ସ୍ମାର୍ଟଫୋନର ବ୍ୟାଟେରୀ ଲାଇଫକୁ ବଢାଇବାକୁ ଚାହୁଁଛନ୍ତି କି ? ତେବେ ମନେ ରଖନ୍ତୁ ଏହି ୭ଟି ଟିପ୍ସ

77

ସ୍ମାର୍ଟଫୋନ ତିଆରି କରୁଥିବା କଂପାନୀମାନେ ଅଧିକ କ୍ଷମତା ରଖୁଥିବା ବ୍ୟାଟେରୀ ସହିତ ହ୍ୟାଣ୍ଡସେଟ୍ ବଜାରକୁ ଛାଡିଥାନ୍ତି ହେଲେ ଏହାସତ୍ୱେ ବି ମୋବାଇଲ ଅଧିକ ସମୟର ଯାଏଁ ଚାଲି ପାରିନଥାଏ । ଯାହାର ମୁଖ୍ୟ କାରଣ ରହିଛି ଏହାର ବ୍ୟାଟେରୀ ସମସ୍ୟା । ତେଣୁ ଏହାକୁ ଦୃଷ୍ଟିରେ ରଖି ଆଜି ଆମେ ଆପଣଙ୍କୁ ଏଭଳି କିଛି ସାଧାରଣ ଉପାୟ ସଂପର୍କରେ ଜଣାଇବାକୁ ଯାଉଛୁ, ଯାହାକି ଆପଣଙ୍କର ମୋବାଇଲର ବ୍ୟାଟେରୀ ଲାଇଫକୁ ବୃଦ୍ଧି କରିବାରେ ସହାୟତା କରିବ । ତେବେ ଆସନ୍ତୁ ଜାଣିବା ସେ ସଂପର୍କରେ . . .

• ଯଦି ଆପଣ କାରରେ ଡ୍ରାଇଭ୍ କରୁଛନ୍ତି ତେବେ ନିଜର ଫୋନକୁ ସବୁବେଳେ କାରର ଡ୍ୟାସବୋର୍ଡରୁ ଦୂରେଇ ରଖନ୍ତୁ । ଏଥିସହିତ ଫୋନକୁ ସୂର୍ଯ୍ୟକିରଣ କିମ୍ବା ଗରମ ବା ତାପରୁ ମଧ୍ୟ ଦୂରେଇ ରଖନ୍ତୁ । ଏଭଳି କରିବାର କାରଣ ହେଉଛି ଲିଥିୟମ ଆୟନ ବ୍ୟାଟେରୀକୁ ତାପ ଯୋଗୁଁ କ୍ଷତି ପହଂଚାଇଥାଏ ।

• ମୋବାଇଲ ବ୍ୟବହାର କରୁଥିବା ସମୟରେ ଧ୍ୟାନ ରଖିବେ କି, ଫୋନର ବ୍ୟାଟେରୀ କେବେ ସଂପୂର୍ଣ୍ଣ ରୂପେ ଶେଷ ହୋଇନ ଯାଏ । ଫୋନରେ ଯେତେବେଳେ ଚାର୍ଜ ୧୦ରୁ ୨୦ ପ୍ରତିଶତ ହୋଇଯିବ ସେତେବେଳେ ଚାର୍ଜ କରିଦିଅନ୍ତୁ ।

• ଅଧିକାଂଶ ୟୁଜର୍ସ ଭ୍ରମରେ ଥାଆନ୍ତି କି ଫୋନକୁ ୧୦୦ ପ୍ରତିଶତ ଚାର୍ଜ କରିବା ନିହାତି ଆବଶ୍ୟକ ରହିଛି । ଯେବେକି ବାସ୍ତବରେ ଜରୁରୀ ନୁହେଁ । ତେଣୁ ସବୁବେଳେ ଫୋନକୁ ୧୦୦ ପ୍ରତିଶତ ଚାର୍ଜ କରିବା ବାଧ୍ୟତାମୂଳକ ନୁହେଁ ।

• ଅଧିକାଂଶ ଲୋକେ ଫୋନ ସଂପୂର୍ଣ୍ଣ ରୂପେ ଚାର୍ଜ ହୋଇସାରିଥିଲେ ମଧ୍ୟ ଫୋନକୁ ଚାର୍ଜର ପ୍ଲଗରୁ ବାହାର କରିନଥାନ୍ତି । ତେବେ ଏଭଳି କରିବାଦ୍ୱାରା ଆପଣଙ୍କ ଫୋନ ପାଇଁ ଏହା କ୍ଷତିକାରକ ହୋଇପାରେ । ଏପରିକି ଫୋନକୁ ସାରା ରାତି ଚାର୍ଜିଂରେ ରଖିବା ମଧ୍ୟ ଅନୁଚିତ ।

• ଭାଇବ୍ରେସନ୍ ଏବଂ ହାଇ ଭଲ୍ୟୁମ୍ ରିଂଗଟୋନ୍ ବ୍ୟାଟେରୀର ଚାର୍ଜକୁ ଅଧିକ ଶେଷ କରି ଦେଇଥାଏ । ତେଣୁ ଏଥିପାଇଁ ଭାଇବ୍ରେସନ୍ ମୋଡକୁ ଅଫ୍ ରଖନ୍ତୁ ଏବଂ ରିଂଗଟୋନର ଭଲ୍ୟୁମକୁ ମଧ୍ୟ ଲୋ ରଖନ୍ତୁ ।

• ଯଦି ଆପଣଙ୍କୁ ଲାଗୁଥିବ କି ସବୁ ବ୍ୟାଟେରୀ ସେଭର ଆପ ଫୋନ ପାଇଁ ଭଲ ହୋଇଥାଏ ତେବେ ଏହା ଆପଣଙ୍କ ଭମ୍ର ଅଟେ । କାରଣ ନା ପ୍ରତ୍ୟେକ ବ୍ୟାଟେରୀ ସେଭର ଆପ୍ ମୋବାଇଲ ପାଇଁ ଭଲ ହୋଇନଥାଏ । ଏହା ଫୋନର ବ୍ୟାଟେରୀକୁ କ୍ଷତି ମଧ୍ୟ ପହଂଚାଇପାରେ ।

• ଯଦି ମୋବାଇଲରେ ଚାର୍ଜ କମ୍ ରହିଛି ତେବେ ଫୋନର ବ୍ୟାକଗ୍ରାଉଣ୍ଡ ଆପ୍ ଏବଂ ୱାଇ-ଫାଇକୁ ବନ୍ଦ କରିଦିଅନ୍ତୁ । କମ୍ ଚାର୍ଜରେ ଆପଗୁଡିକୁ ବ୍ୟବହାର କରିବାଦ୍ୱାରା ମୋବାଇଲ ବ୍ୟାଟେରୀକୁ ଶୀଘ୍ର ତଥା ଅଧିକ ଶେଷ କରିଦେଇଥାଏ ।