ନବୀନ ନିବାସ ଯାଇ ନିରାଶ ହେଲେ ଲୋପାମୁଦ୍ରା

32

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ନବୀନ ନିବାସ ଯାଇ ନିରାଶ ହେଲେ ଲୋପାମୁଦ୍ରା । ୱାଇଫ ସ୍ୱାପିଂ ବା ସ୍ତ୍ରୀ ବଦଳ ଭଳି ସଂଗୀନ ଅଭିଯୋଗ ଆଣିଥିବା ଶିଳ୍ପପତି ତ୍ରୈଲୋକ୍ୟ ମିଶ୍ରଙ୍କ ବୋହୁ ଲୋପାମୁଦ୍ରା ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବାକୁ ଆଜି ନବୀନ ନିବାସରେ ପହଂଚିଥିଲେ । ହେଲେ ଆଗୁଆ ଅନୁମତି ନେଇନଥିବାରୁ ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତ ମିଳିନାହିଁ । ତେବେ ପରବର୍ତୀ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାଲାଗି ତାଙ୍କୁ ଅନୁମତି ମିଳିଥିବା ଜଣାପଡିଛି । ତ୍ରୈଲୋକ୍ୟ ମିଶ୍ରଏବଂ ତାଙ୍କ ପୁଅ ସବ୍ୟସାଚୀଙ୍କ ନାଁରେ ମହିଳା ଥାନରେ ଅଭିଯୋଗ କରିଥିଲେ ଲୋପାମୁଦ୍ରା । ବିବାହପର ଠାରୁ ତାଙ୍କୁ ନିର୍ଯ୍ୟାତନା ଦେବା ସହ ବିଭିନ୍ନ ସମୟରେ ତାଙ୍କୁ ମାଡ ମାରୁଥିବା ନେଇ ଲିଖିତ ଅଭିଯୋଗ କରିଥିଲେ । ବିଦେଶୀ ବନ୍ଧୁଙ୍କ ସହ ସ୍ତ୍ରୀ ବଦଳ କରିବା ପାଇଁ ତାଙ୍କୁ ବାଧ୍ୟ କରାଯାଇଥିଲା ବୋଲି ସ୍ୱାମୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଥିଲେ । ଏହାପରେ ତାଙ୍କୁ ଗୁଣ୍ଡା ପଠାଇ ଧମକ ଚମକ ଦେଉଛନ୍ତି ଶିଳ୍ପପତି ତ୍ରୈଲୋକ୍ୟ ମିଶ୍ର । ଏଭଳି ଅଭିଯୋଗ ବି କରିଛନ୍ତି ଲୋପାମୁଦ୍ରା । ତେଣୁ ତାଙ୍କୁ ସୁରକ୍ଷା ଯୋଗାଇଦେବା ସହ ସ୍ୱାମ୍ବୀ, ଶାଶୂ ଓ ଶ୍ୱଶୂରଙ୍କ ଗିରଫ ଦାବି କରିବାକୁ ନବୀନଙ୍କୁ ଭେଟିଥାନ୍ତେ ଲୋପାମୁଦ୍ରା ।