କର୍କଟ ରୋଗର ଲକ୍ଷଣ ! କେମିତି ଜାଣିବେ ଆପଣ ଏହାର ଶିକାର ହୋଇଛନ୍ତି କି ନା’

189

କର୍କଟ ପରି ମାରାତ୍ମକ ରୋଗର କବଜାରେ ଦେଶର ଅନେକ ଲୋକ । କର୍କଟ ଶିକାର ହୋଇ ମଧ୍ୟ ଅନେକ ସମୟରେ ଲୋକ ମାନେ ଏ ବିଷୟରେ ଜାଣି ପାରି ନଥାନ୍ତି । କାରଣ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଲୋକମାନଙ୍କୁ ଏହାର ଲକ୍ଷଣ ଜଣା ପଡିନଥାଏ । ଏବେ ନଜର ପକାନ୍ତୁ ଏହାର ଲକ୍ଷଣ ଉପରେ ଏବଂ କେମିତି ଜାଣିବେ ଆପଣଙ୍କୁ କ୍ୟାନ୍ସର ହୋଇଛି କି ନାହିଁ ।

ଓଜନ କମିବା :
ଯଦି ଆପଣଙ୍କ ଜୀବନ ଶୈଳୀରେ କୌଣସି ପରିବର୍ତ୍ତନ ନହୋଇ ମଧ୍ୟ ଓଜନ ହଠାତ୍ କମିବାକୁ ଲାଗେ କିମ୍ବା ଆପଣ ଆବଶ୍ୟକତା ଠାରୁ ଅଧିକ ପତଳା ହୋଇଯାଉଛନ୍ତି ତେବେ ଏହାକୁ ଅଣ ଦେଖା କରନ୍ତୁ ନାହିଁ । ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଏହା କ୍ୟାନ୍ସର ରୋଗର ଲକ୍ଷଣ ହୋଇଥାଇପାରେ ।

ପରିଶ୍ରାରେ ରକ୍ତ ପଡିବା :
ପରିଶ୍ରାରେ ରକ୍ତ ପଡିବା ଗମ୍ଭୀର ରୋଗର ଲକ୍ଷଣ ହୋଇପାରେ ଯାହା ଭିତରୁ କ୍ୟାନ୍ସର ଅନ୍ୟତମ । ବିଶେଷଜ୍ଞଙ୍କ ଅନୁଯାୟୀ ପରିଶ୍ରାରେ ରକ୍ତ ପଡିବା ବ୍ଲାଡର୍ କିମ୍ବା କିଡନୀ କ୍ୟାନ୍ସର ଲକ୍ଷଣ ହୋଇପାରେ । ଏହା ସହ ପରିଶ୍ରା ରଙ୍ଗ ଯଦି ହାଲକା ଲାଲ୍ କିମ୍ବା ଗୋଲାପି ହୁଏ ତେବେ ଏହା ରକ୍ତ ଆସିବା ସହ ସମାନ ଯାହା ଏକ ଗମ୍ଭୀର ସମସ୍ୟା ।

ମହିଳାଙ୍କ ଋତୁସ୍ରାବରେ ଅନିୟମିତତା :
ବିଶେଷଜ୍ଞଙ୍କ ଅନୁଯାୟୀ ମହିଳା ମାସିକ ଋତୁସ୍ରାବ ପରେ ବି ଯଦି ରକ୍ତ ପଡିବା ବନ୍ଦ ନ ହୁଏ ତେବେ ଏହାକୁ ଅଣଦେଖା କରିବା ଅନୁଚିତ୍ । କାରଣ ଏହା ଗର୍ଭାଶୟ କ୍ୟାନ୍ସର ପ୍ରାରମ୍ଭିକ ଲକ୍ଷଣ ହୋଇଥାଏ ।

ଶରୀରର କୌଣସି ଅଙ୍ଗ ହଠାତ୍ ଟାଣ ହୋଇଯାଏ :
ଯଦି ଶରୀରର କୌଣସି ଅଙ୍ଗ ହଠାତ୍ ଟାଣ ହୋଇଗଲେ ଏହାକୁ ଧ୍ୟାନ ଦିଅନ୍ତୁ । ଯଦିଓ ସବୁବେଳେ ଏହା କ୍ଷତିକାରକ ହୋଇ ନଥାଏ ତେବେ ବି ଏହାକୁ ଅଣ ଦେଖା କରିବା ଅନୁଚିତ୍ । କାରଣ ଏହା ସ୍ତନ କର୍ଳଟର ଲକ୍ଷଣ ହୋଇପାରେ ।

ପୀଡା ଅଧିକ ଦିନ ରହିଲେ :
କର୍କଟ ବିଶେଷଜ୍ଞଙ୍କ ଅନୁଯାୟୀ, ଯଦି ପୀଡା ଅଧିକ ଦିନ ଯାଏଁ ରହେ ତାହେଲେ ଏହା କ୍ୟାନ୍ସର ହୋଇପାରେ । ତେବେ ଏକଥା ଭାବନ୍ତୁନି ଯେ ପୀଡା ହେଉଛି ମାନେ ଆପଣଙ୍କୁ କର୍କଟ ହିଁ ହୋଇଥିବ ।

ଘା’ ଶୀଘ୍ର ନଶୁଖିଲେ : 
ଆମ ଶରୀର ଘା’କୁ ଭଲ କରିଦେଇଥାଏ । କିନ୍ତୁ ଯଦି ଏପରି ନହୋଇ ଅଧିକ ଦିନ ଯାଏଁ ରହେ ତେବେ ତୁରନ୍ତ ଡାକ୍ତରଙ୍କୁ ଦେଖାନ୍ତୁ । କାରଣ ଏହା କର୍ଳଟର ଲକ୍ଷଣ ହୋଇପାରେ ।