ନିଆଁର ଆଁରେ କଟକର ଆଉ ଏକ ସପିଂ ମଲ ! ହୁ ହୁ ହୋଇ ଜଳିଲା କଟକର କୁଇନ୍ସ କପଡା ସପିଂ ମଲ

13

କନକ ବ୍ୟୁରୋ : କଟକରେ ପୁଣି ସପିଂ ମଲରେ ଲାଗିଲା ନିଆଁ । ଚୌଧୁରୀ ବଜାର ସ୍ଥିତ ଏକ ଡ୍ରେସ ସୋ ରୁମରେ ନିଆଁ ଲାଗିଛି । ଖବର ପାଇ ଘଟଣାସ୍ଥଳରେ ୨ଟି ଦମକଳ ବାହନୀ ପହଂଚି ନିଆଁ ଲିଭାଇବାକୁ ଉଦ୍ୟମ କରୁଛନ୍ତି । ତେବେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ଏଥିରେ ମଲର ସମସ୍ତ ଡ୍ରେସ ପୋଡିଯାଇଛି । ତେବେ କେହି ଆହତ ହୋଇନଥିବା ଜଣାପଡିଛି । ତେବେ ଏହି ଅଗ୍ନିକାଣ୍ଡରେ କେତେ ଟଙ୍କାର ସମ୍ପତି ନଷ୍ଟ ହୋଇଛି ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ ।

କିଛି ଦିନ ତଳେ କଟକ ବାଦାମବାଡି ସ୍ଥିତ ସପିଂ ମଲ ସିଟି ଷ୍ଟାଇଲରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା । ଏଥିରେ କୋଟିଏରୁ ଅଧିକ ଟଙ୍କାର ସମ୍ପତି ପୋଡି ପାଉଁଶ ହୋଇଯାଇଥିଲା । ଏସବୁ ଭିତରେ ଆଜି ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଅଗ୍ନିଶମ ବିଭାଗ ଚଢାଉ କରିଛି । ଏକକାଳୀନ ୧୩ଟି ସ୍ଥାନରେ ଚଢାଉ ଜାରି ରଖିଛି ଅଗ୍ନିଶମ ବିଭାଗ । ହୋଟେଲ, ସପିଂ ମଲ ଓ ବିଭିନ୍ନ ସୁନା ଦୋକାନରେ ରେଡ ଚାଲିଛି । ଅଗ୍ନିଶମ ବିଭାଗର ସ୍ୱତନ୍ତ୍ର ଟିମ ଚଢାଉରେ ସାମିଲ ହୋଇଛନ୍ତି । ଟିମରେ ୭ ଜଣିଆ ତାଲିମପ୍ରାପ୍ତ ଅଫିସର ଅଛନ୍ତି । ଅଗ୍ନି ନିରାପତା ବ୍ୟବସ୍ଥା ନେଇ ଯାଚଂ ଚାଲିଛି । ଅଗ୍ନିଶମ ଡିଜି ବିକେ ଶର୍ମାଙ୍କ ନେତୃତ୍ୱରେ ରେଡ ହେଉଛି ।ଗୋଟିଏ ପଟେ କଟକ ଓ ଭୁବନେଶ୍ୱରର ସପିଂ ମଲରେ ଅଗ୍ନି ନିରାପତା ବ୍ୟବସ୍ଥାର ଯାଞ୍ଚ କରାଯାଉଥିବା ବେଳେ ଅନ୍ୟପଟେ ବାରମ୍ବାର ସପିଂ ମଲରେ ନିଆଁ ଲାଗିବା ସାଧାରଣ ଲୋକଙ୍କ ମନରେ ଭୟର ବାତାବରଣ ସୃଷ୍ଟି କରିଛି ।

Comments are closed.