କନକ ବ୍ୟୁରୋ : ଧରାପଡିଲା ଅଭିଯୁକ୍ତ । ଅଶ୍ଳୀଳ ୱେବସାଇଟରେ ସ୍ୱେଚ୍ଛାସେବୀ ଲିଙ୍କନ ସୁବୁଦ୍ଧିଙ୍କ ଫଟୋ ଛାଡିଥିବା ବ୍ୟକ୍ତିକୁ ଗିରଫ କରିଛି କମିଶନରେଟ୍ ପୋଲିସ୍ । ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା ପୋଲିସ୍ ମିଥୁନ ସାହୁ ନାମକ ଜଣେ ବ୍ୟକ୍ତିକୁ ପୁରୀ କୃଷ୍ଣପ୍ରସାଦରୁ ଗିରଫ କରିଛି । ତେବେ ଏହି ପ୍ରସଙ୍ଗରେ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଫେରାଦ ହୋଇଥିଲେ ସ୍ୱେଚ୍ଛାସେବୀ ଲିଙ୍କନ ସୁବୁଦ୍ଧି ।
ମାମଲାରେ ପୋଲିସର ନିଷ୍କ୍ରିୟତା ସଂପର୍କରେ ନବୀନଙ୍କୁ ଭେଟି ଅଭିଯୋଗ କରିଥିଲେ । ଏସକର୍ଟ ସେବା ଯୋଗାଉଥିବା ଏକ ଆପତ୍ତିଜନକ ୱେବସାଇଟରେ ତାଙ୍କର ଫଟୋ ଅପଲୋଡ୍ ଘଟଣାରେ ପୋଲିସ୍ ତଦନ୍ତର ବିଳମ୍ବକୁ ନେଇ ସେ ପ୍ରଶ୍ନ ଉଠାଇଥିଲେ । ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିବାର ୫ଦିନ ପରେ ପୋଲିସ୍ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/06/vlcsnap-2017-06-02-20h42m57s575.png)