ଲୋକଙ୍କ ଘର ଭାଙ୍ଗିଗଲେ ଏହାର ନିର୍ମାଣ ପାଇଁ ସିମେଣ୍ଟ, ବାଲି ସହ ଗୋଡିର ଆବଶ୍ୟକତା ପଡିଥାଏ । ସେହିପରି ଘରକୁ ଅଧିକ ଦୃଢ କରିବା ପାଇଁ କଂକ୍ରିଟକୁ ମଧ୍ୟ ବ୍ୟବହାର କରାଯାଏ ।ଏବେ ବୈଜ୍ଞାନିକମାନେ ଏମିତି ଏକ କଂକ୍ରିଟ ପ୍ରସ୍ତୁତ କରିଛନ୍ତି ଯାହାର ବ୍ୟବହାର କରିବା ଦ୍ୱାରା ଏହା ଆପଣାଛାଏଁ ଫାଟକୁ ଭର୍ତ୍ତି କରିଦେବ ଜ୍ଝ ଘରେ ଯଦି କୌଣସି ଫାଟ ସୃଷ୍ଟି ହେବ ଏହି କଂକ୍ରିଟ ସ୍ୱତଃ ତାହାକୁ ପୂରଣ କରିଦେବ ଓ କାନ୍ଥକୁ ଏହାର ପୂର୍ବ ଅବସ୍ଥାକୁ ଫେରାଇଆଣିବ । ଅର୍ଥାତ ଜୀବନ୍ତ ଭଳି ଏହି କଂକ୍ରିଟ ଫାଟ ଭିତରେ ଥିବା ଖାଲିସ୍ଥାନକୁ ଖୋଜି ତାହାକୁ ପୂରଣ କରିଦେବ। ଏହି କଂକ୍ରିଟ ସୂର୍ଯ୍ୟ କିରଣ, ଧୂଳି ଓ ପାଣିରେ ନିଜକୁ ବିକଶିତ କରିପାରିବ।
Kanak News is now on WhatsApp
Join and get latest news updates delivered to you via WhatsApp
ଆମେରିକାର କଲରାଡୋ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକ ଡାକ୍ତର ବିଲ ସୃବର ଓ ତାଙ୍କ ଟିମ ଏଭଳି ଜୀବନ୍ତ କଂକ୍ରିଟର ନିର୍ମାଣ କରିଛନ୍ତି । ଏହି କଂକ୍ରିଟ ପ୍ରସ୍ତୁତ କରିବା ପାଇଁ ଏକ ସ୍ୱତନ୍ତ୍ର ପ୍ରକାରର ବ୍ୟାକ୍ଟେରିଆ ବ୍ୟବହାର କରାଯାଇଛି ।ଏହି ବ୍ୟାକ୍ଟେରିଆ ସୂର୍ଯ୍ୟ କିରଣ, ଧୂଳି ଓ ପାଣିରେ ନିଜକୁ ବିକଶିତ କରିପାରିବ। ଯଦି କେବେ କାନ୍ଥରେ ଫାଟ ସୃଷ୍ଟି ହୁଏ ତେବେ ଏହି ବ୍ୟାକ୍ଟେରିଆମାନେ କାନ୍ଥକୁ ପୂର୍ବ ଅବସ୍ଥାକୁ ଫେରାଇ ଆଣିପାରିବେ ।
ଏହି ବ୍ୟାକ୍ଟେରିଆର ନାମ ସାୟାନୋବ୍ୟାକ୍ଟେରିଆ ହୋଇଥିବା ବେଳେ ଫଟୋ ସିନ୍ଥେସିସ ପ୍ରକ୍ରିୟାରେ ନିଜକୁ ଜୀବିତ ରଖିପାରିବ । ବୈଜ୍ଞାନିକ ଡାକ୍ତର ବିଲ ସୃବର କହିଛନ୍ତି ଯେ ଏଭଳି କଂକ୍ରିଟକୁ ଯେ କୌଣସି ଆକାର ଦେଇହେବ। ଏହି ପ୍ରକ୍ରିୟାରେ ବ୍ୟାକ୍ଟେରିଆରେ ଗରମ ପାଣି, ବାଲି, ସିମେଣ୍ଟ ସହ ପୋଷକ ତତ୍ୱ ଓ ଜିଲୋଟିନ ମିଶାଯାଇଥାଏ । ଜିଲୋଟିନ ମିଶାଇବା ଦ୍ୱାରା ବ୍ୟାକ୍ଟେରିଆ ଖୁବ ଶୀଘ୍ର ଦୃଢ କଂକ୍ରିଟ କରିଦେଇଥାଏ । ଯଦି କେବେ କାନ୍ଥରେ ଫାଟ ସୃଷ୍ଟି ହୋଇଥାଏ, ଏହି ବ୍ୟାକ୍ଟେରିଆ ସୂର୍ଯ୍ୟ କିରଣ ଓ ଧୂଆଁକୁ ଆକର୍ଷିତ ହୋଇ ସେହି ଫାଟକୁ ଭରିଦେଇଥାଏ ।ଏହି କଂକ୍ରିଟରୁ ନିର୍ମିତ ପ୍ରତ୍ୟେକ ଇଟାରୁ ୩ଟି ଇଟା ଆପଣାଛାଏଁ ବିକଶିତ ହୋଇପାରିବ । ଏହି ଧାରା ଲଗାତାର ଭାବରେ ଜାରି ରହିବ । ଏହାକୁ ଲିଭିଙ୍ଗ ବିଲ୍ଡିଂ ମ୍ୟାଟେରିଆଲର ନାଁ ଦିଆଯାଇଛି ।