ଖୋର୍ଦ୍ଧା : ସିସିଟିଭିରେ ଲାଇଭ ବମିଂର ଭିଜୁଆଲ୍ । ଦାଦାବଟିକୁ କେନ୍ଦ୍ର କରି ରାତିଅଧରେ ହେଲା ବୋମାମାଡ । ଖୋର୍ଦ୍ଧାର କୁରାଢମଲ୍ଲ ସ୍ଥିତ ସାଇନାଥ କ୍ରସରରେ ହୋଇଛି ଏହି ବିସ୍ଫୋରଣ । ସୋମବାର ରାତିରେ ୮ରୁ ୯ଜଣ ଯୁବକ ମାରାଣସ୍ତ୍ର ଧରି ଏହି କାଣ୍ଡ ଭିଆଇଥିଲେ । ପ୍ରଥମେ ବୋମାମାଡ ପରେ କାର , ଟ୍ରକ ସହ ଦୁଇଟି ବାଇକରେ ନିଆଁ ଲଗାଇଦେଇଥିଲେ ଦୁବୁର୍ତ । ଏଥିରେ ଦୁଇ ଜଣ କ୍ରସର କର୍ମୀଚାରୀ ମଧ୍ୟ ଆହତ ହୋଇଛନ୍ତି । ସେପଟେ କ୍ରସର ମାଲିକ ଅଭିଯୋଗ କରିଛନ୍ତି ସ୍ଥାନୀୟ ଗାଁର କିଛି ଯୁବକ ଦୀର୍ଘଦିନ ହେବ ତାଙ୍କୁ ୧୦ଲକ୍ଷ ଟଙ୍କା ଦାଦାବଟି ମାଗିଆସୁଥିଲେ । ପୁଲିସକୁ ମଧ୍ୟ ସେ ଏନେଇ ଅଭିଯୋଗ କରିଥିଲେ । ତେବେ ପୁଲିସ କୌଣସି ପଦକ୍ଷେପ ନନେବାରୁ ଦୁବୁର୍ତମାନେ ଏପରି କାଣ୍ଡ ଭିଆଇଥିବା ଅଭିଯୋଗ ହୋଇଛି ।
ସିସିଟିଭିରେ ଲାଇଭ ବମିଂ
/kanak/media/post_attachments/wp-content/uploads/2016/04/vlcsnap-2016-04-05-15h59m09s014.png)