ଶରୀର ପାଇଁ ବେଶୀ ଉପକାରୀ ଆମ୍ବ ପତ୍ର ! ଜାଣନ୍ତୁ କିପରି . . .

71

ଆମ୍ୱ ଏପରି ଏକ ସୁସ୍ୱାଦୁ ଫଳ, ଯାହାକୁ ଖାଇବା ପାଇଁ ସମସ୍ତେ ପସନ୍ଦ କରନ୍ତି । ଏଥିପାଇଁ ଆମ୍ୱକୁ ଫଳ ମାନଙ୍କ ରାଜା ବୋଲି ମଧ୍ୟ କୁହାଯାଏ । ଗ୍ରୀଷ୍ମ ଦିନରେ ପ୍ରଚୁର ମାତ୍ରାରେ ଫଳୁଥିବା ଆମ୍ୱ କେବଳ ସ୍ୱାଦିଷ୍ଟ ନୁହେଁ ଏଥିରେ ଭରି ରହିଛି ଅନେକ ଔଷଧୀୟ ଗୁଣ । ମୋତିଆବିନ୍ଦୁ, ମୋଟାପଣ ଆଦି ସହ କ୍ୟାନସର ଭଳି ରୋଗରୁ ରକ୍ଷା କରିବାର ଶକ୍ତି ଆମ୍ୱ ପାଖରେ ରହିଛି । ତେବେ ଆମ୍ବ ପରି ଆମ୍ବପତ୍ରରେ ମଧ୍ୟ ରହିଛି ଅନେକ ଔଷଧୀୟ ଗୁଣ । ମଧୁମେହ, ଶ୍ୱାସ ରୋଗ ଭଳି ଅନେକ ରୋଗ ପାଇଁ ଆମ୍ବପତ୍ର ବେଶ ଲାଭଦାୟକ ସାବ୍ୟସ୍ତ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଆସନ୍ତୁ ଜାଣିବା ଆମ୍ବପତ୍ର ଆମ ସ୍ୱାସ୍ଥ୍ୟ ପାଇଁ କିପରି ଲାଭଦାୟକ ହୋଇଥାଏ ଓ ଏହାକୁ କେମିତି ବ୍ୟବହାର କରିବା . . . .

• ଆମ୍ୱପତ୍ରକୁ ପାଣିରେ ପକାଇ ସେହି ପାଣିରେ ସ୍ନାନ କଲେ ଉଚ୍ଚ ରକ୍ତଚାପରୁ ମୁକ୍ତି ମିଳିଥାଏ ।

• ପେଟରେ ହେଉଥିବା ଷ୍ଟୋନର ଚିକିତ୍ସା ପାଇଁ ଆମ୍ବପତ୍ର ଖୁବ୍ ଉପକାରୀ । ଆମ୍ୱପତ୍ରକୁ ଗୁଣ୍ଡକରି ପ୍ରତିଦିନ ସେବନ କଲେ ପେଟରୁ ଷ୍ଟୋନ ବାହାରିଯାଏ ।

• କିଛି ଲୋକଙ୍କର ବାରମ୍ବାର ହାକୁଟି ହୁଏ । ହାକୁଟି ସମସ୍ୟାରୁ ଆମ୍ୱପତ୍ର ମୁକ୍ତି ଦେଇ ପାରିବ । ଆମ୍ୱପତ୍ରକୁ ପାଣିରେ ଫୁଟାଇ ସେହି ପାଣିକୁ କୁଳି କଲେ ହାକୁଟି ସମସ୍ୟା ଦୂର ହୋଇଥାଏ ।

• ଶ୍ୱାସ ସମ୍ୱଦ୍ଧୀୟ ସମସ୍ୟା ଥିଲେ ଆମ୍ୱପତ୍ର ଲାଭକାରୀ ହୋଇଥାଏ । ଆମ୍ୱପତ୍ରର କାଢ଼ା ବନାଇ ପିଇଲେ ଏହି ସମସ୍ୟାରୁ ଆରାମ ମିଳେ ।

• ଆମ୍ୱପତ୍ରରେ ଆଣ୍ଟି ଡାଏବେଟିସ୍ ଗୁଣ ରହିଥାଏ । ଏହା ଶରୀରର ସୁଗାର ସ୍ତରକୁ ନିୟନ୍ତ୍ରଣ ରଖିବାରେ ସାହାଯ୍ୟ କରେ । ଆମ୍ୱପତ୍ରକୁ ଶୁଖାଇ ତାହାର ଗୁଣ୍ଡକୁ ନିୟମିତ ସେବନ କଲେ ସୁଗାର ନିୟନ୍ତ୍ରଣରେ ରହେ ।

• ସତେଜ ଆମ୍ବପତ୍ରକୁ ପ୍ରତିଦିନ ସକାଳେ ଖାଲି ପେଟରେ ଖାଇଲେ ଟ୍ୟୁମର ପରି ରୋଗରୁ ମୁକ୍ତି ମିଳିପାରିବ । ଏହାଛଡା ଆମ୍ୱପତ୍ରରେ ଆଣ୍ଟିବ୍ୟାକ୍ଟେରିଆଲ ଗୁଣ ଥାଏ ଯାହା ଇନଫେକ୍ସନ୍ ବା ସଂକ୍ରମଣରୁ ଆମକୁ ସୁରକ୍ଷା ଦେଇଥାଏ ।