କନକ ବ୍ୟୁରୋ: ଆଜିଠାରୁ ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ମହାନଦୀ ସୁରକ୍ଷା ପଦଯାତ୍ରା ଆରମ୍ଭ ହେବ । ୩ଦିନ ବ୍ୟାପୀ ହେବାକୁ ଥିବା ଏହି ପଦଯାତ୍ରା ବୈଦେଶ୍ୱରର ବୈଦନାଥ ପୀଠାରୁ ବାହାରି କଣ୍ଟିଲୋ ଦେଇ ସିଧାମୂଳାରେ ପହଞ୍ଚିବ । ୩୫ କି.ମି ବ୍ୟାପୀ ହେବାକୁ ଥିବା ଏହି ପଦଯାତ୍ରାରେ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ଓ ବ୍ୟକ୍ତିବିଶେଷ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ବୋଲି ସଂଗଠନ ପକ୍ଷରୁ କୁହାଯାଇଛି ।

Advertisment

ଗତକାଲି ଉତ୍କଳ ସାମ୍ବାଦିକ ସଂଘ ପରିସରରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୁଦର୍ଶନ ଦାସ କହିଲେ, ଛତିଶଗଡ଼ରେ ମହାନଦୀ ଉପରେ ନିର୍ମିତ ପ୍ରକଳ୍ପକୁ ବନ୍ଦ କରିବା, ପ୍ରଦୂଷଣ ମୁକ୍ତ, ମହାନଦୀର ଅବବାହିକାରେ ଚେକ୍ ଡ୍ୟାମ କରି ଜଳ ସଂରକ୍ଷଣ, ମହାନଦୀର ନିରନ୍ତର ଓ ନିର୍ମଳ ଜଳ ପ୍ରବାହ ଓ ମହାନଦୀର କୂଳ ଓ ତାହାର ଅବବାହିକାରେ ବ୍ୟାପକ ଜଙ୍ଗଲ ସୃଷ୍ଟି କରିବା ଦାବିରେ ଏହି ପଦଯାତ୍ରା ଅନୁଷ୍ଠିତ ହେଉଛି । ପ୍ରତ୍ୟେକ ଦିନ ଏଥିରେ ୪/୫ଶହ ଲୋକ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ପୂର୍ବରୁ ସଂଗଠନ ପକ୍ଷରୁ ଦିଲ୍ଲୀରୁ ପଲ୍ଲୀ ଡାକରା ଦିଆଯାଇଥିଲା । ଜଳ ଆନ୍ଦୋଳନ ଗଢ଼ି ତୋଳିବାରେ ଏହା ସହାୟକ ହେବ ବୋଲି ଶ୍ରୀ ଦାସ କହିଛନ୍ତି ।