‘ଓଡ଼ିଶାରେ ଗାନ୍ଧୀ’ ! ସାହିତ୍ୟ କୁମ୍ଭମେଳା ଟାଟା ଷ୍ଟିଲ୍ ସାହିତ୍ୟ ଉତ୍ସବରେ ଆଲୋଚନା ହେଲା “ଓଡ଼ିଶାରେ ଗାନ୍ଧୀ’ ଶୀର୍ଷକ । 

ମହାତ୍ମା ଗାନ୍ଧୀ ୮ଥର ଓଡ଼ିଶା ଗସ୍ତରେ ଆସି ପ୍ରାୟ ୭୦ ଦିନ ଓଡ଼ିଶାରେ କଟାଇଛନ୍ତି ।

284

କନକ ବ୍ୟୁରୋ: ସମ୍ବାଦ ଗ୍ରୁପ୍ ସହଯୋଗରେ ଆରମ୍ଭ ହୋଇଥିବା ଟାଟା ଷ୍ଟିଲ୍ ଭୁବନେଶ୍ୱର ଲିଟେରାରୀ ମିଟ୍ରେ ଆଜି “ଓଡ଼ିଶାରେ ଗାନ୍ଧୀ’ ଶୀର୍ଷକ ଆଲୋଚନା ହୋଇଛି । ଦେଶ ଓ ବିଶ୍ୱର ଅନେକ ସମସ୍ୟା ଗାନ୍ଧୀ ବିଚାର ଦ୍ୱାରା ସମାଧାନ ହୋଇପାରିବ ବୋଲି ଏଠାରେ ଆଲୋଚକମାନେ ମତ ଦେଇଥିଲେ । ଗାନ୍ଧୀ ଓଡ଼ିଶାକୁ ପ୍ରଥମେ ୧୯୨୧ ମସିହାରେ ଆସିଥିଲେ । ଏବଂ ୧୯୪୬ ମସିହାରେ ମହାତ୍ମା ଗାନ୍ଧୀଙ୍କ ଥିଲା ଓଡ଼ିଶା ଶେଷ ଗସ୍ତ ।

ଜାତିର ପିତା ମହାତ୍ମା ଗାନ୍ଧୀ ୮ଥର ଓଡ଼ିଶା ଗସ୍ତ ଭିତରେ ସେ ଓଡ଼ିଶାରେ ପାଖାପାଖି ୭୦ ଦିନ କଟାଇଛନ୍ତି । ଗାନ୍ଧୀ ପ୍ରଥମଥର କାଠଯୋଡ଼ି ବାଲିରେ ସଭା କଲାବେଳେ କିଛି ଲୋକ କୁଲା ଫୋପାଡ଼ିଥିଲେ । ସେମିତି କିଛି ଲୋକ ତାଙ୍କ ସଭାସ୍ଥଳ ବାଲିକୁ ମଧ୍ୟ ବିକିଥିଲେ । ଏଭଳି କିଛି ରୋଚକ ବିଷୟ ନେଇ ‘ଓଡ଼ିଶାରେ ଗାନ୍ଧୀ’ ଶୀର୍ଷକ ଉପରେ ଆଲୋଚନା ହୋଇଥିଲା । ଗାନ୍ଧୀଙ୍କ ପ୍ରତିମୂର୍ତି ଏବେ ବ୍ରିଟିଶ୍ ପାର୍ଲାମେଂଟ୍ ସ୍କୋୟାରରେ ଛିଡ଼ା ହୋଇଛି । ଆଲୋଚନାରେ ବିଶିଷ୍ଟ ଲେଖକ ଡ. ଦାସ ବେନହୁର, ଡ. ଯତୀନ୍ଦ୍ର ନାୟକ, ଡ. ସଂଗ୍ରାମ ଜେନା ଓ ଡ. ଗୌରହରି ଦାସ ଭାଗ ନେଇଥିଲେ ।.

ସେହିଭଳି ସାହିତ୍ୟ ମହାକୁମ୍ଭ କୁହାଯାଉଥିବା ଟାଟା ଷ୍ଟିଲ୍ ସାହିତ୍ୟ ଉତ୍ସବର ଅନ୍ୟ ଏକ ଅଧିବେଶନରେ “ବଣ୍ଡିଂ ଚିଲ୍ଡ୍ରେନ୍ ୱିଥ୍ ବୁକ୍ସ’ ଶୀର୍ଷକରେ ଲେଖିବା ଉପରେ ପିଲାଙ୍କ ସହ ଆଲେଚନା କରିଥିଲେ ବିଶିଷ୍ଟ ଶିଶୁ ସାହିତ୍ୟିକ ପଦ୍ମଭୂଷଣ ରସ୍କିନ୍ ବଣ୍ଡ୍ । ଗତକାଲି ସମ୍ବାଦ’ ସହଯୋଗରେ ଆୟୋଜିତ ଏଇ ମହୋତ୍ସବକୁ ଉଦଘାଟନ କରିଥିଲେ କରିଛନ୍ତି  ବିଶିଷ୍ଟ କବି ଜୟନ୍ତ ମହାପାତ୍ର । ଏବଂ ଉଦଘାଟନୀ ସମାରୋହରେ ଅଧ୍ୟକ୍ଷତା କରିଥଲେ ‘ସମ୍ବାଦ’ର ସଂପାଦକ ତଥା ରାଜ୍ୟସଭା ସାଂସଦ ସୌମ୍ୟରଂଜନ ପଟ୍ଟନାୟକ।