କନକ ବ୍ୟୁରୋ: ଭାରତୀୟ ସେନାରେ ଓଡ଼ିଆ ଅଫିସରଙ୍କୁ ବଡ଼ ଦାୟିତ୍ୱ । ଲେଫ୍ଟନାଂଟ ଜେନେରାଲ ସିପି ମହାନ୍ତିଙ୍କୁ ଦକ୍ଷିଣାଂଚଳ କମାଣ୍ଡର ନିଯୁକ୍ତ କରାଯାଇଛି । ସେ ଲେଫ୍ଟନାଂଟ ଜେନେରାଲ ଏସ୍.କେ ସାଇନିଙ୍କ ସ୍ଥାନ ନେବେ । ସାଇନି ଆସନ୍ତାକାଲି ସ୍ଥଳସେନା ଉପମୁଖ୍ୟ ଭାବେ ଦାୟତ୍ୱ ଗ୍ରହଣ କରିବେ । ଲେଫ୍ଟନାଂଟ ଜେନେରାଲ ମହାନ୍ତି ଉଭୟ ପାକିସ୍ତାନ ଓ ଚୀନ୍ ସୀମାରେ କାର୍ଯ୍ୟ କରିସାରିଛନ୍ତି ।
କେବଳ ଏତିକି ନୁହେଁ ଏହାପୂର୍ବରୁ ଭାରତୀୟ ସେନାର ଏହି ଓଡ଼ିଆ ପୁଅ ଆସାମରେ ଉଗ୍ରବାଦୀଙ୍କ ବିରୋଧରେ ସଫଳ କାର୍ଯ୍ୟାନୁଷ୍ଠାନ କରିବାରେ ଭୂମିକା ନିଭାଇଥିଲେ । ଏହାସହ ଜାତିସଂଘ ଶାନ୍ତି ସେନାରେ ସାମିଲ ହୋଇ ଆଫ୍ରିକୀୟ ରାଷ୍ଟ୍ର କଙ୍ଗୋରେ ମଧ୍ୟ ତାଙ୍କର କାର୍ଯ୍ୟ କରିବାର ଅଭିଜ୍ଞତା ରହିଛି । ତେବେ ତାଙ୍କର କାର୍ଯ୍ୟଶୈଳୀ ସାହାସିକତା ପାଇଁ ୩ଥର ସମ୍ମାନିତ ହୋଇଛନ୍ତି ଲେଫ୍ଟନାଂଟ ଜେନେରାଲ ସିପି ମହାନ୍ତି ।