ନିଜ ନିର୍ବାଚନମଣ୍ଡଳୀରେ ମୋଦି ଦେଲେ ଦଶହରା ଭେଟି ! ମହାମନା ଏକ୍ସପ୍ରେସର କଲେ ଉଦଘାଟନ, ଜାଣନ୍ତୁ କଣ ରହିଛି ଅତ୍ୟାଧୁନିକ ସୁବିଧା

109

ନିଜ ନିର୍ବାଚନ କ୍ଷେତ୍ର ବାରଣାସୀରେ ପ୍ରଧାନମନ୍ତ୍ରୀ ମୋଦି ଆଜି ଦେଶର ତୃତୀୟ ମହାମନା ଏକ୍ସପ୍ରେସର ଉଦଘାଟନ କରିଛନ୍ତି । ମେକ ଇନ୍ ଇଣ୍ଡିଆ ଯୋଜନାରେ ତିଆରି କରାଯାଇଥିବା ମହାମନା ଏକ୍ସପ୍ରେସ ଟ୍ରେନ ଉତରପ୍ରଦେଶ ବାରଣାସୀରୁ ଗୁଜରାଟର ଭଦୋଦରା ଓ ସୁରଟକୁ ଗଡିବ । ପୂର୍ବରୁ ବାରଣାସୀରୁ ଦିଲ୍ଲୀ ଓ ଭୋପାଳରୁ ଖଜୁରାହୋକୁ ଏହି ଅତ୍ୟାଧୁନିକ ଏକ୍ସପ୍ରେସ ଟ୍ରେନ ଚଳାଚଳ କରୁଥିବା ବେଳେ ଏବେ ଗୁଜରାଟକୁ ଗଡିବ । ରିମୋଟ ଚିପି ଏହି ଅତ୍ୟାଧୁନିକ ଟ୍ରେନ ସେବାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭଦୋଦରାରେ ରେଳମନ୍ତ୍ରୀ ପିୟୁଷ ଗୋଏଲ ଉପସ୍ଥିତ ଥିବା ବେଳେ ସୁରଟରେ ଉପସ୍ଥିତ ଥିଲେ ରେଳ ରାଷ୍ଟ୍ରମନ୍ତ୍ରୀ ମନୋଜ ସିହ୍ନା । ମୋଟ ୧୫ଶହ ୩୧ କିଲୋମିଟରର ଯାତ୍ରାକୁ ୨୭ ଘଂଟା ୩୦ ମିନିଟ୍ରେ ଶେଷ କରିବ ମହାମନା ଏକ୍ସପ୍ରେସ ।

Mahamana-Express-starsଏବେ ଆସନ୍ତୁ ନଜର ପକାଇବା ଦେଶର ଏହି ଅତ୍ୟାଧୁନିକ ଟ୍ରେନରେ ଯାତ୍ରୀଙ୍କ ପାଇଁ କଣ ସବୁ ରହିଛି ସୁବିଧା ।

• ଏହା ଦେଶର ତୃତୀୟ ମହାମନା ଏକ୍ସପ୍ରେସ
• ବାରଣାସୀରୁ ଭଦୋଦରା ରୁଟ ଦେଇ ସୁରଟରେ ପହଞ୍ଚିବ ମହାମନା ଏକ୍ସପ୍ରେସ
• ପ୍ରତି ଶୁକ୍ରବାର ବାରଣାସୀରୁ ଯାତ୍ରା ଆରମ୍ଭ କରିବ ମହାମନା ଏକ୍ସପ୍ରେସ
• ସେହିପରି ପ୍ରତି ବୁଧବାର ଗୁଜରାଟର ଭଦୋଦରାରୁ ବାହାରିବ ମହାମନା ଏକ୍ସପ୍ରେସ
• ଏହି ଦ୍ରୁତଗାମୀ ଏକ୍ସପ୍ରେସରେ ମୋଟ ୧୮ଟି ବଗି ରହିବ
• ଗୋଟିଏ ଫାଷ୍ଟ କ୍ଲାସ ଏସି, ଦୁଇଟି ସେକେଣ୍ଡ କ୍ଲାସ ଏସି, ୮ଟି ସିପ୍ଲର ଓ ୪ଟି ସାଧାରଣ ବଗି ରହିଛି
• ମହାମନା ଏକ୍ସପ୍ରେସରେ ଥ୍ରୀ ଟାୟାର ଏସି ବଗି ନାହିଁ
• ଅନ୍ୟ ବଗିକୁ ଯିବା ପାଇଁ ପାହାଚ ବ୍ୟବସ୍ଥା ଥିବା ବେଳେ, ବର୍ଥ ଚିହ୍ନଟ ପାଇଁ ଏଲଇଡି ଲାଇଟର ବ୍ୟବସ୍ଥା ରହିଛି ।
• ସ୍ୱଚ୍ଛତାକୁ ଦୃଷ୍ଟିରେ ରଖି ଏକଜଷ୍ଟ ଫ୍ୟାନ ଓ ଡଷ୍ଟବିନର ବ୍ୟବସ୍ଥା କରାଯାଇଛି, ଏହାଛଡା ବଗି ସଫା କରିବା ପାଇଁ ସ୍ୱତନ୍ତ୍ର କର୍ମୀ ରହିବେ
• ପୂର୍ବରୁ ବାରଣାସୀରୁ ନୂଆଦିଲ୍ଲୀ ଓ ଭୋପାଳରୁ ଖଜୁରାହୋକୁୁ ଗଡିଛି ମହାମନା ଏକ୍ସପ୍ରେସ
• ହିନ୍ଦୁ ମହାସଭାର ଅଧ୍ୟକ୍ଷ ମଦନମୋହନ ମାଲବ୍ୟଙ୍କ ନାଁରେ ଏହି ଏକ୍ସପ୍ରେସକୁ ନାମିତ କରାଯାଇଛି
• ମେକ୍ ଇନ ଇଣ୍ଡିଆ ଅନୁଯାୟୀ ଏହି ମହାମନା ଏକ୍ସପ୍ରେସ ନିର୍ମାଣ କରାଯାଇଛି ।

mahamana6ବାରଣାସୀର ସେବା କରିବାକୁ ସୁଯୋଗ ଦେଇଥିବାରୁ ପ୍ରଧାନମନ୍ତ୍ରୀ ମୋଦି ବାରଣାସୀ ବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି । ୨୦୧୪ ନିର୍ବାଚନରେ ବରୋଦା ଓ ବାରଣାସୀ ଦୁଇଟି ନିର୍ବାଚନ କ୍ଷେତ୍ରରୁ ବିଜୟୀ ହୋଇଥିଲେ ମୋଦି । ସେତେବେଳେ ଏହି ଦୁଇଟି ଲୋକସଭା ସିଟ୍ ମଧ୍ୟରୁ ଗୋଟିଏ କ୍ଷେତ୍ରକୁ ମୋଦିଙ୍କୁ ବାଛିବାକୁ ପଡିଥିଲା । ସେତେବେଳେ ମୋଦି କାଶୀ ବାସୀଙ୍କ ସେବା କରିବା ତଥା ବାରଣାସୀକୁ ପ୍ରଗତି ପଥରେ ଆଗେଇ ନେବା ପାଇଁ ବରୋଦା ଲୋକସଭା ସିଟକୁ ଛାଡିଥିଲେ । ଆଉ ନିଜ କଥା ମଧ୍ୟ ରକ୍ଷା କରିଥିଲେ ମୋଦି । ତିନି ବର୍ଷ ମଧ୍ୟରେ ବାରଣାସୀ ପାଇଁ ପ୍ରାୟ ୩୫ ହଜାର କୋଟି ଟଙ୍କାର ଯୋଜନା ପ୍ରସ୍ତୁତ କରିଛନ୍ତି ପ୍ରଧାନମନ୍ତ୍ରୀ ।