ମାୟାବତୀ ଲଢିବେନି ଲୋକସଭା ନିର୍ବାଚନ ! କହିଲେ ଏବେ ପ୍ରକୃତ ସମୟ ନୁହଁ ।

98

ବହୁଜନ ସମାଜ ପାର୍ଟି (ବସପା) ସୁପ୍ରିମୋ ମାୟାବତୀ ଚଳିତଥର ଲୋକସଭା ନିର୍ବାଚନ ଲଢିବେ ନାହିଁ । ବୁଧବାର ସେ ଏକ ପ୍ରେସ କନଫ୍ରେନ୍ସରେ କହିଛନ୍ତି ଯେ ଦେଶର ରାଜନୀତିକ ପରିସ୍ଥିତିକୁ ଧ୍ୟାନରେ ରଖି ମୁଁ ଲୋକସଭା ନିର୍ବାଚନ ନ ଲଢିବା ପାଇଁ ନିଷ୍ପତ୍ତି ନେଇଛି । ମାୟାବତୀ କହିଛନ୍ତି ଏବେ ମୋର ଜିତିବା ପୂର୍ବରୁ ଗଠବନ୍ଧନ ମେଣ୍ଟ ସଫଳ ହେବା ଅଧିକ ଆବଶ୍ୟକ । ସେ କହିଛନ୍ତି ଯଦି ନିର୍ବାଚନ ପରେ କିଛି ସ୍ଥିତି ଆସେ ସେତେବେଳେ ସେ କୌଣସି ବି ସିଟକୁ ଖାଲି କରି ନିର୍ବାଚନ ଲଢିପାରିବେ ଏବଂ ଜିତି ବି ପାରିବେ । ସେ କହିଥିଲେ ବସପା ବିରୁଦ୍ଧରେ ଆନ୍ଦୋଳନ କରି ବିରୋଧି ଅନେକ ଉପାୟ ପାଞ୍ଚୁଛି ।

ମାୟାବତୀ କହିଛନ୍ତି ୟୁପିରେ ଗଠବନ୍ଧନ ମେଣ୍ଟର ଅଧିକ ଆବଶ୍ୟକତା ରହିଛି । ଏହା ମହତ୍ତ୍ୱପୂର୍ଣ୍ଣ ଅଟେ । ରାଜନୀତିରେ ପ୍ରତିଥର କଡା ନିଷ୍ପତ୍ତି ନେବାକୁ ପଡେ । ଏବେ ଦେଶହିତ ଏବଂ ପାର୍ଟି ମୁଭମେଣ୍ଟକୁ ଦେଖି ଏହିଭଳି ନିଷ୍ପତି ନେବାକୁ ପଡୁଛି । ଆପଣଙ୍କୁ କହିରଖୁଛୁ ଉତ୍ତରପ୍ରଦେଶରେ ଚଳିତଥର ସପା ଏବଂ ବସପା ମିଶି ନିର୍ବାଚନ ଲଢିବେ । ଗଠବନ୍ଧନ ଅନୁସାରେ ସପା ପାଖକୁ ୩୭ ଟି ସିଟ୍ ଆସିଥିବା ବେଳେ ବସପା ପାଖକୁ ୩୮ ଟି ସିଟ୍ ଆସିଛି ।