ମହାତ୍ମା ଗାନ୍ଧୀଙ୍କୁ କିଏ ମାରିଥିଲା ଚତୁର୍ଥ ଗୁଳି ! ନାଥୁରାମ ଗଡସେଙ୍କ ବ୍ୟତୀତ ଥିଲେ କି ଅନ୍ୟ ହତ୍ୟାକାରୀ ?

38

କନକ ବ୍ୟୁରୋ : ଜାତିର ଜନକ ମହାତ୍ମାଗାନ୍ଧୀଙ୍କୁ ପଏଣ୍ଟ ବ୍ଲାଙ୍କରୁ ଗୁଳି କରିଥିଲେ ନାଥୁରାମ ଗଙ୍ଗସେ । ଟଳିପଡିଲେ ମହାତ୍ମା । ଆଉ ସାରା ଦେଶରେ ଶୋକର ଛାୟା ଖେଳିଗଲା । ଡକ୍ଟର ପଙ୍କଜ ଫଡନାଭିସ୍ ନାମକ ମୁମ୍ବାଇର ଜଣେ ବ୍ୟକ୍ତି ସୁପ୍ରିମ୍ କୋର୍ଟରେ ଜନସ୍ୱାର୍ଥ ମାମଲା କରି ଆବେଦନ କରିଛନ୍ତି । ଏହି ଘଟଣା ର ତଦନ୍ତ ଫାଇଲକୁ ପୁଣିଥରେ ଖୋଲାଯାଉ । ସେ ଯୁକ୍ତି ଦେଖାଇଛନ୍ତି ମହାତ୍ମା ଗାନ୍ଧୀଙ୍କୁ ୪ଟି ଗୁଳି ମରାଯାଇଥିଲା । କିନ୍ତୁ ନାଥୁରାମ ବିନାୟକ ଗଙ୍ଗସେ ୩ଟି ଗୁଳି ମାରିଥିଲେ । ପ୍ରଶ୍ନ ଉଠୁଛି ୪ର୍ଥ ଗୁଳି ମାରିଲା କିଏ ?
ପଙ୍କଜ ଫଡନାଭିସ୍ ଯୁକ୍ତି ଦେଖାଇଛନ୍ତି ଗାନ୍ଧୀଙ୍କ ହତ୍ୟା ଘଟଣା ପରେ ବିଶ୍ୱର ସମସ୍ତ ଖବର କାଗଜ ତାଙ୍କୁ ୪ଟି ଗୁଳି ବାଜିଥିବା ନେଇ ଖବର ପ୍ରସାରଣ କରିଥିଲେ । ତେବେ ନାଥୁରାମ ଗଡସେଙ୍କ ପିସ୍ତଲରୁ ୩ଟି ଗୁଳି ମରାଯ୍ଧବଥିବା ନେଇ ପୁଲିସ୍ ରିପୋର୍ଟ ଦେଇଥିଲା ।

ପଙ୍କଜ ଫଡନାଭିସଙ୍କ ମାମଲାକୁ ଗ୍ରହଣ କରି ସୁପ୍ରିମକୋର୍ଟ ଜଣେ ଆମିକସ୍ କ୍ୟୁରୀ ନିଯୁକ୍ତ କରିଛନ୍ତି । ସେ ହେଉଛନ୍ତି ପୂର୍ବତନ ସଲିସିଟର ଜେନେରାଲ୍ ଅମରେନ୍ଦର ସରନ୍ । ଅମରେନ୍ଦର କୋର୍ଟଙ୍କୁ ଏହି ମାମଲାରେ ସହାୟତା କରିବେ । ମାମଲାର ପରବର୍ତ୍ତୀ ଶୁଣାଣୀ ଅକ୍ଟୋବର ୩୦ରେ ହେବାକୁ ଦିନ ଧାର୍ଯ୍ୟ କରାଯାଇଛି ।