ସ୍ତ୍ରୀ ବଦଳ ଅଭିଯୋଗ ପରେ ହତ୍ୟା ଧମକ ଅଭିଯୋଗ ଆଣିଲେ ଲୋପାମୁଦ୍ରା

42

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ନିର୍ଯାତନା ଓ ସ୍ତ୍ରୀ ବଦଳ ଅଭିଯୋଗ ପରେ ହତ୍ୟା ଧମକ ଅଭିଯୋଗ ଆଣିଲେ ଲୋପାମୁଦ୍ରା । ଆଜି ଭୁବନେଶ୍ୱର ବଡ଼ଗଡ଼ ଥାନରେ ଅଭିଯୋଗ କରିଛନ୍ତି ଶିଳ୍ପପତି ତୈଲୋକ୍ୟଙ୍କ ବୋହୂ । ଘରକୁ ଅସାମାଜିକ ଲୋକଙ୍କୁ ପଠାଇ ଧମକ ଚମକ ଦେବା ସହ ଜୀବନରୁ ମାରି ଦେବା ପାଇଁ ଧମକ ଦିଆଯାଉଥିବା ଅଭିଯୋଗ କରିଛନ୍ତି ଲୋପାମୁଦ୍ରା । ଏପଟେ ବଡ଼ ଘରର ବଡ଼ ଗୁମର ଖୋଲିବା ପରେ ହାଇକୋର୍ଟର ଦ୍ୱାରସ୍ତ ହୋଇଛନ୍ତି ଶିଳ୍ପପତି ତ୍ରୈଲୋକ୍ୟ ମିଶ୍ର । ଲୋପାମୁଦ୍ରାଙ୍କ ସାଂଘାତିକ ଅଭିଯୋଗ ପରେ ସ୍ୱାମୀ, ଶାଶୁ ଓ ଶ୍ୱଶୂର ହାଇକୋର୍ଟରେ ଆଗୁଆ ଜାମିନ୍ ପାଇଁ ଆବେଦନ କରିଛନ୍ତି । ୱାଇଫ୍ ସ୍ୱାପିଂ ବା ସ୍ତ୍ରୀ ବଦଳ ଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ଶିଳ୍ପପତି ତ୍ରୈଲୋକ୍ୟ ମିଶ୍ରଙ୍କ ବୋହୂ ଲୋପାମୁଦ୍ରା ମିଶ୍ର । ତ୍ରୈଲୋକ୍ୟ ମିଶ୍ରଙ୍କ ପତ୍ନୀ ଓ ତାଙ୍କ ପୁଅ ସବ୍ୟସାଚୀଙ୍କ ନାଁରେ ପୂର୍ବରୁ ମହିଳା ଥାନରେ ଅଭିଯୋଗ କରିଛନ୍ତି ଲୋପାମୁଦ୍ରା । ବିବାହପର ଠାରୁ ତାଙ୍କୁ ନିର୍ଯ୍ୟାତନା ଦେବା ସହ ବିଭିନ୍ନ ସମୟରେ ତାଙ୍କୁ ମାଡ ମରୁଥିବା ନେଇ ଲିଖିତ ଅଭିଯୋଗ କରିଛନ୍ତି । ତେବେ ବିଦେଶୀ ବନ୍ଧୁଙ୍କ ସହ ସ୍ତ୍ରୀ ବଦଳ କରିବା ପାଇଁ ତାଙ୍କୁ ବାଧ୍ୟ କରାଯାଇଥିଲା ବୋଲି ସେ ଅଭିଯୋଗ କରିଛନ୍ତି ।