ମେଦବହୁଳତା ସମସ୍ୟାକୁ ନେଇ ଚିନ୍ତିତ କି ? ଏଥିରୁ ମୁକ୍ତି ପାଇଁ ମେଥିକୁ ଆପଣାନ୍ତୁ

98

ଆମର ଭାରତୀୟମାନେ ମେଥି ସହ ଖୁବ୍ ପରିଚିତ । ରୋଷେଇ ଘରେ ଏହାକୁ ମୁଖ୍ୟ ଉପାଦାନ ସ୍ୱରୁପ ବ୍ୟବହାର କରାଯାଏ ଏବଂ ଘରେ ଘରେ ରୋଗ ନିବାରଣ ପାଇଁ ମଧ୍ୟ ମେଥିକୁ ଗୁରୁତ୍ୱ ଦିଆଯାଏ । ମାତ୍ର ମେଥିର ଆଶ୍ଚର୍ଯ୍ୟଜନକ ଉପକାରିତା ବିଷୟରେ ଅନେକ ଲୋକ ଅଜଣା । ଆସନ୍ତୁ ଜାଣିବା ମେଥି ଆମର ଦୈନିକ ଜୀବନରେ କିପରି ସାହାଯ୍ୟରେ ଲାଗୁଛି ।

ରକ୍ତରେ ମେଦବହୁଳତା ହ୍ରାସ କରିବାରେ ସହାୟକ ହୁଏ:
ଏକ ଅଧ୍ୟୟନରୁ ଜଣାପଡିଛି ଯେ, ମେଥି ମେଦବହୁଳତାର ସ୍ତରକୁ ହ୍ରାସ କରିବାରେ ସହାୟକ ହୁଏ ,ବିଶେଷତଃ ସ୍ୱଳ୍ପ ଘନତ୍ୱ ଥିବା ଲିପୋପ୍ରୋଟିନରୁ (ଖଊଖ) ଏହାକୁ ଷ୍ଟେରୋଏଡାଲ ସାପୋନିନ ରୂପେ ଜାଣିଥାଉ ,ଯାହାକି ରକ୍ତରୁ ମେଦବହୁଳତା ଏବଂ ଟ୍ରାଇଗ୍ଲିସେରାଇଡିସ ମାତ୍ରାକୁ ଶୋଷଣ କରିଥାଏ ।

ହଜମକ୍ରିୟାକୁ ସକ୍ରିୟ ରଖେ:
ମେଥିରେ ଫାଇବର ଓ ଆଂଟିଅକ୍ସିଡେଂଟ ପ୍ରଚୁର ପରିମାଣରେ ରହିଛି । ଯାହା ବିଷାକ୍ତ ପଦାର୍ଥକୁ ନିଷ୍କାସିତ କରିବାରେ ସହାୟକ ହୁଏ । ଉଦରଜନିତ ରୋଗ ଯଥା ଗ୍ୟାସ, ବଦହଜମୀ ଆଦିରୁ ମୁକ୍ତି ମିଳିଥାଏ ।

ତ୍ୱଚାଜନିତ ସମସ୍ୟାରୁ ମୁକ୍ତି:
ମେଥି ଫେସପ୍ୟାକ୍ ରୁପେ ବ୍ୟବହୃତ ହୋଇଥାଏ । ଏହା ବ୍ରଣ, ମୁଖଦାଗ ଭଳି ସମସ୍ୟାରୁ ମୁକ୍ତି ଦେଇଥାଏ ।
ଏହା ଶରୀରରେ ଥିବା ଏକଜିମା ଆଦି ସମସ୍ୟାରୁ ମଧ୍ୟ ସୁରକ୍ଷା ଦେଇଥାଏ ।

(ସୌଜନ୍ୟ- ଡକ୍ଟର ଏନଡିଟିଭି)