି ପୁରୀ ମାଳତୀପାଟପୁର ବସଷ୍ଟାଣ୍ଡରୁ ଖସିଲା ସିଲିଙ୍ଗ । ଅଳ୍ପକେ ବର୍ତିଲେ ପର୍ଯ୍ୟଟକ । ଗତମାସରେ ଏଠାରୁ ୪ଖଣ୍ଡ ସିଲିଂ ଖସିପଡିଥିଲା । ଗୋଟିଏ ବର୍ଷରେ ୮୦ କୋଟିର ପ୍ରକଳ୍ପର ହାଲ, ବେହାଲ । ନବକଳେବରକୁ ଦୃଷ୍ଟିରେ ରଖି ନିର୍ମାଣ ହୋଇଥିଲା ପୁରୀ ମାଳତୀପାଟପୁର ବସଷ୍ଟାଣ୍ଡ । ନବନିର୍ମିତ ଏହି ବସଷ୍ଟାଣ୍ଡର ଛାତରୁ ଖସୁଛି ବଡ଼ ବଡ଼ ପ୍ଲେଟ । ଏହାରି ଭିତରେ ୩ ଥର ଛାତ ଖସି ପଡ଼ିଲାଣି । ଅସରାଏ ବର୍ଷା ହୋଇଗଲେ ପାଣି ଗଳିବା ସହ ଗଳି ପଡୁଛି ବଡ଼ ବଡ଼ ପ୍ଲେଟ୍ । ଆଉ ଚଟାଣରେ ଜମୁଛି ବର୍ଷା ପାଣି । ଏବେବି ଅନେକ ପ୍ଲେଟ ଆଁ କରି ରହିଛି । କେତେବଳେ ଗଳିପଡ଼ିବ କିଛି ଠିକ୍ ଠିକଣା ନାହିଁ । ସାଧାରଣ ବସ୍ ପାଇଁ ନିର୍ମାଣ ହୋଇଥିବା ଏହି ଷ୍ଟାଣ୍ଡରେ ବର୍ତମାନ ପାଇଁ ଟୁରିଷ୍ଟ ବସ୍ ପାର୍କିଂ ଭାବେ ବ୍ୟବହାର କରାଯାଉଛି । ଏଥିପାଇଁ ସ୍ଥାନୀୟ ପ୍ରଶାସନକୁ ଲୋକେ ଦାୟୀ କରିଥିବା ବେଳେ ଏହାର ତୁରନ୍ତ ସମାଧାନ ଦାବି ହୋଇଛି ।
ପୁଣି ପୁରୀ ମାଳତୀପାଟପୁର ବସଷ୍ଟାଣ୍ଡରୁ ଖସିଲା ସିଲିଂ : ଅଳ୍ପକେ ବର୍ତିଲେ ପର୍ଯ୍ୟଟକ
/kanak/media/post_attachments/wp-content/uploads/2016/06/vlcsnap-2016-06-28-11h44m14s551.png)