ରନ୍ଥାମ୍ବରର ରାଣୀ

26

vlcsnap-2016-06-02-16h22m47s293ବିଲେଇ ପ୍ରଜାତିର ସବୁଠାରୁ ବଳଶାଳୀ ଜୀବ ହେଉଛି ବାଘ । ଭାରତ, ନେପାଳ, ଭୁଟାନ୍, କୋରିଆ, ଆଫଗାନିସ୍ଥାନ ଓ ଇଣ୍ଡୋନେସିଆରେ ଅଧିକ ପରିମାଣର ଦେଖିବାକୁ ମିଳୁଥିବା ବାଘଙ୍କ ସଂଖ୍ୟା ଏବେ କମିବାରେ ଲାଗିଛି । ସେଥିପାଇଁ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଗୁଡ଼ିକ ଉପରେ ଅଧିକ ଗୁରୁତ୍ୱ ଆରୋପ କରାଯାଉଛି । ତେବେ ବ୍ୟାଘ୍ର ସଂରକ୍ଷଣ ପାଇଁ କୋଟି କୋଟି ଟଙ୍କା ବ୍ୟୟ କରାଯାଉଥିଲେ ମଧ୍ୟ ବାଘ ସଂଖ୍ୟାରେ ଆଶାନୁରୂପ ବୃଦ୍ଧି ଦେଖିବାକୁ ମିଳୁନାହିଁ । ତେବେ ନିକଟରେ ହୋଇଥିବା ବାଘ ଗଣନା କିଛି ଆଶା ସଂଚାର କରିଛି ଏ ଦିଗରେ । କଥା ହେବା ଏମିତି ଏକ ବାଘୁଣୀ ବିଷୟରେ ଯାହା ବିଗତ ୨୦ ବର୍ଷ ଧରି ରନ୍ଥାମ୍ବରର ମୁଖ୍ୟ ଆକର୍ଷଣ ପାଲଟିଛି । ଲେଡ଼ି ଅଫ୍ ଦ ଲେକ୍ ନାମରେ ପରିଚିତ ଏହି ବାଘୁଣୀର ନାମ ହେଉଛି ମଚଲି । ସାଧାରଣତଃ ଏକ ବାଘର ଆୟୁକାଳ ୧୦ରୁ ୧୫ ବର୍ଷ ରହୁଥିବା ବେଳେ ମଚଲି ଇତି ମଧ୍ୟରେ ପୂରଣ କରିଛି ୨୦ ବର୍ଷ । ଏହାକୁ ନେଇ ସ୍ପେଶାଲ ରିପୋର୍ଟ ରନ୍ଥାମ୍ବରର ରାଣୀ

vlcsnap-2016-06-02-16h25m45s916ଗତ ୨୦ ବର୍ଷ ହେଲା ରନ୍ଥାମ୍ବରରେ ରାଜୁତି ଚାଲିଛି ଜଙ୍ଗଲରାଣୀ ମଚଲିର । ପର୍ୟ୍ୟଟକ ମହଲରେ ମଚଲିକୁ ଦେଖିବାକୁ ଅସମ୍ଭବ ଆଗ୍ରହ । ଇତିମଧ୍ୟରେ ଜଙ୍ଗଲରାଣୀ ପୂରଣ କରିଛି ୨୦ ବର୍ଷ ଆଉ ଏହି ୨୦ ବର୍ଷ ମଧ୍ୟରେ କେତେବେଳେ ସେ ନଜର ଆସିଛି ମମତାମୟୀ ମାଆ ଅନ୍ଦାଜରେ ତ ପୁଣି କେବେ ରକ୍ତମୁଖା ସାଜି ସେ ପରାଜୟ ଚଖାଇଛି ଶତ୍ରୁକୁ । ଉଲ୍ଲେଖନୀୟ କଥା ହେଉଛି ରନ୍ଥାମ୍ବର ଜାତୀୟ ଅଭୟାରଣ୍ୟର ୬୦ ପ୍ରତିଶତ ବାଘ ଜନ୍ମ ନେଇଛନ୍ତି ମଚଲିର ଗର୍ଭରୁ । ବିଶ୍ୱର ସର୍ବାଧିକ ଫଟୋଚିତ୍ର ଉତୋଳିତ ହୋଇଛି ମଚଲି ଉପରେ । ଏହାବ୍ୟତୀତ ଅନେକ ଡକ୍ୟୁମେଟାଂରି ମଧ୍ୟ ପ୍ରସ୍ତୁତ ହୋଇଛି ରନ୍ଥାମ୍ବରରvlcsnap-2016-06-02-16h26m25s486 ରାଣୀର ଜୀବନ କାହାଣୀ ଉପରେ । ଏହି ବାଘୁଣୀକୁ ଅନେକ ଅନ୍ତର୍ଜାତୀୟ ପୁରସ୍କାର ମଧ୍ୟ ମିଳିଛି । ୱାଇଲଡ୍ ଲାଇଫ୍ ଫଟୋଗ୍ରାଫରଙ୍କର ପ୍ରଥମ ପସନ୍ଦ ପାଲଟି ଥିବା ମଚ୍ଲି ବିଶେଷ ଭାବେ ପରିଚିତ ତା ଶକ୍ତି, ସାମର୍ଥ୍ୟ ଓ ଶିକାର କରିବା ତରିକାକୁ ନେଇ । ଶାବକ ମାନଙ୍କ ସୁରକ୍ଷା ପାଇଁ କିଛି ମଧ୍ୟ କରିବାକୁ ପ୍ରସ୍ତୁତ ଥିବା ମଚଲି ଏକଦା ଏକ ୧୪ ଫୁଟ୍ ଲମ୍ବ ବଡ଼ କୁମ୍ଭୀରକୁ ମାତ୍ ଦେବାର ନଜିର୍ ଦେଖିବାକୁ ମିଳିଥିଲା ଅତୀତରେ । ୨୦ ବର୍ଷ ପୂରଣ ଅବସରରେ ମଚଲି ଏବେ ପାଲଟିଛି ମୁଖ୍ୟ ଆକର୍ଷଣ । ପର୍ୟ୍ୟଟକ ଓ ଦେଖଣାହାରୀଙ୍କ ମନରେ ଗୋଟିଏ କାମନା ଦୀର୍ଘାୟୁ ହେଉ ରନ୍ଥାମ୍ବରର ରାଣୀ । ଅତୀତ ଓ ବର୍ତମାନ ପରି ଭବିଷ୍ୟତରେ ମଧ୍ୟ ମନ ମୋହିନେଉ ମଚଲି ।

vlcsnap-2016-06-02-16h26m54s751ରାଜସ୍ଥାନ ପର୍ଯ୍ୟଟନରେ ମଚଲିର ରହିଛି ବିଶେଷ ଗୁରୁତ୍ୱ । କାରଣ ପ୍ରତ୍ୟେକ ବର୍ଷ ମଚଲି ଯୋଗୁ ରାଜସ୍ଥାନ ପର୍ୟ୍ୟଟନ ବିଭାଗ ଆୟ କରିଥାଏ ୧୦ ମିଲିୟନ୍ ଡଲାରରୁ ଅଧିକ ପରିମାଣର ଅର୍ଥରାଶି । ଏବେ ବୟସର ଅପରାହ୍ନରେ ରନ୍ଥାମ୍ବରର ରାଣୀ । ନାହିଁ ଆଉ ପୂର୍ବ ଭଳି ରାଜକୀୟ ଚାଲି ଓ ଠାଣି । ଦାନ୍ତ ମଧ୍ୟ ପଡ଼ିଗଲାଣି ବୟସାଧିକ୍ୟ କାରଣରୁ । ତେବେ ପର୍ୟ୍ୟଟକ ମହଲରେ ମଚଲିର ଆକର୍ଷଣ ବର୍ତମାନ ସୁଦ୍ଧା କମି ନାହିଁ । କାରଣ ମଚଲିର ଗର୍ଜନ ଶୁଭିଲେ ବାଘ ମଧ୍ୟ ଛାଡ଼ିଦିଏ ବାଟ । ବାଘୁଣୀ ହୋଇ ମଧ୍ୟ ଅନେକ ଥର ବାଘଙ୍କୁ ଧୂଳି ଚଟାଇଥିବା ମଚଲି ଏବେ ମଧ୍ୟ ଛାଡ଼ିନାହିଁ ନିଜର ଶିକାରୀ ପ୍ରବୃତି ଓ ପ୍ରକୃତି । ସୋସିଆଲ୍ ମିଡ଼ିଆରେ ଏବେ ଚର୍ଚ୍ଚା ମଚଲିକୁ ନେଇ ।