କମଲେସ୍ ତିୱାରୀ ହତ୍ୟାକାଣ୍ଡ : ଧରାପଡିଲେ ୨ ମୁଖ୍ୟ ଅଭିଯୁକ୍ତ , ପୋଲିସ୍ କୁ ବଖାଣିଲେ ହତ୍ୟା ପଛର କାରଣ

303

ହିନ୍ଦୁ ସମାଜ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ କମଲେଶ୍ ତିୱାରୀ ହତ୍ୟାକାଣ୍ଡକୁ ଚାରିଦିନ ବିତିଯାଇଥିବା ବେଳେ ଗୁଜୁରାଟର ଏଟିଏସ୍ ରୁ ୨ ଜଣ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ୍ । ରାଜସ୍ଥାନ ସୀମା ସାମଲଜିରୁ ଏହି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଦୁଇ ଅଭିଯୁକ୍ତଙ୍କ ନାଁ ଶେଖ୍ ଅସରଫ୍ ହୁସେନ୍ ଏବଂ ପଠାନ୍ ମୋଇନୁଦ୍ଦିନ୍ ଅହମ୍ମଦ ବୋଲି ଜଣାପଡିଛି । ଦୁଇ ଅଭିଯୁକ୍ତ ନିଜ ଦୋଷ ସ୍ୱୀକାର କରି କହିଛନ୍ତି କମଲେଶ୍ ତିୱାରୀଙ୍କ ବିବାଦୀୟ ବୟାନକୁ ନେଇ ତାଙ୍କର ହତ୍ୟା କରାଯାଇଛି । ଆପଣଙ୍କୁ କହିରଖୁଛୁ କମଲେଶ୍ ତିୱାରୀ ୨୦୧୫ ରେ ମହମ୍ମଦ ପେଗମ୍ବରଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ ଯାହାକୁ ନେଇ ତାଙ୍କୁ ଗିରଫ ମଧ୍ୟ କରାଯାଇଥିଲା । କମଲେଶ୍ ଙ୍କ ଉପରେ ଫତୱା ମଧ୍ୟ ଜାରି କରାଯାଇଥିଲା ।

ପୋଲିସ୍ ର କହିବାନୁସାରେ , ଅଭିଯୁକ୍ତ ମଧ୍ୟରେ ଅଶରଫ୍ କମଲେଶ୍ ଙ୍କ ଉପରକୁ ନୃଶଂସ ଭଳି ଚାକୁ ମାରି ବେକ କାଟିଥିଲେ । ଅଶରଫ୍ ଏକ ପ୍ରତିଷ୍ଠିତ କମ୍ପାନୀରେ ମେଡିକାଲ୍ ରିପ୍ରେଜେଣ୍ଟେଟିଭ୍ ରୁପେ କାମ କରୁଥିଲା । ଦ୍ୱିତୀୟ ଅଭିଯୁକ୍ତ ମୋଇନୁଦ୍ଦୀନ୍ ଫୁଡ୍ ଡେଲିଭରି କାମ କରୁଥିଲା । ସେ କମଲେଶ୍ ଙ୍କୁ ଗୁଳି ମାରିଥିଲା । ଗୁଜୁରାଟର ସୁରତ୍ ରୁ ଗିରଫ ହୋଇଥିବା ଅନ୍ୟ ୩ ଅଭିଯୁକ୍ତ ରଶିଦ୍ ପଠାନ୍ ,ମୌଲାନା ମୋହସିନ୍ ଏବଂ ଫୈଜାନ୍ ଏହି ଦୁଇ ଅଭିଯୁକ୍ତଙ୍କ ହତ୍ୟା କରିବା ପାଇଁ ଉସକାଇଥିଲେ ।