ବହୁ ଔଷଧିୟ ଗୁଣରେ ଭରପୂର ଘିଅ ଲଗା ରୁଟି ! ବିଭିନ୍ନ ସଂକ୍ରମଣ ରୋଗରୁ ରକ୍ଷା କରିବା ସହ ଆଣ୍ଠୁଗଣ୍ଠି ଜନିତ ସମସ୍ୟାରୁ ଦେଇଥାଏ ଉପଶମ

ପେଟ ଜନିତ ବିଭିନ୍ନ ସମସ୍ୟାମାନ ମଧ୍ୟ ଦୁର ହୋଇଥାଏ

395

ଘିଅ ପ୍ରତ୍ୟେକ ଭାରତୀୟଙ୍କ ରୋଷେଇ ଘରର ଅତ୍ୟନ୍ତ ଜରୁରୀ ଜିନିଷ । ଘିଅ ଖାଇବା ଦ୍ୱାରା କେବଳ ଆମ ଶରୀର ସୁସ୍ଥ ରହିନଥାଏ ବରଂ ଆମ ଚର୍ମ ଏବଂ ଚେହେରା ପାଇଁ ବି ବହୁତ ଲାଭଦାୟକ ଅଟେ । ତେବେ ଘିଅ ସାଧାରଣତଃ କ୍ଷୀରରୁ ପ୍ରସ୍ତୁତ ହୋଇଥାଏ, ଯେଉଁଥିରେ ଓମେଗା-୩, ଫାକ୍ଟି ଏସିଡ, ଭିଟାମିନ ଏ ଏବଂ ବିୟୁଟ୍ରିକ୍ ଏସିଡ ଭଳି ଅନେକ ଜିନିଷ ମିଶିକରି ରହିଥାଏ । ଯାହା ଦ୍ୱାରା ଆମ ଶରୀରକୁ ବହୁ ଫାଇଦା ମିଳିଥାଏ ।

• କିଛି ଲୋକ ଏଭଳି ବି ଅଛନ୍ତି ଯେଉଁମାନେ କି ଘିଅର ନାଁ ଶୁଣିଲେ ହିଁ ନାକ ଟେକିବା ଆରମ୍ଭ କରିଦିଅନ୍ତି । ହେଲେ ଆପଣ ଜାଣିବା ପାଇଁ ଏଠାରେ ଆମେ କହି ରଖୁଛୁ କି, ଘିଅ ଲଗା ରୁଟି ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ତେଣୁ ପ୍ରତ୍ୟେକ ବ୍ୟକ୍ତି ଘିଅ ଲଗାଯାଇଥିବା ରୁଟି ଖାଇବା ନିହାତି ଦରକାର, କାରଣ ଏହାଦ୍ୱାରା ଶରୀରକୁ ବିଭିନ୍ନ ରୋଗଜୀବାଣୁରୁ ମୁକ୍ତି ମିଳିଥାଏ ।

• ସେହିପରି ଘିଅ ଲଗାଯାଇଥିବା ରୁଟି ଖାଇବା ଦ୍ୱାରା ଆମ ଶରୀରର କଲେଷ୍ଟ୍ରୋଲ କମ ହୋଇଥାଏ, ଅଧିକାଂଶ ଲୋକଙ୍କ ବିଶ୍ୱାସ ରହିଛି କି, ଘିଅ ଖାଇବା ଦ୍ୱାରା ଓଜନ ବୃଦ୍ଧି ପାଇବା ସହିତ ଶରୀରରେ କଲେଷ୍ଟ୍ରୋଲର ମାତ୍ରା ବୃଦ୍ଧି ପାଇଥାଏ । ହେଲେ ଏଭଳି ହୋଇନଥାଏ ।

• କାରଣ ଘିଅରେ ଆଂଟିଭାଇରାଲ ଗୁଣ ବହୁମାତ୍ରାରେ ଥାଏ, ଯାହାଦ୍ୱାରା ବିଭିନ୍ନ ପ୍ରକାରର ଇନଫେକ୍ସନ ଦୁର ହୋଇଥାଏ । ଯଦି ଆପଣ ନିୟମିତ ଭାବରେ ଘିଅ ଲଗା ରୁଟି ଖାଆନ୍ତି ତେବେ ଏହା ଆପଣଙ୍କ ମସ୍ତିଷ୍କ ପାଇଁ କୌଣସି ଟୋନିକରୁ କମ ହେବନି ।

• ବିଶେଷ କରି ଛୋଟ ପିଲାମାନଙ୍କୁ ତ ଘିଅ ଲଗା ରୁଟି ଖାଇବାକୁ ଦେବା ନିହାତି ଦରକାର । ତେବେ ତାଙ୍କୁ ଖାଇବାକୁ ପସନ୍ଦ ଥାଉ କିମ୍ବା ନଥାଉ । କାରଣ ଘିଅ ଖାଇବା ଦ୍ୱାରା ପିଲାମାନଙ୍କର ଉଭୟ ମାନସିକ ଏବଂ ଶାରୀରିକ ବିକାଶ ବହୁତ ଭଲ ତରିକାରେ ହୋଇଥାଏ ।

• ସେହିପରି ଘିଅ ଲଗା ରୁଟି ଶରୀରରେ ଥିବା ହାଡଗୁଡିକ ପାଇଁ ବହୁତ ଅଧିକ ଲାଭଦାୟକ ହୋଇଥାଏ । ଅଧିକାଂଶ ସମୟରେ ଅନେକ ଲୋକଙ୍କଠାରେ ଆଣ୍ଠୁଗଣ୍ଠି ଜନିତ ସମସ୍ୟା ଦେଖାଦେଇଥାଏ । ତେଣୁ ଯଦି ଲଗାତର ଭାବରେ ଘିଅ ସେବନ କରିବେ ତେବେ ଏଭଳି ସମସ୍ୟା ଦୂର ହୋଇଯିବ ।

• ତେବେ ଜଣେ ସାଧାରଣ ବ୍ୟକ୍ତିଙ୍କ ପାଇଁ ୪ ଚାମଚ ଘିଅ ସେବନ କରିବା ଶରୀର ପାଇଁ ଠିକ୍ ହୋଇଥାଏ । ଆପଣ ଚାହିଁଲେ ଘିଅକୁ କଂଚା କିମ୍ବା ଖାଦ୍ୟରେ ଘିଅକୁ ପକାଇ ଖାଇପାରିବେ , କାରଣ ଆପଣ ଯେଉଁ ତରିକାରେ ବି ଘିଅ ଖାଇଲେ ଆପଣଙ୍କ ଶରୀରକୁ ଲାଭ ହିଁ ମିଳିବ ।

ବାସି ରୁଟି ଖାଇବାର ଫାଇଦା :

• ବାସି ରୁଟିକୁ କ୍ଷୀର ସହିତ ମିଶାଇ ଖାଇବା ଦ୍ୱାରା ଡାଇବେଟିଜ ସମସ୍ୟା ଦୂର ହୋଇଥାଏ। ଯେଉଁ ଲୋକଙ୍କ ରକ୍ତରେ ସୁଗାର ସ୍ତର ବଢ଼ି ଯାଇଛି ସେମାନେ ପ୍ରତିଦିନ ସକାଳେ କ୍ଷୀର ସହିତ ବାସି ରୁଟି ଖାଇବା ଉଚିତ।

• ସେହିପରି ଆଜିକାଲି ଅନେକ ଲୋକଙ୍କ ରକ୍ତଚାପ ବୃଦ୍ଧି ପାଇବାର ସମସ୍ୟା ଦେଖା ଦେଉଛି। ଏହି କାରଣରୁ ଲୋକମାନେ ଅନେକ ପ୍ରକାର ରୋଗରେ ପୀଡିତ ହେଉଛନ୍ତି। ତେବେ ରକ୍ତଚାପକୁ ନର୍ମାଲ ରଖିବା ପାଇଁ ବାସି ରୁଟିରେ କ୍ଷୀର ମିଶାଇ ଖାଆନ୍ତୁ।

• ରୁଟିରେ ପ୍ରଚୁର ମାତ୍ରାରେ ଫାଇବର ରହିଥାଏ। ବାସି ରୁଟି ଖାଇବା ଦ୍ୱାରା ପେଟ ସହିତ ଜଡ଼ିତ ସମସ୍ୟା ଯେପରି ଏସିଡିଟି, ବଦହଜମି ଆଦି ହୋଇ ନଥାଏ। ବାସି ରୁଟି ଖାଇବା ଫଳରେ ଶରୀରର ତାପମାତ୍ରା ସାମାନ୍ୟ ରହିଥାଏ। ଯାହାଫଳରେ ହୃଦୟ ସହିତ ଜଡ଼ିତ ରୋଗ ହେବାର ଆଶଙ୍କା ବି କମ୍ ରହିଥାଏ।

• ଅମ୍ଳ ରୋଗୀଙ୍କ ପାଇଁ ଏହା ମଧ୍ୟ ଅତ୍ୟନ୍ତ ଉପକାରୀ ହୋଇଥାଏ । ଏହାକୁ କ୍ଷୀର ସହ ନଚେତ୍ କେବଳ ବାସରୁଟିକୁ ଚୋବାଇ ଖାଇବା ଦ୍ୱାରା ଏହା ସ୍ୱାସ୍ଥ୍ୟ ପାଇଁ ହିତକର ହୋଇଥାଏ ।

• ବାସୀ ରୁଟିକୁ କ୍ଷୀର ସହ ଖାଇବାଦ୍ୱାରା ଏହା ଶରୀରର ତାପମାନକୁ ନିୟନ୍ତ୍ରଣରେ ରଖିଥାଏ । କାରଣ ଅନେକ ଥର ଅତ୍ୟଧିକ ଗରମ କାରଣରୁ ଆମ ଶରୀରର ତାପମାନ ବୃଦ୍ଧି ପାଇଯାଇଥାଏ । ଯଦି ଏହି ଉପାୟକୁ ପ୍ରୟୋଗ କରାଯାଏ ତେବେ ଏହାଦ୍ୱାରା ଶରୀରର ତାପମାନ ସ୍ଥିର ରହିଥାଏ ।

• ବାସୀ ରୁଟି ଖାଇବାଦ୍ୱାରା ପେଟ ଜନିତ ବିଭିନ୍ନ ସମସ୍ୟାମାନ ମଧ୍ୟ ଦୁର ହୋଇଥାଏ ।

• ସତେଜ ରୁଟି ଅପେକ୍ଷା ବାସି ରୁଟିରେ ଅଧିକ ମାତ୍ରାରେ ଭଲ ବ୍ୟାକ୍ଟେରିଆ ମିଳେ । ଯାହା ସ୍ୱାସ୍ଥ୍ୟ ବନାଇବା ପାଇଁ ବହୁତ ଉପକାରୀ ମାନନ୍ତି । ସେଥିପାଇଁ ବାସି ରୁଟିକୁ ନ ଫୋପାଡି କ୍ଷୀର ସହିତ ଖାଇବା ଆରମ୍ଭ କରନ୍ତୁ ।

ତେବେ ଦିଲ୍ଲୀ ଓ ପଂଜାବର ଲୋକେ ସର୍ବାଧିକ ବାସି ରୁଟି ଖାଉଥିବାର ଏକ ସର୍ବେକ୍ଷଣରୁ ଜଣାପଡିଛି । ଏହି ରୁଟି ଗୋଟିଏ ଦିନରୁ ଅଧିକ ବାସି ହେଲେ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି ।