କୈାଣସି ସାକ୍ଷାତକାରକୁ ଯାଉଥିଲେ, ଜାଣି ରଖନ୍ତୁ ଏହି କଥା –

58

ଆପଣ ଯଦି କୈାଣସି ଜବ୍ ଇଣ୍ଟରଭ୍ୟୁ ଦେବାକୁ ଯାଉଛନ୍ତି ,ତେବେ ଏହାକୁ ଏତେଟା ହାଲକା ଭାବେ ନିଅନ୍ତୁ ନାହିଁ । ଆପଣଙ୍କ ଭିତରେ କେତେ ଦକ୍ଷତା ରହିଛି ତାହା ଇଣ୍ଟରଭ୍ୟୁରୁ ହିଁ ଜଣାପଡିଥାଏ । କେତେଜଣ ଜବ୍ ଇଣ୍ଟରଭ୍ୟୁରେ ଅସଫଳ ହୋଇଥାନ୍ତି ,ଏଥିପାଇଁ ନୁହେଁ ଯେ ସେ କିଛି ଜାଣି ନାହାଁନ୍ତି । ଏହାର ପ୍ରମୁଖ କାରଣ ହେଉଛି କେତୋଟି ଛୋଟମୋଟ ଭୁଲ୍ । ଏଥିପାଇଁ କିଛି ଟିପ୍ସ ବିଷୟରେ କହୁଛୁ ,ଯାହା ଆପଣେଇଲେ ଆପଣ ସେହି ଭୁଲକୁ ସୁଧାରିପାରିବେ ।

୧ – ଇଣ୍ଟରଭ୍ୟୁ ଦିନ କେବେ ବି ଡେରିରେ ପହଁଚନ୍ତୁ ନାହିଁ । ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ ପହଁଚନ୍ତୁ ।

୨ – ଦରମାକୁ ନେଇ କେବେ ନିଜ ଆଡୁ କୈାଣସି ପ୍ରସ୍ତାବ ଦିଅନ୍ତୁ ନାହିଁ ।

୩ – ଇଣ୍ଟରଭ୍ୟୁକୁ ଗଲାବେଳେ ନିଜ ମୋବାଇଲକୁ ସ୍ୱୁଇଚ୍ ଅପ୍ କରିଦିଅନ୍ତୁ ।

୪ – ପୁରୁଣା କଂପାନୀର ବସଙ୍କ ବିରାଧରେ କିଛି ବି ନଖରାପ କଥା କୁହନ୍ତୁ ନାହିଁ । କାରଣ ଇଣ୍ଟରଭ୍ୟୁ ନେଉଥିବା ଜୁରି ଭାବିବେ ଯେ ଏହି କଂପାନୀ ବିରୋଧରେ ଆପଣ କେବେ ବି କହିପାରନ୍ତି ।

୫ – ଇଣ୍ଟରଭ୍ୟୁକୁ ଯିବା ପୂର୍ବରୁ ନିଜ ଡ୍ରେସକୋଡ ପ୍ରତି ଧ୍ୟାନ ଦିଅନ୍ତୁ । ସବୁବେଳେ ଫର୍ମାଲ ଡ୍ରେସକୁ ପସନ୍ଦ କରନ୍ତୁ ।

୬ – ଇଣ୍ଟରଭ୍ୟୁ ହେଉଥିବା ସମୟରେ ଅନ୍ୟମାନଙ୍କ ସହ ଅଯଥା ଗପନ୍ତୁ ନାହିଁ ।

୭ – ଏ ସମୟରେ ବିରକ୍ତି ଭାବ ପ୍ରକାଶ କରନ୍ତୁ ନାହିଁ ।