ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ନେଇ ରାଜନୀତି । ରାତାରାତି ବଦଳାଇଦେଲେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିର ଅସଲି ରଙ୍ଗ । ଗାନ୍ଧୀ ପ୍ରମତିମୂର୍ତ୍ତିର ଧଳା ରଙ୍ଗକୁ ବଦଳାଇ ଗେରୁଆ କରିଦେଇଛନ୍ତି ଦୁର୍ବୃତ୍ତ । ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଶାହାଜାହାନପୁର ଜିଲ୍ଲା ଅନ୍ତର୍ଗତ ଢ଼ାକା ଘନଶ୍ୟାମପୁର ଠାରେ । ଯାହାକୁ ନେଇ ଉତ୍ତରପ୍ରଦେଶର ରାଜନୀତି ବେଶ୍ ସରଗରମ ହୋଇଛି। ଏବଂ ପୁଲିସ୍ ପକ୍ଷରୁ ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଛି।publive-image

Advertisment

ଘଟଣାର ବିବରଣୀରୁ ପ୍ରକାଶ, ଉତ୍ତରପ୍ରଦେଶ ଶାହଜାହାନପୁର ଜିଲ୍ଲା ଅନ୍ତର୍ଗତ ଢ଼ାକା ଘନଶ୍ୟାମପୁର ଗ୍ରାମରେ ଥିବା ମାହାତ୍ମା ଗାନ୍ଧୀଙ୍କ ଏକ ପ୍ରତିମୂର୍ତ୍ତିରେ କିଛି ଦୁର୍ବୃତ୍ତ ଗତ ଗୁରୁବାର ରାତିରେ ଗେରୁଆ ରଙ୍ଗ ବୋଳି ଦେଇଥିଲେ। ବିଗତ ପ୍ରାୟ ୩୦ ବର୍ଷ ଧରି ଗ୍ରାମର ମଧ୍ୟ ଭାଗରେ ମାହାତ୍ମା ଗାନ୍ଧୀଙ୍କର ଏହି ପ୍ରତିମୂର୍ତ୍ତିଟି ଧଳା ରଙ୍ଗରେ ଶୋଭା ପାଉଥିଲା। ତେବେ, ଆଜି ସକାଳୁ ଗ୍ରାମବାସୀମାନେ ଧଳା ରଙ୍ଗରେ ଶୋଭା ପାଉଥିବା ମାହାତ୍ମା ଗାନ୍ଧୀଙ୍କର ପ୍ରତିମୂର୍ତ୍ତିଟିକୁ ଗେରୁଆ ରଙ୍ଗରେ ଦେଖିଥିଲେ । ରାତି ଅଧିଆ ଗେରୁଆ ରଙ୍ଗରେ ରଙ୍ଗୀନ୍ ହୋଇ ଯାଇଥିବା ଦେଖି ଉତ୍ତ୍ୟକ୍ତ ହୋଇ ପଡ଼ିଥିଲେ ଗ୍ରାମବାସୀ ଏବଂ ଏହି ଘଟଣା ପଛରେ ଶାସକ ବିଜେପି ଦଳର ହାତ ରହିଥିବା ଅଭିଯୋଗ କରି ଗ୍ରାମର ରାଜନୀତି ମଧ୍ୟ ସରଗରମ ହୋଇ ପଡ଼ିଥିଲା।publive-image

ଘଟଣା ସଂପର୍କରେ ଖବର ପାଇବା ପରେ ଅତିରିକ୍ତ ଜିଲ୍ଲାପାଳ ବାଚୁ ସିଂହ ସଂପୃକ୍ତ ଗ୍ରାମକୁ ଗସ୍ତ କରି ଉତ୍ୟକ୍ତ ଗ୍ରାମବାସୀ ମାନଙ୍କୁ ବୁଝାସୁଝା କରିବା ସହ ଘଟଣାର ତଦନ୍ତ କରି ଘଟଣାରେ ସଂପୃକ୍ତ ଅଭିଯୁକ୍ତ ମାନଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ ପାଇଁ ନିର୍ଦ୍ଦେଶ ଦେବାପରେ ଉତ୍ୟକ୍ତ ଜନତା ଶାନ୍ତ ପଡ଼ିଥିଲେ। ଏହା ପୂର୍ବରୁ ମଧ୍ୟ ସମ୍ବିଧାନ ପ୍ରଣେତା ବାବା ସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିକୁ ଗେରୁଆ ରଙ୍ଗ କରାଯିବା ନେଇ ଅନୁରୂପ ବିବାଦ ସୃଷ୍ଟି ହୋଇଥିଲା।