ଖୁବଶୀଘ୍ର ବନ୍ଦ ହେବାକୁ ଯାଉଛି ଆପଣଙ୍କ ଡେବିଟ୍ –କ୍ରେଡିଟ୍ କାର୍ଡ ! ଡେଡଲାଇନ୍ ଜାରି କଲା ଆରବିଆଇ ।

57

ଭାରତୀୟ ରିଜର୍ଭ ବ୍ୟାଙ୍କ୍ (ଆରବିଆଇ)ର ସୂଚନାନୁସାରେ ଖୁବଶୀଘ୍ର ଡେବିଟ୍ –କ୍ରେଡିଟ୍ କାର୍ଡ ବନ୍ଦ ହେବାକୁ ଯାଉଛି । କେନ୍ଦ୍ରୀୟ ବ୍ୟାଙ୍କ ତରଫରୁ ଜାରୀ କରାଯାଇଥିବା ନିର୍ଦ୍ଦେଶକୁ ସମସ୍ତେ ପାଳନ କରିବା ଦରକାର । ବ୍ୟାଙ୍କ ତରଫରୁ ମଧ୍ୟ ଲୋକଙ୍କ ମୋବାଇଲକୁ ମେସେଜ୍ ଜରିଆରେ ଜଲଦି କାର୍ଡ ବଦଳାଇବା ପାଇଁ କୁହାଯାଉଛି ।

୩୧ ଡିସେମ୍ବର ପର୍ଯ୍ୟନ୍ତ କାମ କରିବ କ୍ରେଡିଟ୍-ଡେବିଟ୍ କାର୍ଡ :

ବ୍ୟାଙ୍କ୍ ତରଫରୁ ଯେଉଁ ମେସେଜ୍ ଗ୍ରାହକଙ୍କୁ ପଠାଯାଉଛି ଏଥି ଅନୁସାରେ ଚଳିତ ବର୍ଷ ୩୧ ଡିସେମ୍ବର ପୂର୍ବରୁ ନିଜର କାର୍ଡ ବଦଳାଇବାକୁ ପଡିବ । ଏହା ଏଥିପାଇଁ କାରଣ ବ୍ୟାଙ୍କ୍ ଯେଉଁ ଲୋକମାନଙ୍କୁ କାର୍ଡ ଦେଇଛନ୍ତି ତାହା ମ୍ୟାଗ୍ନେଟିକ୍ ଷ୍ଟ୍ରାଇପ୍ ର ହୋଇଥାଏ । ଏଭଳି କାର୍ଡର କ୍ଲୋନିଙ୍ଗ୍ ତଥା ଜାଲିଜାତି କରିବାର ଅଧିକ କେସ୍ ନେଇ ଲୋକେ ବ୍ୟାଙ୍କ୍ ପାଖକୁ ଆସନ୍ତି । ଏଥିଯୋଗୁଁ ବ୍ୟାଙ୍କ୍ ଇଏମବୀ (ଇଉରୋପ,ମାଷ୍ଟରକାର୍ଡ,ଭିସା) ଚିପ୍ କାର୍ଡ ଜାନୁଆରୀ ୨୦୧୯ ରୁ ଜାରୀ କରିବାକୁ ଯାଉଛନ୍ତି ।

ମାଗଣାରେ ବଦଳାନ୍ତୁ କାର୍ଡ :

ତେବେ କାର୍ଡ ବଦଳାଇବା ପାଇଁ ଆପଣଙ୍କୁ ଖର୍ଚ୍ଚାନ୍ତ ହେବାକୁ ପଡିବ ନାହିଁ । ଏହାର ସମ୍ପୁର୍ଣ୍ଣ ଖର୍ଚ୍ଚ କେନ୍ଦ୍ରୀୟ ବ୍ୟାଙ୍କର ଅଧିନରେ ଥିବା ସବୁ ବ୍ୟାଙ୍କ୍ ବହନ କରିବେ । ତେବେ ଇଏମବି କାର୍ଡରେ କ୍ଲୋନିଙ୍ଗ୍ ର କୌଣସି ବିପଦ ନଥାଏ । ଏହି କାର୍ଡରେ ଡାଟା ଇନକ୍ରିପ୍ସନ୍ ଏବଂ ଷ୍ଟୋରେଜ୍ କ୍ଷମତା ଖୁବ୍ ଭଲ ଏବଂ ମଜବୁତ୍ ଥାଏ ।

ଏସବିଆଇ ତରଫରୁ ସତର୍କ ସୁଚନା :

ଏସବିଆଇ ମୁତାବକ,ପୁରୁଣା କାର୍ଡ ବଦଳରେ ଗ୍ରାହକଙ୍କୁ ଇଏମବି ଚିପ୍ ବାଲା ଡେବିଟ୍ କାର୍ଡ ନେବାକୁ ପଡିବ । ତେବେ ପୂର୍ବରୁ ୨୦୧୮ ରେ ଡେଡଲାଇନ୍ ଥିବା ବେଳେ ବର୍ତ୍ତମାନ ଏଥିରେ ବିଳମ୍ବ ହେଲା ଭଳି ସୁଚନା ମିଳୁଛି । ଗ୍ରାହକ ଡେଡଲାଇନ୍ ଶେଷ ହେବା ପୂର୍ବରୁ କାର୍ଡ କରିବା ଅନିବାର୍ଯ୍ୟ ଅଟେ ନଚେତ୍ ଆପଣ ଏଟିଏମରୁ ଟ୍ରାନଜାକ୍ସନ୍ କରିପାରିବେ ନାହିଁ । ପୁରୁଣା କାର୍ଡକୁ ମେସିନ୍ ସ୍ୱୀକାର କରିବ ନାହିଁ ।