କନକ ବ୍ୟୁରୋ: ବଙ୍ଗୋପସାଗରରେ ସାମୁଦ୍ରିକ ଝଡର ଆଶଙ୍କା । ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ଏହାକୁ ଲାଗି ରହିଥିୁବା ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇଛି । ଏହାର କ୍ରମେ ଘୀନଭୂତ ହୋଇ ମେ ୧୬ ତାରିଖ ସନ୍ଧ୍ୟା ବେଳକୁ ସାମୁଦ୍ରିକ ଝଡର ରୂପ ନେଇପାରେ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ କେନ୍ଦ୍ର ।
ସୁବଠାରୁ ବଡ଼ କଥା ହେଲା କି, ଆସନ୍ତା ୧୭ ତାରିଖରେ ଏହା ଉତର-ପଶ୍ଚିମ ଦିଗକୁ ମୁହାଁଇପାରେ । ତେବେ ଆଗାମୀ ୫ ଦିନ ପାଇଁ ଓଡିଶା ଉପରେ ଏହାର କୌଣସି ପ୍ରଭାବ ପଡିବ ନାହିଁ ବୋଲି କହିଛି ଭାରତୀୟ ପାଣିପାଗ ବିଭାଗ । ତଥାପି ୧୫ ତାରିଖ ପରେ ସମୁଦ୍ରକୁ ନ ଯିବାପାଇଁ ମତ୍ସ୍ୟଜୀବୀଙ୍କୁ ମନା କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/05/39-2.jpg)