ରାଫେଲ୍ ଡିଲକୁ ନେଇ ଲୋକସଭାରେ ହଙ୍ଗାମା ! ୮ଜଣ ସାଂସଦଙ୍କୁ ୫ଦିନ ପାଇଁ ନିଲମ୍ବନ କଲେ ବାଚସ୍ପତି ।

220

କନକ ବ୍ୟୁରୋ : ଶୀତକାଳୀନ ଅଧିବେଶନର ତ୍ରୟୋଦଶ ଦିନରେ ଗୃହରେ ଜୋରଦାର ହଙ୍ଗାମା ହୋଇଛି । ହଙ୍ଗାମାକୁ ନେଇ ୮ ଜଣ ସାଂସଦଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ । ୮ ସାଂସଦ ନିଲମ୍ବିତ ହୋଇଛନ୍ତି । ଲୋକସଭାରେ ରାଫେଲ ଡିଲକୁ ନେଇ ହଙ୍ଗାମା ଆରମ୍ଭ ହୋଇଯାଇଥିଲା । ଯେଉଁଥିପାଇଁ ୮ ଜଣ ସାଂସଦଙ୍କୁ ନିଲମ୍ବନ କରିଛନ୍ତି ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ ।

ତେବେ ଏହି ୮ଜଣ ସାଂସଦ ଏଆଇଏଡିଏମକେର ଅଟନ୍ତି । ତେବେ ୫ ଦିନ ପାଇଁ ଏଆଇଏଡିଏମକେର ଏହି ୮ ଜଣ ସାଂସଦଙ୍କୁ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ ନିଲମ୍ବନ କରିଥିବା ଜଣାପଡିଛି । ଲୋକସଭା ଚାଲିଥିବା ବେଳେ ରାଫେଲ ଡିଲକୁ ନେଇ ଏହି ସାଂସଦମାନେ ହଙ୍ଗାମା କରୁଥିଲେ । ଯେଉଁଥିପାଇଁ ବାଚସ୍ପତି ୮ଜଣ ସାଂସଦଙ୍କୁ ନିଲମ୍ବନ କରିଛନ୍ତି । ଏବଂ ହଙ୍ଗାମା ପାଇଁ ଆସନ୍ତାକାଲି ପର୍ଯ୍ୟନ୍ତ ଲୋକସଭାକୁ ସ୍ଥଗିତ ରଖାଯାଇଛି ।