ପକେଟରେ ଥିଲା ଯମ ! ଲୁଟ କରି ଫେରିବା ବେଳେ ନିଜ ବୋମାରେ ଗଲା ଲୁଟେରା ଜୀବନ…

394

କନକ ବ୍ୟୁରୋ: ନିଜ ବୋମାରେ ନିଜେ ସଫା ହେଲା ଅପରାଧୀ । ଲୁଟ କରି ଫେରିବା ବେଳେ ପକେଟରେ ଫୁଟିଲା ବୋମା । ବୋମା ଫୁଟି ଯିବାରୁ ଅଧା ରାସ୍ତାରେ ଗଲା ଅପରାଧୀର ଜୀବନ । ଗଞ୍ଜାମ ଜିଲ୍ଲା ରାଇକିଆ ଥାନା ଗୋଚ୍ଛାପଲ୍ଲୀ ଜଙ୍ଗଲୀ ରାସ୍ତାରେ ଘଟିଛି ଏଭଳି ଅଭାବନୀୟ ଘଟଣା ।


ତେବେ ସୂଚନା ମୁତାବକ, ଲୁଟେରା ଜଣଙ୍କ ଲୁଟ କରି ଫେରିବା ବେଳେ ତାକୁ ପିଛା କରିଥିଲା ପୋଲିସ । ଧରା ପଡିଯିବା ଭୟରେ ପ୍ରାଣ ବିକଳରେ ବାଇକର ସ୍ପିଡ ବଢାଇଥିବା ଲୁଟେରା । ପୋଲିସ ଉପରକୁ ଏକ ବୋମା ଫିଙ୍ଗି ଜୋରରେ ବାଇକରେ ଯାଉଥିଲା । ହେଲେ ଅଧା ରାସ୍ତାରେ ବାଇକ୍ ସ୍ଲିପ କରିବାରୁ ତଳେ ପଡି ଯାଇଥିଲା ଲୁଟେରା ।

ବାଇକ ଦୁର୍ଘଟଣା ପରେ ତଳେ ପଡି ଯାଇଥିଲା ଲୁଟେରା । ଆଉ ସେହି ସମୟରେ ନିଜ ପକେଟରେ ଥିବା ବୋମା ତଳେ ମାଡ ହୋଇ ଫାଟିଥିଲା । ବିସ୍ଫୋରଣ ଏତେ ଭୟଙ୍କର ଥିଲା, ଯାହା ଫଳରେ ଲୁଟେରାର ପ୍ରାଣହାନୀ ହୋଇଛି ।