ବିଶ୍ୱର ସବୁଠୁ ଲମ୍ବା କାର୍ ! ରହିଛି ୫ ଷ୍ଟାର୍ ହୋଟେଲର ସବୁ ସୁବିଧା ।

57

ଲିମୋଜିନ୍ ନାମକ କାରର ନାଁ ଶୁଣିଛନ୍ତି କି? ଏଭଳି କାରର କୌଣସି ବ୍ରାଣ୍ଡ୍ ନାହିଁ କିନ୍ତୁ ଭିଭିଆଇପି ଲୋକମାନଙ୍କ ପାଇଁ ଏହା ଅର୍ଡର ଦିଆଯାଇ ପ୍ରସ୍ତୁତ କରାଯାଇଥାଏ । ସାଧାରଣତଃ ବିଶ୍ୱରେ ପ୍ରାୟ ଗୋଟିଏ କିମ୍ବା ଦୁଇଟି ଏଭଳି ଦୁର୍ଲଭ କାର୍ ଆପଣ ଦେଖିବାକୁ ପାଇବେ । ଯେଉଁ ଲୋକଙ୍କ ପ୍ୟାଶନ୍ କାର୍ ହୋଇଥାଏ କିମ୍ବା ଯେଉଁମାନେ କାରକୁ ନିଜ ଛୁଆ ଭଳି ଦେଖିଥାନ୍ତି । ସେମାନେ ଏହିଭଳି ବିଳାସପୂର୍ଣ୍ଣ କାରକୁ ଅର୍ଡର ଦେଇ ପ୍ରସ୍ତୁତ କରାଇଥାନ୍ତି ।

ତେବେ ଏହି କାର୍ ତ ବହୁତ ଥାଏ କିନ୍ତୁ ଆମେରିକାର ଲଙ୍ଗ୍ ଲିମୋଜିନ୍ ବିଶ୍ୱବାସୀଙ୍କ ପାଇଁ କେବଳ ଏକ ସ୍ୱପ୍ନ ହୋଇ ରହିଯାଇଛି । ଏହି କାରର ଖାସ୍ କଥା ହେଉଛି ଆପଣ ଏହାକୁ ନିଜ ଆଇଡିଆରେ ଡିଜାଇନ୍ କରିପାରିବେ । ଏହି କାରକୁ “ଆମେରିକାନ୍ ଡ୍ରିମ୍” ମଧ୍ୟ କୁହାଯାଏ । ୧୯୯୦ ମସିହାରେ ଏହି କାରକୁ ତିଆରି କରାଯାଇଥିଲା । ଏହି କାରର ଲମ୍ବା ୧୦୦ ମିଟର । ଏହି କାରକୁ ଯଦି ଚାରିପଟୁ ବୁଲି ଦେଖିବେ ତେବେ ୨୦୦ ମିଟରର ବାଟ ଚାଲିଯିବେ । ଏହି କାରରେ ଦୁଇଟି କ୍ୟାବିନ୍ ରହିଛି, ଗୋଟିଏ ଆଗପଟକୁ ଥିବାବେଳେ ଅନ୍ୟଟି ପଛପଟକୁ ରହିଛି । ଏହାର ଅର୍ଥ ଏହି କାରକୁ ଦୁଇ ପଟରୁ ଚଲାଯାଇପାରିବ । ଏହି କାରରେ ଗୋଟିଏ ହେଲିପ୍ୟାଡ୍, ସ୍ୟୁଇମିଙ୍ଗ୍ ପୁଲ୍, ଗୋଟିଏ ରୋଷେଇଘର,ବାଥରୁମ୍ ଏବଂ ଶୋଇବା ପାଇଁ ପଲଙ୍କ ମଧ୍ୟ ରହିଛି ।

 

ତେବେ ଏହି ଗାଡିରେ ୨୬ ଟି ଚକ ଲାଗିଛି । ଏହାଛଡା ଗାଡିରେ ଖରା ପଡିବାର ଭୟ ଯୋଗୁଁ ଏଥିରେ ସନ୍ ଡେକ୍ ମଧ୍ୟ ଦିଆଯାଇଛି । କାରରେ ଡ୍ରାଇଭର ଏବଂ ପାସେଞ୍ଜରଙ୍କ ପାଇଁ ଅଲଗା ଅଲଗା କ୍ୟାବିନ୍ ତିଆରି ହୋଇଛି । ତେବେ ବର୍ତ୍ଥମାନ ଏହି କାରର ଅବସ୍ଥା ଦୟନୀୟ ହୋଇପଡିଛି । ଗୋଟିଏ ଗୋଦାମରେ ଦୀର୍ଘ ସମୟ ରହିବା ପରେ କାରର ସ୍ପେୟାର ପାର୍ଟସ୍ ଖରାପ ହୋଇଯାଇଛି ।