କନକ ବ୍ୟୁରୋ : ମା । ଏଭଳି ଏକ ଡାକ, ଯାହାକୁ ବଖାଣିହେବନି କି ଶବ୍ଦରେ ପ୍ରକାଶ କରିହେବନି । ମା ହାତ ଧରି ବାଟ ଚାଲିବା ଶିଖାଏ. ଝୁଣ୍ଟିପଡିଲେ କୋଳେଇ ନିଏ । ନିଜ ପିଲାକୁ ଟିକିଏ ଆଘାତ ଲାଗିଲେ, ମାର ଆଖି ଓଦା ଓଦା ହୋଇଯାଏ । ଏ ଦୁନିଆରେ ଯଦି ସମ୍ପର୍କର ସଜ୍ଞା ଖୋଜାଯାଏ, ତେବେ ମା-ପୁଅର ସମ୍ପର୍କ ହେବ ଉଦାହରଣ । ଏହା ଏମିତି ଏକ ସମ୍ପର୍କ ଯେଉଁଥିରେ ଜଣେ ଜଣଙ୍କ ବିନା ବଞ୍ଚିବା କଷ୍ଟକର ।
ପୁଅର କିଛି ହୋଇଗଲେ ଯେମିତି ମା ଆଖିରୁ ନିଦ ହଜିଯାଏ, ସେମିତି ମାକୁ ମଧ୍ୟ ଟିକିଏ କଷ୍ଟ ହେଲେ ପୁଅର ଛାତି ଥରିଉଠେ । ଆଜି ଆମେ ଆପଣଙ୍କୁ ଏମିତି ଏକ ଘଟଣା କହିବୁ, ଯାହା ଶୁଣିଲେ ଆପଣ ବି କହିବେ ପୁଅ ହେବ ତ ଏମିତି ।
This little boy in China is his mummy's big hero - he vented his anger at a car that sent his mum flying pic.twitter.com/tCBNShmyHG— SCMP News (@SCMPNews) December 11, 2019
ଏହି ଘଟଣାଟି ହେଉଛି ଚାଇନାର । ନିଜ କୁନି ପୁଅକୁ ଧରି ରାସ୍ତା ପାରି ହେଉଥିଲେ ମା । ଏତିକିବେଳେ ଏକ ଗାଡି ଆସି ତାଙ୍କୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ଛିଟିକି ହୋଇ ରାସ୍ତାରେ ପଡିଯାଇଥିଲେ ମା ପୁଅ । ଭାଗ୍ୟବସତଃ ଦୁଇଜଣଙ୍କ ଜୀବନ ବଂଚିଯାଇଥିଲା । କିନ୍ତୁ ମାଙ୍କ କଷ୍ଟ ଦେଖି ରାଗ ସମ୍ଭାଳିପାରିନଥିଲା କୁନି ପୁଅ । ରାଗରେ କାରକୁ ବାରମ୍ବାର ଗୋଇଠା ମାରି ଚାଲିଥିଲା । ଏହା ପରେ ଡ୍ରାଇଭର ଜଣଙ୍କ ବାହାରକୁ ଆସିବା ସହ ଉକ୍ତ ମହିଳାଙ୍କୁ ନିଜ କାରରେ ଡାକ୍ତରଖାନାକୁ ନେଇଥିଲେ ।
ମା ପ୍ରତି କୁନି ପୁଅର ଏପରି ଭଲପାଇବା ସୋସିଆଲ୍ ମିଡିଆରେ ସମସ୍ତଙ୍କ ମନ ଜିଣିପାରିଛି । ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ସମସ୍ତେ କହୁଛନ୍ତି ପୁଅ ହେବ ତ ଏମିତି ।