କନକ ବ୍ୟୁରୋ : ମଦ ବିରୋଧରେ ତାତିଲେ ଗ୍ରାମବାସୀ । ମଦ ଦୋକାନରେ ନିଆଁ ଲଗାଇବା ସହ ଭଙ୍ଗାରୁଜା କରିଛନ୍ତି । ମଦ ବିକ୍ରିକୁ ପ୍ରତିବାଦ କରି ଭଙ୍ଗାରୁଜା କରିଛନ୍ତି ନୂଆପଡାର ସାଖାତରା ଓ ଗୋଡତୋଲ ଗ୍ରାମବାସୀ । ସାଖାତରାଠାରେ ଥିବା ମଦ ଦୋକାନ ଉପରେ ଆକ୍ରମଣ କରିଥିଲେ ଗାଁର ଶହ ଶହ ମହିଳା ଓ ପୁରୁଷ । ମଦ ଦୋକାନରେ ନିଆଁ ଲଗାଇଦେବା ସହ ଭଙ୍ଗାରୁଜା କରିଥିଲେ ଗାଁଲୋକେ ।
ସାଖାତରା ଗାଁରେ ଥିବା ଦେଶୀ ଓ ବିଦେଶୀ ମଦ ଦୋକାନରେ ଆକ୍ରମଣ କରିଥିଲେ ଗ୍ରାମବାସୀ । ଦମକଳବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ କରିଥିଲା । ପରିସ୍ଥିତି ଉତେଜନାପୂର୍ଣ୍ଣ ହେବାରୁ ନୂଆପଡା ଏସଡିପିଓ ପହଂଚି ପରିସ୍ଥିତିକୁ ଆୟତ କରିଛନ୍ତି । ଗାଁରେ ଉତେଜନା ଲାଗିରହିଥିବାରୁ ୨ପ୍ଲାଟୁନ ପୁଲିସ ମୁ୍ତୟନ କରାଯାଇଛି ।
ଏହା ସହ ଦେଖନ୍ତୁ ଏହି ଭିଡିଓ-
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/04/Screen-shot-2017-04-03-at-1.05.41-PM.png)