କେଶ ଝଡିବା ସମସ୍ୟାକୁ ନେଇ ଚିନ୍ତିତ କି? ଜାଣନ୍ତୁ ଏହାର କାରଣ

147

କେଶ ଝଡିବା ଆଜିକାଲି ସାଧାରଣ ସମସ୍ୟା ହୋଇଗଲାଣି । ଏହି ସମସ୍ୟା ମହିଳା ମାନଙ୍କର ଚିନ୍ତାର ବିଷୟ ପାଲଟିଛି । ପ୍ରଥମେ ଆସନ୍ତୁ ଜାଣିବା କେଶ ଉପୁଡିବାର ମୁଖ୍ୟ କାରଣ । ପରିବର୍ତ୍ତିତ ଜୀବନ ଶୈଳୀ ହେତୁ ଦେଖାଯାଇଥାଏ କେଶ ଝଡିବା ଭଳି ଭୟଙ୍କର ସମସ୍ୟା । ବ୍ୟସ୍ତବହୁଳ ଜୀବନଶୈଳୀ ଯୋଗୁଁ ଖାଦ୍ୟ-ପାନୀୟ ଉପରେ ବିଶେଷ ଗୁରୁତ୍ୱ ନଦେବା ହେତୁ ଦେଖାଯାଇଥାଏ ଏଭଳି ସମସ୍ୟା । ମାତ୍ର ଅନେକ ପ୍ରସାଧନ ସାମଗ୍ରୀ କୁପ୍ରଭାବ ହେତୁ ମଧ୍ୟ କେଶ ଉପୁଡିବା ଭଳି ସମସ୍ୟା ଦେଖାଦେଇଥାଏ ।

କେଶ ଝଡିବାର ଏହିପରି ଅନେକ କାରଣ ଆସନ୍ତୁ ଜାଣିବା

୧. ଅତ୍ୟଧିକ ଚିନ୍ତା ଯୋଗୁଁ ମଧ୍ୟ କେଶ ଝଡିଥାଏ । ଚିନ୍ତା ମସ୍ତିଷ୍କଠାରୁ ଅଧିକ କେଶ ଉପରେ ପ୍ରଭାବ ପକାଇଥାଏ ଯାହାଦ୍ୱାରା କେଶ ଉପୁଡିବା ଭଳି ସମସ୍ୟା ଦେଖାଯାଇଥାଏ ।

୨. କିଛି ଔଷଧର କୁପ୍ରଭାବ ହେତୁ ମଧ୍ୟ କେଶ ଝଡିଥାଏ । କାରଣ ଔଷଧରେ ଯେଉଁ ରାସାୟନିକ ଦ୍ରବ୍ୟ ରହିଥାଏ, ତାହା ହାଇ ପାୱର ଥାଏ ।

୩. ଡେରି ରାତି ଅନିଦ୍ରା ଯୋଗୁଁ ମଧ୍ୟ ହୋଇଥାଏ ଏହି ସମସ୍ୟା । ନାର୍କୋଲେପ୍ସି ଜନିତ ରୋଗ କାରଣରୁ କେଶ ଝଡେ । ଏହି ଯୋଗୁଁ ବ୍ୟକ୍ତି ଲଣ୍ଡା ହୋଇଯା’ନ୍ତି ।

୪. ଜଙ୍କ ଫୁଡ ଯେପରି ଫାଷ୍ଟଫୁଡ, ଅତ୍ୟଧିକ ତେଲ ଜାତୀୟ ଦ୍ରବ୍ୟ, ଏବଂ ଲୁଣି ଦ୍ରବ୍ୟ ଖାଇବା ଯୋଗୁଁ ମଧ୍ୟ ହୋଇଥାଏ ଏହି ସମସ୍ୟା । ଏହି ଖାଦ୍ୟ ଖାଇଲେ ପେଟ ସିନା ପୁରି ରହେ. ମାତ୍ର ଶରୀରକୁ ଜିନ୍ ପୋଷକ ଜରୁରୀ ଯାହା ଏହି ଖାଦ୍ୟରୁ ମିଳିପାରି ନଥାଏ ଫଳରେ କେଶ ଦୁର୍ବଳ ହୋଇ ଝଡିବା ଆରମ୍ଭ କରିଥାଏ ।

୫. ସାରାଦିନ ଏସିରେ ରହିବାଦ୍ୱାରା ଆପଣଙ୍କ କେଶରେ କ୍ଷତି ପହଂଚାଇଥାଏ । ପରିବେଶରେ ଅଚାନକ ପରିବର୍ତନ ଯୋଗୁଁ କେଶ ଦୁର୍ବଳ ହୋଇ ଉପୁଡିଥାଏ ।

ଏହି ସବୁ ସମସ୍ୟାରୁ ମୁକ୍ତିଲାଗି ନିୟମିତ ଖାଦ୍ୟ ଉପରେ ଧ୍ୟାନ ଦିଅନ୍ତୁ । ଫଳ, ସବୁଜ ପନିପରିବା, ପୁଷ୍ଟିକର ଖାଦ୍ୟ ଖାଆନ୍ତୁ । ପ୍ରଚୁର ପାଣି ପିଅନ୍ତୁ ଏବଂ ଯେତେ କମ୍ ପାରୁଛନ୍ତି ପ୍ରସାଧନ ସାମଗ୍ରୀ ବ୍ୟବହାର କରନ୍ତୁ । ଏହି ସବୁ ପ୍ରତି ଧ୍ୟାନ ଦେଲେ କେଶ ଉପୁଡିବା ଭଳି ସମସ୍ୟାରୁ କିଛିମାତ୍ରାରେ ମୁକ୍ତି ପାଇପାରିବେ ।