ଆମିରଙ୍କ ଥଟ୍ଟା ସହି ପାରିନଥିଲେ ମାଧୁରୀ

135

madhuri4ବଡିଉଡର ଧକ୍ ଧକ୍ ଗର୍ଲ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ୍ । ଯାହାଙ୍କ ଅଭିନୟ ଓ ନୃତ୍ୟର ଛାପ ସିନେ ପ୍ରେମୀଙ୍କ ହୃଦୟରେ ଜୀବନ୍ତ ହୋଇ ରହିଛି । ତେଜାବ ଫିଲ୍ମରେ ସେହି ‘ଏକ୍ ଦୋ ତିନ୍ ’ ଗୀତ ଯାହା ଆଜି ବି ମତୁଆଲା କରେ ଦର୍ଶକଙ୍କୁ । ଏହି ଫିଲ୍ମରେ ମାଧୁରୀଙ୍କ ନୃତ୍ୟ ଜଣେ ରୋମାଂଟିକ୍ ହିରୋଇନର ମାନ୍ୟତା ଦେଇଥିଲା ମାଧୁରୀଙ୍କୁ । ହେଲେ ଏ କଥା ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଆମିରଙ୍କ ଥଟ୍ଟା ଓ ପରିହାସ କରିବାକୁ ନେଇ ଖୁବ୍ ରାଗିଯାଇଥିଲେ ମାଧୁରୀ । ରିଲ୍ ଲାଇଫରେ ଅତି ରୋମାଂଟିକ୍ ଓ ଆଧୁନିକା ଲାଗୁଥିବା ମାଧୁରୀ ଯେ ରିୟଲ ଲାଇଫରେ ଖୁବ୍ ସଂଯତ ମନା ଏହି ଘଟଣାରୁ ଜଣାପଡିଛି ।

madhuri3୪୯ ବର୍ଷୀୟା ମାଧୁରୀ ଦୀକ୍ଷିତ୍ ନେନେ । ଟ୍ୱିଟର ଜରିଆରେ ନିଜ ଫ୍ୟାନ ମାନଙ୍କ ସହ ସେୟାର କରିଛନ୍ତି ଏହି ମଜାଦାର କଥା । ୧୯୯୦ ମସିହାରେ ଆସିଥିଲା ଫିଲ୍ମ ‘ଦିଲ’ । ଏହି ଫିଲ୍ମରେ ମାଧୁରୀ ସାଜିଥିଲେ ଆମିର ଖାନଙ୍କ ପ୍ରେମିକା । ସୁଟିଂ ସମୟରେ ଥରେ ଆମିରଙ୍କ ଥଟ୍ଟା ଓ ପରିହାସକୁ ନେଇ ମାଧୁରୀ ଖୁବ୍ ରାଗି ଯାଇଥିଲେ । ଆମିର ଖାନଙ୍କ ପରିହାସକୁ ସେ ପସନ୍ଦ କରିନଥିଲେ । ଏମିତି ହୋଇଥଲା ଯେ ମାଧୁରୀ ଏକ ହକି ଷ୍ଟିକ୍ ଧରି ଆମିରଙ୍କୁ ବାଡେଇବାକୁ ଗୋଡାଇଥିଲେ ସୁଟିଂ ସେଟରେ । କହିଥିଲେ ଆମିରଙ୍କର ଏହି କଥା ତାଙ୍କ ଜୀବନର ସବୁଠୁ ବଡ ଥଟ୍ଟା ପରିହାସ ଥିଲା ।

m2୧୯୮୪ରେ ଆସିଥିଲା ଫିଲ୍ମ ‘ଅବୋଧ୍’ । ଏହି ଫିଲ୍ମରେ ମାଧୁରୀ ନିଜର ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ । ଯେଉଁଥିରେ ବଙ୍ଗଳା ଅଭିନେତା ତାପସ ପାଳ ଥିଲେ । କ୍ୟାରିୟର ଆରମ୍ଭରୁ ମାଧୁରୀଙ୍କ ଲଗାତାର ଅନେକ ଫିଲ୍ମ ହୋଇଥିଲା ଫ୍ଲପ୍ । ଶେଷରେ ଏ.କେ ଚନ୍ଦ୍ରାଙ୍କ ଫିଲ୍ମ ‘ତେଜାବ୍’ ମାଧୁରୀଙ୍କୁ ରାତାରାତି ଜଣେ ଷ୍ଟାର ନାୟିକାର ମାନ୍ୟତା ଦେଇଥିଲା । ବଲିଉଡ ପାଇଥିଲା ଜଣେ ଚୁଲବୁଲି ନାୟିକାକୁ । ଏହାପରେ ମାଧୁରୀଙ୍କ ଅଭିନୀତ ଫିଲ୍ମ ରାମ ଲଖନ୍ , ପରିନ୍ଦା ଖୁବ୍ ହିଟ୍ ସାବ୍ୟସ୍ତ ହୋଇଥିଲା । ମାଧୁରୀଙ୍କ ଅଭିନୟର ମଧୁରତାକୁ ଦର୍ଶକ ଆପଣେଇ ନେଇଥିଲେ ।