ମେ ୩୧ ପର୍ଯ୍ୟନ୍ତ ବଢିପାରେ ଲକଡାଉନ୍ । ତାଲାବନ୍ଦ-୪ ନେଇ କିଛି ସମୟ ପରେ ଗାଇଡଲାଇନ୍ ଜାରି କରିବେ କେନ୍ଦ୍ର ସରକାର, ବହୁ କଟକଣା ହୋଇପାରେ କୋହଳ ।

1,598

କନକ ବ୍ୟୁରୋ : ତାଲାବନ୍ଦର ବଡ଼ଖବର । ଦେଶରେ ମେ ୩୧ ତାରିଖ ପର୍ଯ୍ୟନ୍ତ ବଢିପାରେ ଲକଡାଉନ୍ ଅବଧି । ଏନେଇ କିଛି ସମୟ ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗାଇଡଲାଇନ୍ ଜାରି କରାଯିବ । ତାଲାବନ୍ଦ ବଢିବା ନେଇ ବର୍ତ୍ତମାନ ସମୟରେ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।

ତେବେ ସବୁଠାରୁ ବଡ କଥା ହେଉଛି, ତାଲାବନ୍ଦ ଅବଧି ବୃଦ୍ଧି ଭିତରେ ଅନେକ କଟକଣା କୋହଳ କରାଯାଇପାରେ । ପୂର୍ବରୁ ମଧ୍ୟ ଲକଡାଉନର ଚତୁର୍ଥ ପର୍ଯ୍ୟାୟ ନୂଆ ରୂପରେ ନୂଆ ନିୟମ ସହ ଆସିବ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ଆଉ କିଛି ସମୟ ପରେ ଏନେଇ ବିଧିବଦ୍ଧ ଭାବେ ଘୋଷଣା କରାଯିବ ।

ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ ସମୟରେ କେଉଁ କେଉଁ ଦିଗ ପ୍ରତି କଟକଣାକୁ କୋହଳ କରାଯାଉଛି, ବର୍ତ୍ତମାନ ସମୟରେ ତା ଉପରେ ରହିଛି ସମସ୍ତଙ୍କ ନଜର । ବିଶେଷ କରି ଦୋକାନ ବଜାର, ଗମନାଗମନ ଉପରେ ସରକାର କେଉଁ ନିଷ୍ପତ୍ତି ନେଉଛନ୍ତି ଏବେ ତାକୁ ହିଁ ଅପେକ୍ଷା ।