କନକ ବ୍ୟୁରୋ : ଭିଜିଲାନ୍ସ ଜାଲରେ ଆଇଆଇସି । ଭିଜିଲାନ୍ସ ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନାର ଆଇଆଇସିଙ୍କୁ ଅଟକ ରଖିଛି । ୪ ଲକ୍ଷରୁ ଅଧିକ ଟଙ୍କା ନେଇ ଯାଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ଆଇଆଇସି ଅନ୍ତର୍ଯ୍ୟାମୀ ବେହେରା ।
ନିଜ ଘରୁ ଅନୁଗୁଳ ଯିବା ବାଟରେ ତାଙ୍କୁ ଧରିଛି ଭିଜିଲାନ୍ସ । ଆଇଆଇସି ଅନ୍ତର୍ଯ୍ୟାମୀଙ୍କ ଠାରୁ ୪ ଲକ୍ଷ ୬୨ ହଜାର ଟଙ୍କା ଜବତ ହୋଇଛି । ଟଙ୍କା କେଉଁଠୁ ଆସିଲା ଓ ଏତେ ଟଙ୍କା ଧରି ସେ କୁଆଡେ ଯାଉଥିଲେ ସେ ବିଷୟରେ ପୋଲିସ ଅଧିକାରୀ କିଛି କହୁନାହାନ୍ତି । ଅନ୍ୟପଟେ ଟଙ୍କାର ହିସାବ ମଧ୍ୟ ସେ ଦେଇ ପାରୁ ନାହାନ୍ତି ।
ଏହା ସହ ଦେଖନ୍ତୁ ଏହି ଭିଡିଓ -
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/04/iic.jpg)