ରାସ୍ତାରୁ ଉଠିଲା ମଦଦୋକାନ ! ପାଳନ ହେଲା ସର୍ବୋଚ୍ଚ କୋର୍ଟଙ୍କ ନିୟମ

35

କନକ ବ୍ୟୁରୋ : ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଆଜି ଜାତୀୟ ରାଜପଥ ଓ ରାଜ୍ୟ ରାଜପଥ କଡରେ ଥିବା ମଦ ଦୋକାନ ଉପରେ ଚଢାଉ କରିଛି ପୁଲିସ । କାରଣ ଉଚ୍ଚତମ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଅନୁସାରେ ଏହି ରାଜପଥର ୫ଶହ ମିଟର ଭିତରେ କୌଣସି ମଦଦୋକାନ ରହିପାରିବ ନାହିଁ ।

ମୋଟ ୪୦ଟି ମଦ ଦୋକାନକୁ ସବୁଦିନ ପାଇଁ ବନ୍ଦ କରାଯାଇଛି । ରାଜଧାନୀରେ ଥିବା ୧୭ଟି ମଦ ଦୋକାନ, ବିୟର ପାର୍ଲର, ୫ଟି ହୋଟେଲ, ୯ଟି ବାର୍ କମ ରେଷ୍ଟୁରାଂଟ ଓ ୩ଟି ସି,ଏସ୍ କାଉଂଟରକୁ ସିଲ କରିଛି ଅବକାରୀ ବିଭାଗ । ସୁପ୍ରିମକୋର୍ଟଙ୍କ ନିର୍ଦେଶ ଥିଲା ଏପ୍ରିଲ ୧ ତାରିଖ ଶୁଦ୍ଧା ସମସ୍ତ ମଦ ଦୋକାନ ଗୁଡିକୁ ବନ୍ଦ କରିବା ପାଇଁ ।

ରାସ୍ତା କଡରେ ମଦ ଦୋକାନ, ଦୁର୍ଘଟଣା ଭଳି ବିପର୍ଯ୍ୟୟର ଏକ ମୁଖ୍ୟ କାରଣ । ରାଜନୈତିକ ସ୍ତରରେ ଏହାର ସମାଧାନ ନହେବା ପରେ, ଶେଷରେ ଉଚ୍ଚତମ ନ୍ୟାୟଳୟଙ୍କ ରାୟ ବଳରେ ଏହା ସମ୍ଭବ ହୋଇ ପାରିଛି ।