୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଅଳଙ୍କାର କିଣି ମାଗଣାରେ ପାଇପାରିବେ ସ୍ୱର୍ଣ୍ଣମୁଦ୍ରା ! ଜାଣନ୍ତୁ କେଉଁ କମ୍ପାନୀ ଆଣିଲା ଏଭଳି ଅଫର୍ ।

98

ଆଗକୁ ଆସୁଛିି ଧନତେରସ୍ ଏବଂ ଦୀପାବଳୀ ପର୍ବ । ଏହି ପର୍ବକୁ ଆଖି ଆଗରେ ରଖି କମ୍ପାନୀ ଗ୍ରାହକଙ୍କୁ ଆକୃଷ୍ଟ କଲାଭଳି ଅଫର୍ ରଖୁଛନ୍ତି । ତେବେ ଏଥିମଧ୍ୟରେ ମାଲାୱାର ଗୋଲ୍ଡ ଆଣ୍ଡ୍ ଡାଏମଣ୍ଡସ୍ କମ୍ପାନୀ ଗ୍ରାହକଙ୍କୁ ମାଗଣା ସୁନାମୁଦ୍ରା ଦେବା ପାଇଁ ଏବେ ଅଭିଯାନ ଆରମ୍ଭ କରିଛି । ଅଫର୍ ଅନୁସାରେ ଗ୍ରାହକଙ୍କୁ ପ୍ରତିଥର ୧୦ ହଜାର ସୁନା ଅଳଙ୍କାର କିଣିବା ପରେ ଗୋଟିଏ ସୁନାମୁଦ୍ରା ଏବଂ ୧୦ ହଜାର ଟଙ୍କାର ହୀରା ଅଳଙ୍କାର କିଣିଲେ ଦୁଇଟି ସ୍ୱର୍ଣ୍ଣମୁଦ୍ରା ମାଗଣା ମିଳିବ । ତେବେ ଏହି ଅଫର୍ କେବଳ ନଭେମ୍ବର ୨୫ ତାରିଖ ପର୍ଯ୍ୟନ୍ତ ରହିବ । କମ୍ପାନୀ କହିବା ମୁତାବକ, କମ୍ପାନୀର ରୋପ୍ୟ ଜୟନ୍ତୀ ଅବସରରେ ଗ୍ରାହକଙ୍କୁ ୨୫୦ କିଲୋଗ୍ରାମ୍ ପର୍ଯ୍ୟନ୍ତ ସୁନାମୁଦ୍ରା ହାସଲ କରିବାର ମଉକା ମିଳୁଛି ।

ଏହି ଅଫର୍ ଅନୁସାରେ ପ୍ରତିଟି ମୁଦ୍ରାର ଓଜନ ୧୫୦ ମିଲିଗ୍ରାମ୍ ରହିବ । କମ୍ପାନୀ ଏନେଇ ଏକ ଟ୍ୟାଗଲାଇନ୍ ମଧ୍ୟ ଜାରୀ କରିଛି, “ଦୀପାବଳୀ ମନାନ୍ତୁ ମାଗଣା ସ୍ୱର୍ଣ୍ଣମୁଦ୍ରା ପାଆନ୍ତୁ” । କମ୍ପାନୀର କହିବାନୁସାରେ ଏହି ଅବଧିରେ ଏଳରୁ ଅଧିକ ଥର ଏହି ଅଫରର ଲାଭ ଉଠାଇପାରିବେ । ଧନତେରସ୍ ପାଇଁ ଗ୍ରାହକ ୪ ନଭେମ୍ବର ପୂର୍ବରୁ ଆଡଭାନ୍ସ ବୁକିଙ୍ଗ୍ କରି ଉକ୍ତ ଓଜନର ରୋପ୍ୟମୁଦ୍ରା ହାସିଲ କରିପାରିବେ ।