ଅଫିସରେ କାହାକୁ ପ୍ରେମ କରୁଛନ୍ତି କି ? ତେବେ ଭୁଲରେ ବି କରନ୍ତୁ ନାହିଁ ଏପରି କାର୍ଯ୍ୟ

50

ପ୍ରେମ କରିବା କୌଣସି ଭୁଲ୍ ନୁହେଁ ମାତ୍ର ତାକୁ ସାର୍ବଜନୀନ କରିବାର ତରିକା ହେଉଛି ସବୁଠାରୁ ବଡ ଭୁଲ୍ । ତେବେ ଯଦି ଆପଣ ଆପଣଙ୍କ ଅଫିସରେ କାହାକୁ ପ୍ରେମ କରୁଛନ୍ତି ତାହେଲେ ଭୁଲରେ ଏହି ସବୁ କାମ କରନ୍ତୁ ନାହିଁ । କାରଣ ଏଥିପାଇଁ ଆପଣ ଆପଣଙ୍କ ଚାକିରି ହରାଇବାର ଯଥେଷ୍ଟ ସମ୍ଭାବନା ରହିଛି । ତେବେ ଆସନ୍ତୁ ଜାଣିବା . . .

• ପ୍ରେମରେ ସାଧାରଣତଃ ଏପରି ହୋଇଥାଏ କି,ଉଭୟ ପ୍ରେମିକ ଓ ପ୍ରେମିକା ପରସ୍ପରକୁ ବହୁତ ଭଲ ପାଆନ୍ତି । ଆଉ ସବୁବେଳେ ଦୁହେଁ ଏକାଠି ରହିବାକୁ ପସନ୍ଦ କରିଥାନ୍ତି । କିନ୍ତୁ ସବୁଠାରୁ ଭଲ ହେବ କି, ଆପଣ ଆପଣଙ୍କ ଏହି ସଂପର୍କକୁ ଅଫିସ ବାହାରେ ହିଁ ସୀମିତ ରଖନ୍ତୁ । କାରଣ ଏପରି କରିବାଦ୍ୱାରା ଅଫିସର ବାକି ସଦସ୍ୟଙ୍କ ନଜର ସବୁବେଳେ ଆପଣଙ୍କ ଉପରେ ରହିବା ସହ ଆପଣଙ୍କ ନାଁରେ ନାନା ପ୍ରକାରର କଥା ମଧ୍ୟ ଉଠିଥାଏ ।

• ଆପଣଙ୍କ ମଧ୍ୟରେ ଯେତେବି ଭଲପାଇବା ଥାଉ ନା କାହିଁକି ସବୁବେଳେ ଚେଷ୍ଟା କରନ୍ତୁ କେହି କାହା କାମରେ ହସ୍ତକ୍ଷେପ ନ କରିବାକୁ । ଖାଲି ସେତିକି ନୁହେଁ ବିନା ଉର୍ଦ୍ଦେଶ୍ୟରେ ମଧ୍ୟ କୌଣସି ପରାମର୍ଶ ନ ଦେବାକୁ ଚେଷ୍ଟା କରନ୍ତୁ । ନିଜ କାମକୁ ସାଥୀଙ୍କ ଦ୍ୱାରା ନକରାଇ ତାକୁ ନିଜେ କରିବାକୁ ପ୍ରୟାସ କରନ୍ତୁ ।

• ସବୁବେଳେ ଗୋଟିଏ କଥା ଉପରେ ନିଶ୍ଚୟ ଧ୍ୟାନ ରଖନ୍ତୁ କି ଆପଣ ଆପଣଙ୍କ ସଂପର୍କକୁ ନେଇ ଅଫିସର କୌଣସି ବି ସଦସ୍ୟଙ୍କଠାରୁ ପରାମର୍ଶ ଲୋଡନ୍ତୁ ନାହିଁ ଏବଂ ଅଫିସଠାରୁ ନିଜ ବ୍ୟକ୍ତିଗତ ଜୀବନକୁ ସବୁବେଳେ ଦୂରେଇ ରଖିବାକୁ ଚେଷ୍ଟା କରନ୍ତୁ ।

• ଅଫିସରେ ନିଜ ପ୍ରେମ ସଂପର୍କକୁ ଗୁପ୍ତ ରଖନ୍ତୁ ବା ସେଭଳି କିଛି କାମ କରନ୍ତୁ ନାହିଁ ଯେଉଁଥି ପାଇଁ ଆପଣଙ୍କୁ ପରବର୍ତ୍ତୀ ସମୟରେ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ ।

• ଯଦି ଆପଣ ଆପଣଙ୍କ ଅଫିସରେ କାହାକୁ ପ୍ରେମ କରୁଛନ୍ତି ତେବେ ଆପଣଙ୍କ ଏହି ସଂପର୍କକୁ ସାର୍ବଜନୀନ କରନ୍ତୁ ନାହିଁ ଅର୍ଥାତ୍ ସୋସିଆଲ ମିଡିଆରୁ ଆପଣଙ୍କ ପ୍ରେମ ସଂପର୍କକୁ ସବୁବେଳେ ଦୂରେଇ ରଖନ୍ତୁ ।

• ଯଦି ଆପଣଙ୍କୁ କିଛି ଗୁରୁଦାୟିତ୍ୱ ଦିଆଯାଇଛି ଆଉ ତାକୁ ଗୋପନୀୟ ରଖିବାକୁ ଆପଣଙ୍କୁ କୁହାଯାଇଛି ତେବେ ଭୁଲରେ ଏହି ସିକ୍ରେଟକୁ କେବେ ଆପଣ ଆପଣଙ୍କ ପ୍ରେମିକ ବା ପ୍ରେମିକାକୁ ଜଣାନ୍ତୁ ନାହିଁ । କାରଣ ଯଦି କଥାଟା ପ୍ରଘଟ ହୋଇଯାଏ ତେବେ ଆପଣଙ୍କ ଚାକିରି ଯିବା ସୁନିଶ୍ଚିତ ।