ତେଜ ପତ୍ରର ଔଷଧୀୟ ଗୁଣ . . . .

68

ଗୃହିଣୀମାନଙ୍କ ରୋଷେଇ ଘରେ ଅନେକ ପ୍ରକାରର ରୋଷେଇ ସାମଗ୍ରୀ  ଉପଲବ୍ଧ ଥାଏ । ସେଥିରୁ ତେଜପତ୍ର ଅନ୍ୟତମ । ଏହି ପତ୍ରକୁ ବିଭିନ୍ନ ନିରାମିଷ ଓ ଆମିଷ ତରକାରୀରେ ବ୍ୟବହାର କରାଯାଇଥାଏ । ଏହା ଦ୍ୱାରା ତରକାରୀର ସ୍ୱାଦ ଦ୍ୱିଗୁଣିତ ହୋଇଯାଇଥାଏ । କିନ୍ତୁ ଆପଣମାନେ ଜାଣନ୍ତି କି ତେଜପତ୍ର ଆମ ସ୍ୱାସ୍ଥ୍ୟ ପାଇଁ ଖୁବ୍ ଲାଭଦାୟକ ଅଟେ । ତେଜପତ୍ରରେ ପର୍ଯ୍ୟାପ୍ତ ପରିମାଣର କପର, ପୋଟାସିୟମ୍, ମ୍ୟାଗ୍ନେସିୟମ୍, ସୋଲେନିୟମ୍  ଆୟରନ୍, ଆଦି ରହିଥାଏ । ଏହା ଶରୀର ପାଇଁ ଅନେକ ଫାଇଦା ଦେଇଥାଏ  । ଆସନ୍ତୁ ଜାଣିବା ତେଜପତ୍ର ଖାଇବା ଦ୍ୱାରା କେଉଁ କେଉଁ ସମସ୍ୟା ଦୂର ହୋଇଥାଏ ….

– ନିୟମିତ ତେଜପତ୍ର ଖାଇଲେ ପାଚନକ୍ରିୟା ସହିତ ପେଟରେ ଥିବା ଗ୍ୟାସ ସମସ୍ୟା ଦୂର ହୋଇଥାଏ ।

– ସୁଗାର ଜନିତ ରୋଗୀଙ୍କ ପାଇଁ ଏହା ଲାଭ ଦାୟକ ଅଟେ  । ଏହି ପତ୍ରକୁ ନିୟମିତ ଖାଇଲେ ଡାଇବେଟିସ୍  ଓ ସୁଗାର ନିୟନ୍ତ୍ରଣ ହୋଇଥାଏ  ।

– କିଛି ଲୋକମାନଙ୍କୁ ଖାଲି ସମୟରେ ଅତ୍ୟଧିକ ନିଦ ଲାଗିଥାଏ  । ଏହି ସମସ୍ୟାକୁ ଦୂର କରିବା ପାଇଁ ପ୍ରଥମେ  ତେଜପତ୍ରକୁ ପାଣିରେ ପକାଇ କିଛି ଘଣ୍ଟା  ଛାଡିଦିଅନ୍ତୁ । ତାହାପରେ  ଏହି ପାଣିକୁ ପିଅନ୍ତୁ  ।

– କିଡନୀ ସମସ୍ୟା ପାଇଁ ଏହି ପତ୍ର କୌଣସି ଭଗବାନଙ୍କ ବରଦାନ ଠାରୁ କମ୍ ନୁହେଁ  । ଏହି ସମସ୍ୟା ଥିଲେ ଗୋଟେ ଗ୍ଲାସ୍ ପାଣିରେ ତେଜପତ୍ର ପକାଇ ସିଝାଇ ଦିଅନ୍ତୁ  । ତାହାପରେ ସେହି ପାଣିକୁ ଛାଣି ନିୟମିତ ପିଇବା ଦ୍ୱାରା ସମସ୍ୟା ଦୂର ହୋଇଥାଏ  ।