ବିଜୁ ମହିଳା ଜନତା ଦଳରେ ବ୍ୟାପକ ଅଦଳବଦଳ ନେଇ ଚର୍ଚ୍ଚା । ପଦରୁ ଇସ୍ତଫା ଦେଲେ ଲୋପାମୁଦ୍ରା ବକ୍ସିପାତ୍ର ଏବଂ ମୀନତି ବେହେରା ।

ସାଙ୍ଗଠନିକ ଦାୟିତ୍ୱ ଦିଆଯାଇପାରେ ବୋଲି ଚର୍ଚ୍ଚା

198

କନକ ବ୍ୟୁରୋ: ବିଜୁ ମହିଳା ଜନତା ଦଳର ସାଙ୍ଗଠନିକ ସ୍ତରରେ ବ୍ୟାପକ ଅଦଳବଦଳ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।  ଅଦଳବଦଳ ପୂର୍ବରୁ ମହିଳା କମିଶନର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ଲୋପାମୁଦ୍ରା ବକ୍ସିପାତ୍ର । ଭିନ୍ନକ୍ଷମ  କମିଶନ ଅଧ୍ୟକ୍ଷ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି ମୀନତି ବେହେରା ।  ଉଭୟଙ୍କୁ ବିଜୁ ମହିଳା ଜନତା ଦଳର  ସାଙ୍ଗଠନିକ ଦାୟିତ୍ୱ ଦିଆଯାଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି ।

ରାଜ୍ୟ ମହିଳା କମିଶନର ଅଧ୍ୟକ୍ଷା  ଲୋମାମୁଦ୍ରା ବକ୍ସିପାତ୍ର ନିଜ ପଦରୁ ଇସ୍ତଫା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ତେବେ  ଦଳୀୟ କାର୍ଯ୍ୟକ୍ରମରେ ଅଧିକ ସମୟ ଦେବା ପାଇଁ ସେ ଇସ୍ତଫା ଦେଇଥିବା କହିଛନ୍ତି । ଏଥିସହିତ ହିଁ ତାଙ୍କୁ ଏଥିପାଇଁ କୌଣସି ଚାପ ଦିଆଯାଇନଥିବା ବୋଲି ଲୋପାମୁଦ୍ରା କହିଛନ୍ତି ।

ସେପଟେ ଭିନ୍ନକ୍ଷମ କମିଶନ ଅଧ୍ୟକ୍ଷା ମିନତୀ ବେହେରା ମଧ୍ୟ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଏପଟେ ବିଜେଡି ମହିଳା ମୋର୍ଚ୍ଚାରେ ବ୍ୟାପକ ଅଦଳବଦଳ ହେବା ନେଇ ଚର୍ଚ୍ଚା ଜୋର ଧରିଛି । ଉଭୟ ଲୋପାମୁଦ୍ରା ଏବଂ ମିନତୀଙ୍କୁ ସାଂଗଠନିକ ଦାୟିତ୍ୱ ମିଳିପାରେ ବୋଲି ଚର୍ଚ୍ଚା ଚାଲିଛି ।