ନୂଆ ମୋଡ଼ ନେଲା ମହାବୀରର ମୃତ୍ୟୁ ଘଟଣା : ମରିଥିଲା ନା ମାରିଦେଇଥିଲେ ଉପୁଜିଲା ସନ୍ଦେହ

ମହାବଳ ମହାବୀର ମୃତ୍ୟୁ କେମିତି ହେଲା ସସପେନ୍ସ ଜାରି ରହିଛି ।

143

କନକ ବ୍ୟୁରୋ : ଅନୁଗୋଳ ସାତକୋଶିଆ ଅଭୟାରଣ୍ୟ ରାଇଗୋଡାର ନୂଆଗଡ ଠାରେ ମହାବଳ ବାଘ ମହାବୀରର ମୃତଦେହ ଠାବ ହୋଇଥିଲା।ସାତକୋଶିଆରେ କେମିତି ମଲା ମହାବଳ ? ମହାବୀର ମୃତ୍ୟୁକୁ ନେଇ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ ବା ଏନଟିସିଏ ଓ ୱାଇଲ୍ଡ ଲାଇଫ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର(WII) ରିପୋର୍ଟରୁ କିଛି ସୂଚନା ମିଳିଛି । ଅନ୍ୟ କୌଣସି ପଶୁ ଶିକାର ବେଳେ ଟାର୍ଗେଟ ଭିତରକୁ ମହାବଳ ଆସିଥିବା କୁହାଯାଇଛି । ପରୋକ୍ଷରେ ଶିକାର କାରଣରୁ ମହାବଳର ମୃତ୍ୟୁ ହୋଇଥିବା କୁହାଯାଉଛି ।

ମହାବଳର ମୃତ୍ୟୁ ପରେ ସାତକୋଶିଆରେ ଏନଟିସିଏ ଓ ୱାଇଲ୍ଡ ଲାଇଫ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ସ୍ୱତନ୍ତ୍ର ଟିମ୍ ଆସି ତଦନ୍ତ କରିଥିଲେ । ଏନଟିସିଏର ର ଆଇଜି ଅମିତ ମଲିକ ଓ ୱାଇଲ୍ଡ ଲାଇଫ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ଡିଆର ରମେଶ ପୁଙ୍ଖାନୁପୁଙ୍ଖ ତଦନ୍ତ କରିଛନ୍ତି।ଆଉ ତଦନ୍ତ ପରେ ଏନଟିସିଏ ଏଡିଜିଙ୍କୁ ରିପୋର୍ଟ ଦିଆଯାଇଛି। ସେମାନଙ୍କ ରିପୋର୍ଟରେ ଶିକାର କାରଣରୁ ମହାବୀରର ମୃତ୍ୟୁ ହୋଇଥିବା କୁହାଯାଉଛି । ତେବେ ପୋଷ୍ଟ ମର୍ଟମ ରିପୋର୍ଟରୁ ମଲଟିପୁଲ ଅର୍ଗାନ ଫେଲୁଏର ଯୋଗୁଁ ମହାବଳ ମହବୀରର ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲା । ବେକରେ ଥିବା ଆଘାତ ଅଧିକ ସଂକ୍ରମିତ ହେବାରୁ ଅର୍ଗାନ ଫେଲୁଏର ହୋଇଥିବା ବନ ବିଭାଗ ତରଫରୁ କୁହାଯାଇଥିଲା । ଏବେ ଏନଟିସିଏ ଓ WII ରିପୋର୍ଟ ମହାବଳର ମୃତ୍ୟୁ ଘଟଣା ନୂଆମୋଡ଼ ନେଇଛି । ସେପଟେ RCCF ମଧ୍ୟ ବାଘ ବେକରେ ଘା ଯୋଗୁଁ ମୃତ୍ୟୁ ହୋଇଥିବା କଥା କହିଥିଲେ।କିନ୍ତୁ ଏବେ ବି ମହାବଳ ମହାବୀର ମୃତ୍ୟୁ କେମିତି ହେଲା ସସପେନ୍ସ ଜାରି ରହିଛି ।

ସୂଚନାଯୋଗ୍ୟ, ଜୁନ୍ ୨୧ରେ କାହ୍ନା ବ୍ୟାଘ୍ର ପ୍ରକଳ୍ପରୁ ଆସିଥିବା ମହାବଳ ମହାବୀରର ମୃତ୍ୟୁ ହୋଇଥିଲା । ସାତକୋଶିଆ ବ୍ୟାଘ୍ର ଅଭୟ୍ୟାରଣ୍ୟରେ ବାଘ ବଂଶ ବୃଦ୍ଧି ପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ ( ଏନଟିସିଏ) ଯେଉଁ ଯୋଜନା କରିଥିଲେ ତାକୁ ଶକ୍ତ ଝଟକା ଲାଗିଥିଲା। କାହ୍ନା ବ୍ୟାଘ୍ର ଅଭୟାରଣ୍ୟରୁ ଆସିଥିବା ଯୁବ ମହାବଳ ବାଘ ‘ମହାବୀର’ର ଅତି ରହସ୍ୟଜନକ ଭାବେ ମୃତ୍ୟୁବରଣ କରିଛି।