ରହି ହେଉନି କି ସହି ହେଉନି – ଖରାଦିନେ ଆକାଶ ଛୁଆଁ ବିଦ୍ୟୁତ୍ ବିଲକୁ କମ୍ କରିବେ କିପରି ?

62

ଖରାଦିନେ ଏସିଗୁଡିକର ବ୍ୟବହାର ବ୍ୟବହାର କରାଯାଇଥାଏ । କମ୍ ତାପମାତ୍ରା ଯେତିକି ଆରାମ ଦେଇଥାଏ ସେତିକି ମଧ୍ୟ ଆପଣଙ୍କୁ ଖର୍ଚ୍ଚାନ୍ତ କରିଥାଏ । ତେଣୁ ଘରକୁ ୧୬ ଡିଗ୍ରୀ ତାପମାତ୍ରାରେ ଅଧିକ ହେମାଳ କରିବା ଅପେକ୍ଷା ୨୪ ଡିଗ୍ରୀ ତାପମାତ୍ରାରେ ସ୍ଥିର ରଖିବା ଉଚିତ୍ । ଏହାଦ୍ୱାରା କମ୍ ଖର୍ଚ୍ଚ ହେବା ସହ ଆପଣ ଘର ଭିତରଏବଂ ବାହାର ପରିବେଶ ସହିତ ନିଜକୁ ଖାପଖୁଆଇ ଚଳିପାରିବେ ।

• ଏଲଇଡି ବଲ୍ୱ ବ୍ୟବହାର କରିବା ଜମାରୁ ଭୁଲନ୍ତୁ ନାହିଁ । ଏହାଦ୍ୱାରା ବିଦ୍ୟୁତ୍ କମ୍ ଖର୍ଚ୍ଚ ହୋଇଥାଏ । କାରଣ ଏହା ଅନ୍ୟ ବଲ୍ୱମାନଙ୍କ ତୁଳନାରେ ପାଖାପାଖି ୯୦ ପ୍ରତିଶତ ଶକ୍ତି କମ୍ ଖର୍ଚ୍ଚ କରିଥାଏ । ତେବେ ଘରେ ବହୁତ ବଲ୍ୱ ଲଗାଇବା ଅପେକ୍ଷା ଗୋଟିଏ ବଡ ବଲ୍ୱ ଲଗାଇବାକୁ ଚେଷ୍ଟା କରନ୍ତୁ ଏବଂ ଅଧିକ ବିଦ୍ୟୁତ୍ ବିଲ ଦେବାରୁ ଆଶ୍ୱସ୍ତି ଲାଭ କରନ୍ତୁ ।

• ପାୱାର ସେଭର ମୋଡରେ କୌଣସି ପ୍ରକାରର ବିଦ୍ୟୁତ ଉପକରଣ ଯେପରି ମୋବାଇଲ୍, ଟିଭି, ଆଇରନ, ଫ୍ରିଜ୍ ଆଦିକୁ ଅଧିକ ସମୟ ଧରି ରଖନ୍ତୁ ନାହିଁ । ଏହାଦ୍ୱାରା ପାଖାପାଖି ୫ ପ୍ରତିଶତ ଅଧିକ ବିଦ୍ୟୁତ୍ ଖର୍ଚ୍ଚ ହୋଇଥାଏ ।

• ଯଦି ଆପଣ ରୋଷେଇ ପାଇଁ ବୈଦ୍ୟୁତିକ ଷ୍ଟୋଭ ବ୍ୟବହାର କରୁଛନ୍ତି ତେବେ ତେବେ ରାନ୍ଧିବାର କିଛି ମିନିଟ୍ ପୂର୍ବରୁ ହିଁ ତାକୁ ବନ୍ଦ କରିଦିଅନ୍ତୁ । ଏହାଦ୍ୱାରା ତାହା ଅଧିକ ତାପ ପାଇ ଆପେ ଆପେ ଖାଦ୍ୟକୁ ସିଝାଇ ଦେଇଥାଏ ।

• ସେହିପରି ଫ୍ରିଜକୁ ଏକ ଖୋଲା ସ୍ଥାନରେ ରଖନ୍ତୁ । ଯେପରି ସେଠାରେ ବାୟୁ ଚଳାଚଳ ହୋଇପାରୁ ନଥିବ । ଏହାଛଡା ଯଦି କୌଣସି ଖାଦ୍ୟକୁ ଆପଣ ଫ୍ରିଜରୁ କାଢି ଗରମ କରିବାକୁ ନେଉଛନ୍ତି ତେବେ ଏହା ପୂର୍ବରୁ ତାକୁ କିଛି ସମୟ ପାଇଁ ବାହାର ତାପମାତ୍ରାରେ ରଖନ୍ତୁ ପରେ ଯାଇ ଗରମ କରନ୍ତୁ । ତେବେ ଏପରି କରିବାଦ୍ୱାରା ବିଦ୍ୟୁତ୍ କମ୍ ଖର୍ଚ୍ଚ ହୋଇଥାଏ ।

• ଘର ପରିସରରେ ଅଧିକ ବୃକ୍ଷ ଲଗାନ୍ତୁ । ଏହା ଦ୍ୱାରା ଆପଣଙ୍କୁ ଥଣ୍ଡା ଲାଗିବ ଏବଂ ବିଦ୍ୟୁତ୍ ମଧ୍ୟ କମ୍ ଖର୍ଚ୍ଚ ହେବ ।

• ଯଦି ଆପଣ ଆଇରନ କିଣୁଛନ୍ତି ତେବେ ଅଟୋମେଟିକ୍ ଅଫ୍ ହେଉଯାଉଥିବା ବା ଆପଣା ଛାଏଁ ତାପମାତ୍ରା ରେଗୁଲେଟ୍ କରୁଥିବା କରିପାରୁଥିବା ଆଇରନ କିଣନ୍ତୁ । ଏଥିସହ କପଡାରେ ପାଣି ପକାଇ କିମ୍ବା ଓଦା କପଡାରେ ଆଇରନ ଦିଅନ୍ତୁ ନାହିଁ ।

• ୱାସିଂ ମେସିନରେ ଏକାବେଳକେ ଅଧିକ କପଡା ସହ ପାଣି ଭର୍ତ୍ତି କରି ଦିଅନ୍ତୁ । ଏବଂ ମେସିନ୍ ଉପଯୁକ୍ତ ସର୍ଫ ମଧ୍ୟ ବ୍ୟବାହର କରନ୍ତୁ । ସେହିପରି ଯଦି ଆପଣ ମାଇକ୍ରୋୱେଭ୍ ବ୍ୟବହାର କରୁଛନ୍ତି ତେବେ ରୋଷେଇ କରିବା ସମୟରେ ତାକୁ ବାରମ୍ବାର ଖୋଲି ଦେଖନ୍ତୁ ନାହିଁ । ଖାଦ୍ୟ ଅନୁସାରେ ତାର ସମୟ ନିର୍ଦ୍ଧାରଣ କରନ୍ତୁ । ଏପରି କରିବାଦ୍ୱାରା ବିଦ୍ୟୁତକୁ ନିୟନ୍ତ୍ରଣ କରାଯାଇପାରିବ ଏବଂ ଖର୍ଚ୍ଚକୁ ମଧ୍ୟ କିଛି ମାତ୍ରାରେ ନିୟନ୍ତ୍ରଣ କରାଯାଇ ପାରିବ ।