ପାନୀୟ ଜଳରେ ଫ୍ଲୋରାଇଡ ଥିବା ଯୋଗୁଁ ଶରୀର ଉପରେ ଏହାର ପ୍ରଭାବ କ’ଣ ପଡିଥାଏ ? ଆସନ୍ତୁ ଜାଣିବା

114

sfit_fitliam2509_ci_FORONLINE-770x470ଖାଦ୍ୟ,ବାୟୁ ତଥା ପାନୀୟ ଜଳ ପ୍ରକୃତିରୁ ମାତ୍ରାଧିକ ଫ୍ଲୋରାଇଡ୍ ଗ୍ରହଣ କରେ ଶରୀରରେ ଫ୍ଲୋରୋସିସ୍ ରୋଗ ହେବାର ସମ୍ଭାବନା ଥାଏ । ପାନୀୟ ଜଳରେ ଏକ ଲିଟର ଜଳରେ ୧.୫ ମିଲିଗ୍ରାମରୁ ଅଧିକ ଫ୍ଲୋରାଇଡ୍ ଲବଣ ମାତ୍ରା ଥିଲେ ଏହି ରୋଗ ହୋଇଥାଏ । ଫ୍ଲୋରୋସିସ୍ ରୋଗ ତିନି ଭାଗରେ ବିଭକ୍ତ କରାଯାଇପାରେ , ଯଥା-ଦାନ୍ତ , ଅସ୍ଥିକଙ୍କାଳ ଏବଂ ଅଣଅସ୍ଥିଜନିତ । ରୋଗ ଅତି ଉଗ୍ର ହୋଇଥିଲେ ଦେଖାଯାଇଛି ରୋଗୀ ସଂପୂର୍ଣ୍ଣ ପଙ୍ଗୁ ହୋଇଯାଏ ।

teeth florosisଦାନ୍ତ ଫ୍ଲୋରୋସିସ୍ – ଦାନ୍ତ ହଳଦିଆ ପଡିବା , ଦାନ୍ତ ଜାଜ୍ୱଲ୍ୟତା ନଷ୍ଟ ହୋଇ ଧଳା ଚିହ୍ନ ଦେଖାଯିବା । ପରବର୍ତ୍ତୀ ସମୟରେ ଦାନ୍ତ ନଷ୍ଟ ହୋଇଯିବା ପ୍ରଭୃତି ଲକ୍ଷଣ ଦେଖାଯିବାକୁ ଦାନ୍ତ ଫ୍ଲୋରୋସିସ୍ କୁହାଯାଏ ।

boneଅସ୍ଥିକଙ୍କାଳ ଫ୍ଲୋରୋସିସ୍ – ଅସ୍ଥିକଙ୍କାଳ ଫ୍ଲୋରୋସିସ୍ ସ୍ଥାୟୀ ରୂପେ ହାଡ ଓ ଗଣ୍ଠିରେ ବିକୃତ ସୃଷ୍ଟି ହୋଇଥାଏ । ଏହା ହାଡ ଓ ଗଣ୍ଠିର ଯନ୍ତ୍ରଣା ଏବଂ କଠିନତା ସୃଷ୍ଟି କରିଥାଏ । ଏହା ହାଡ ଓ ଗଣ୍ଠିର ଯନ୍ତ୍ରଣା ଏବଂ କଠିନତା ସୃଷ୍ଟି କରିବା ସହିତ ଲୋକଙ୍କୁ ଅକର୍ମଣ୍ୟ କରିଦିଏ । ମେରୁଦଣ୍ଡରେ ବକ୍ରତା ହେବା , ଆଣ୍ଠୁ ଗଣ୍ଠିରେ ଅତ୍ୟଧିକ ଯନ୍ତ୍ରଣା ହେବା ପାରାଲିସିସ୍ ହେବା , ଅଙ୍ଗପ୍ରତଙ୍ଗର ବୃକୃତି ଦେଖାଯିବା , ମାଂସପେଶୀରେ କ୍ଷୀଣତା ପାରାଲିସିସ୍ ହେବା କମ୍ ବୟସରେ ବାର୍ଦ୍ଧକ୍ୟର ଛାପ ପଡିବା ଇତ୍ୟାଦି ଲକ୍ଷଣ ଦେଖାଦିଏ ।

heartଅଣ ଅସ୍ଥିଜନିତ ଫ୍ଲୋରୋସିସ୍ କାରଣରୁ ପାକସ୍ତଳୀ , ଅନ୍ତଃନଳୀ , ଫୁସଫୁସ୍ ତଥା ସ୍ନାୟବିକ କର୍କଟ ଦେଖାଦେଇଥାଏ । ଏହି ରୋଗର ଲକ୍ଷଣଗୁଡିକ ହେଲା –ସ୍ନାୟବିକ ଦୁର୍ବଳତା , ମାଂସପେଶୀ ଜନିତ ଦୁର୍ବଳତା , ଶରୀର କୁଣ୍ଡାଇ ହେବା ଏବଂ ଫୁଲିଯିବା ,ପାକସ୍ଥଳୀ ଓ ଅନ୍ତନଳୀରେ ପୀଡା ହେବା , ପରିସ୍ରା ନଳୀରେ ପଥରୁି ରୋଗ ହେବା , ମୁଣ୍ଡବିନ୍ଧା ଇତ୍ୟାଦି ଉପକ୍ରମ ଦେଖାଦେବା । ପ୍ରାରମ୍ଭିକ ଅବସ୍ଥାରେ ଏହି ରୋଗକୁ ଚିହ୍ନଟ କରିବା ସମ୍ଭବ ହୋଇନଥାଏ । ରୋଗର ଚିହ୍ନଟ ହେଲାବେଳକୁ ରୋଗ ଅତି ଜଟିଳ ରୂପ ନେଇଥାଏ । ରୋଗର ଚିହ୍ନଟ ହେଲାବେଳକୁ ରୋଗ ଜଟିଳ ରୂପ ନେଇଥାଏ । ବ୍ୟକ୍ତି ଶାରୀରିକ ବିକଳାଙ୍ଗ ହେବା ସହ ମୃତ୍ୟୁ ସହ ସଂଗ୍ରାମ କରିଥାଏ ।

ପ୍ରତିକାର – କୁହାଯାଏ ପାଣିକୁ ଛାଣି ପିଇବ । ଖାଲି ଛାଣି ପିଇଲେ ସମସ୍ୟା ସୁଧୁରି ଯିବ ନାହିଁ । ପାନୀୟ ଜଳର ଉତ୍ସଗୁଡିକର ମାନ ପରୀକ୍ଷା ହେବା ଉଚିତ୍ । ଦୂଷିତ ଜଳକୁ ପିଇଲେ ଶରୀର ଉପରେ ଏହାର ପ୍ରତିକୂଳ ପ୍ରଭାବ ବିଷୟରେ ଜନସଚେତନତା ଜାଗ୍ରତ କରିବା ଆମ ସମସ୍ତଙ୍କର କର୍ତ୍ତବ୍ୟ । ବର୍ଷାଜଳ ସଂରକ୍ଷଣ ହିଁ ଏହାର ବିକଳ୍ପ । ବର୍ଷାଜଳକୁ ଟାଙ୍କି ,ପୋଖରୀ ,କୂଅ ଇତ୍ୟାଦିରେ ସଂରକ୍ଷଣ କରିବା ଆବଶ୍ୟକ । ଫ୍ଲୋରାଇଡ୍ ପ୍ରଭାବିତ ଅଂଚଳରେ ଅଁଳା ,ପିଜୁଳି କମଳା ଇତ୍ୟାଦି ବୃକ୍ଷଲତା ରୋପଣ କରିବା ଉଚିତ ।