ରାଫେଲ ପ୍ରସଙ୍ଗରେ କ୍ଷମା ମାଗନ୍ତୁ ରାହୁଲ । ଏଭଳି ଦାବି କରି ସଂସଦରେ ବିଜେପିର ହଟ୍ଟଗୋଳ ଓ ନାରାବାଜି,

116

କନକ ବ୍ୟୁରୋ : ପାର୍ଲାମେଣ୍ଟ ଶୀତ ଅଧିବେଶନର ଆଜି ହେଉଛି ଷଷ୍ଠ ଦିନ । ଆଜି ସଂସଦରେ ପୁଣି ଉଠିଛି ରାଫେଲ ପ୍ରସଙ୍ଗ । ଏହି ପ୍ରସଙ୍ଗରେ ଲୋକସଭା ଓ ରାଜ୍ୟସଭାରେ ଜୋରଦାର ହଙ୍ଗାମା ହୋଇଛି । ଆଜି ୧୧ଟାରେ ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ରାହୁଲ ଗାନ୍ଧିଙ୍କ ବିରୋଧରେ ନାରାବାଜି କରିଥିଲେ ବିଜେପି ସାଂସଦ । ରାଫେଲ ପ୍ରସଙ୍ଗରେ ସୁପ୍ରିମକୋର୍ଟ ମନ୍ତବ୍ୟ ପରେ ରାହୁଲଙ୍କୁ କ୍ଷମା ମାଗିବା ଦାବି କରିଛନ୍ତି ବିଜେପି ସାଂସଦ ।

Budget Session 2018 of Parliament kicks off todayଏହାଛଡା ୧୯୮୪ ଶିଖ ଦଙ୍ଗା ନେଇ କୋର୍ଟ ରାୟ ପରେ ନାରାବାଜି କରିଥିଲେ ବିଜେପି ସାଂସଦ । ଏହାର ପ୍ରତିଜାବବରେ ରାଫେଲ ଡିଲର ଜେପିସି ତଦନ୍ତ ଦାବି କରି ବିରୋଧୀ ସଦସ୍ୟମାନେ ବି ନାରାବାଜି କରିଥିଲେ । ଫଳରେ ଲୋକସଭାକୁ ମୁଲତବୀ କରିବାକୁ ପଡିଥିଲା । ସେପଟେ ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ଦଳଗୁଡିକ ବି ପାର୍ଲାମେଣ୍ଟ ବାହାରେ ବିରୋଧ ପ୍ରଦର୍ଶନ କରିଛନ୍ତି ।

ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟା ଦାବିରେ ତେଲୁଗୁ ଦେଶମ ପାର୍ଟିର ସଦସ୍ୟ ମଧ୍ୟ ଗୃହ ମଧ୍ୟରେ ନାରାବାଜି କରିବା ସହ ପ୍ରଦର୍ଶନ କରିଛନ୍ତି । ଏପରିକି ରାଫେଲ ପ୍ରସଙ୍ଗରେ ରାଜ୍ୟସଭାରେ ବି ହଙ୍ଗାମା ହୋଇଛି । ଫଳରେ ଗୃହକୁ ଦିନ ୨ଟା ଯାଏଁ ମୁଲତବୀ ଘୋଷଣା କରାଯାଇଛି ।