ସକାଳେ ଶୀଘ୍ର ପ୍ରସ୍ତୁତ ହେବାକୁ ସମୟ ମିଳୁନାହିଁ କି ? ଆପଣାନ୍ତୁ ଏହି ବିୟୁଟି ଟିପ୍ସ

118

ସକାଳେ ଶୀଘ୍ର ଉଠିବା କାହାକୁ ପସନ୍ଦ ହୋଇନଥାଏ । ସକାଳର ଆରାମଦାୟକ ଶେଯ ଛାଡିବା ଜମାରୁ କାହାର ଇଚ୍ଛା ହୁଏନି । ଆପଣଙ୍କର ପୁରା ଦିନର ୫୦ ପ୍ରତିଶତ କାମ ସକାଳର ଦୁଇ ଘଂଟାରେ ସାରିବାକୁ ହୋଇଥାଏ । ପୁରା ଦିନର ପ୍ଲାନ୍ କରିବା , ଜଳଖିଆ ପ୍ରସ୍ତୁତ କରିବା ଓ ଖାଇବା , ସ୍ନାନ କରିବା ମେକଅପ୍ କରିବା , କଣ ପୋଷାକ ପିନ୍ଧିବା , ଲଂଚ ପ୍ୟାକ୍ କରିବା ଆଦି କାମ କରିବାକୁ ପଡିଥାଏ । ଯେଉଁ ଲୋକଙ୍କର ସକାଳେ ଶୀଘ୍ର ଉଠିବା ପସନ୍ଦ ହୋଇନଥାଏ , ତାଙ୍କ ପାଇଁ କିଛି ସହଜ ବିୟୁଟି ଟିପ୍ସ –

ୱିଣ୍ଡ ଆଇଲାଇନରରେ ବିଳମ୍ବ ହୁଏ ନାହିଁ –
ସକାଳୁ ସକାଳୁ ପରଫେକ୍ଟ ୱିଣ୍ଡ ଆଇଲାଇନର ଲଗେଇବା ସମସ୍ୟା ହୋଇଥାଏ । କିଛି ତରିକା ଅଛି , ଯାହା ଦ୍ୱାରା ଏ କାମ ଖୁବ୍ ସହଜ ହୋଇଯିବା ଲିକ୍ୱିଡ୍ ଲାଇନର ବଦଳରେ ଫେଲ୍ଟ-ଟିପ୍ ବା ପେନ୍ ଲାଇନର ବ୍ୟବହାର କରନ୍ତୁ । ଏହାଦ୍ୱାରା ଲିକ୍ୱିଡ୍ ଲାଇନର ଭଳି ଲୁକ୍ ମିଳିବା ସହ ଏହାକୁ ଲଗେଇବା ପେନସିଲ୍ ଲାଇନର ଭଳି ସହଜ ହୋଇଥାଏ । ୱିଙ୍ଗ୍ କରିବା ପାଇଁ ଟେପର ବ୍ୟବହାର କରନ୍ତୁ ।

ରାତିସାରା ସ୍କ୍ରିନକୁ କରନ୍ତୁ ମଇଶ୍ଚରାଜ୍ –
ରାତିରେ ସିଟ୍ ମାସ୍କ ବା ହାଇଡ୍ରେଟିଂ ସ୍ଲିପିଂ ପ୍ୟାକ୍ ପରେ ନାଇଟ୍ କ୍ରୀମ୍ ବା ସିରମ୍ ଲଗାନ୍ତୁ । ଏହାଦ୍ୱାରା ଆପଣଙ୍କର ସକାଳେ ଅଧିକ ସମୟ ପାଇଯିବେ । ଏଥିପାଇଁ ଯଦି ରାତିରେ ଆପଣଙ୍କର ସ୍କ୍ରିନ୍ ହାଇଡ୍ରେଟ୍ କରିବାର କାମ କରିନେବେ ତ ସକାଳେ ଖାଲି ଗୋଲାପ ଜଳରେ ମୁହଁକୁ ସଫା କରି ମେକଅପ୍ ରୁଟିନ୍ ଆରମ୍ଭ କରିପାରିବେ ।

ତରତର ବେଳେ ଏହି ଟ୍ରିକ୍ସ ଆପଣାନ୍ତୁ –
ଯେବେବେଳେ ଆପଣ ତରତରରେ ଅଛନ୍ତି ତ ଭାବିବାରେ ସମୟ ନଷ୍ଟ ନକରି କିଛି ମେକଅପ୍ ଆପଣାନ୍ତୁ । ଏମିତି ଦିନ ମାନଙ୍କରେ ନିଜର ଏକ ଫିକ୍ସ ମେକଅପ୍ ରୁଟିନ୍ ରଖନ୍ତୁ । କିଛି ଲୋକ ଡାର୍କ ସର୍କଲ୍ସ ଲୁଚାଇବା ପାଇଁ କଂସିଲର, ଆଇଲାଇନର ଲଗାନ୍ତୁ । ଆଉ କିଛି ଲୋକ ଲିପ୍ ବାମ୍ ଓ ମସ୍କାରା ମଧ୍ୟ ଲଗାନ୍ତି ।

ରାତିରେ ଧୋଇ ନିଅନ୍ତୁ ନିଜର କେଶ –
ଯଦି ଆପଣଙ୍କୁ ଶୀଘ୍ର ବାହାରକୁ ଯିବାର ଅଛି ତ କେଶକୁ ରାତିରେ ହିଁ ଧୋଇ ଦିଅନ୍ତୁ । ଆଉ କଣ୍ଡସନର ଲଗାନ୍ତୁ । ଆପଣ ହାଲକା ଗୋଲାକାର ଉଚ୍ଚା ଯୋଡା ବା ଚୁଟି ମୁଥକରି ରାତିସାରା ରଖିପାରିବେ । ଏହାଦ୍ୱାରା ଆପଣଙ୍କୁ ସକାଳେ କଲର୍ସ ମିଳିବ । ଏହି କଲର୍ସ ହୋଲ୍ଡ କରିବା ପାଇଁ କେଶରେ କିଛି ପ୍ରଡକ୍ଟ ଲଗାନ୍ତୁ ।

ମଲ୍ଟିପଲ୍ ୟୁଜ ପ୍ରଡକ୍ଟ ସାଥିରେ ରଖନ୍ତୁ –
ପର୍ସରେ ବିବି କ୍ରିମ୍ ରଖନ୍ତୁ । ଏହା ଏସପିଏଫ୍ ସହ କଭରେଜ୍ ମଧ୍ୟ ଦେଇଥାଏ । ଏହା ବ୍ୟତୀତ ଆଇସ୍ୟାଡୋକୁ ଆପଣ ବ୍ଲଶ୍ , ମସ୍କାରା ଓ ଲିପ୍ସରେ ମଧ୍ୟ ବ୍ୟବହାର କରିପାରିବେ । ସେହି ଲିପ୍ କଲରକୁ ମଧ୍ୟ ଆଇସ୍ୟାଡୋ ଓ ବ୍ଲଶ ଭଳି ବ୍ୟବହାର କରିପାରିବେ ।

କିଣନ୍ତୁ ଡ୍ରାଇ ଶାମ୍ପୁ –
ଡ୍ରାଇ ଶାମ୍ପୁ ସ୍କାଳ୍ପରେ ଅଏଲ୍ ପ୍ରଡକ୍ସନ ରୋକିଥାଏ । ଏହାଦ୍ୱାରା ଆପଣଙ୍କୁ ପ୍ରତିଦିନ କେଶ ଧୋଇବାର ଜରୁରୀ ହୋଇନଥାଏ । ଯେତେବେଳେ ଆପଣଙ୍କ କେଶ ଅଧିକ ମଇଳା ହୋଇନଥାଏ ଡ୍ରାଇ ଶାମ୍ପୁ ବ୍ୟବହାର କରନ୍ତୁ । ମଇଳା ଓ ଚିପଚିପେ କେଶରେ ଏହି କାମ କରିବେ ନାହିଁ ।

(ସୌଜନ୍ୟ- ନବଭାରତ ଟାଇମ୍ସ)