ବିଜେପିର ପ୍ରଚଣ୍ଡ ବହୁମତ ପରେ ସାରା ଦେଶ ଜନାଦେଶର ଆନନ୍ଦ ନେଉଥିବା ବେଳେ ପଶ୍ଚିମବଙ୍ଗରେ ନିର୍ବାଚନ ସମସ୍ତଙ୍କୁ ଚକିତ କରିଦେଇଛି । ୨୦୧୪ ପରେ ବିଜେପିର ଏଠାରେ ଆଶ୍ଚର୍ଯ୍ୟଜନକ ପ୍ରଦର୍ଶନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଖୁବ୍ ଆଘାତ ପହଂଚାଇଛି । ସେ ଟ୍ୱିଟରରେ ଏକ ପୋଷ୍ଟ କରି ନିଜ ଦୁଃଖ ବ୍ୟକ୍ତ କରିଛନ୍ତି । ସେ ଟ୍ୱିଟରରେ ଏକ କବିତା ପୋଷ୍ଟ କରିଛନ୍ତି । କବିତାର ଶୀର୍ଷକ ସେ “ଆଇ ଡୋଣ୍ଟ୍ ଏଗ୍ରୀ” ଅର୍ଥାତ୍ “ମୁଁ ରାଜି ନୁହଁ ” ଲେଖିଛନ୍ତି ।
I Do Not Agree pic.twitter.com/RFVjiunJQt
— Mamata Banerjee (@MamataOfficial) May 24, 2019
ହିନ୍ଦୀ,ଇଂରାଜୀ ଏବଂ ବଙ୍ଗାଳୀରେ ଲେଖାଥିବା ଏହି କବିତାରେ ସେ କହିଛନ୍ତି ସେ ସାଂପ୍ରଦାୟିକତା ଏବଂ ଧାର୍ମିକ ଆକ୍ରମକତା ବିକ୍ରି କରିବାରେ ସେ ବିଶ୍ୱାସ କରନ୍ତି ନାହିଁ । ସେ ଏହି କବିତାରେ କାହା ନାଁ ନେଇନଥିଲେ ବି ତାଙ୍କ ଇସାରା ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ଅଧ୍ୟକ୍ଷ ଅମିତ୍ ଶାହଙ୍କ ଆଡକୁ ରହିଛି ଏଥିରେ କୌଣସି ସନ୍ଦେହ ନାହିଁ । ମମତା ପିଏମ୍ ମୋଦି ଏବଂ ଶାହଙ୍କ ଉପରେ ବାରମ୍ବାର ଧର୍ମ ନାଁରେ ଧ୍ରୁବିକରଣ କରିବା ଅଭିଯୋଗ ଲଗାଇ ଆସୁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/05/mamata-banerjee-salil11.jpg)