ବୈବାହିକ ଜୀବନକୁ ମଧୁର କରିବାକୁ ଚାହୁଁଛନ୍ତି କି ? ପିଅନ୍ତୁ ସଜନା ଛୁଇଁ ସୁପ୍

110

ସଜନା ଛୁଇଁ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ଖୁବ୍ ଫାଇଦା ହୋଇଥାଏ । ଏହା ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦୂର କରିଥାଏ । ଅନେକ ରୋଗର ନିରାକରଣରେ ଏହା ସାହାଯ୍ୟ କରିଥାଏ । ଥଣ୍ଡା ,କାଶ ,ଗଳା ବସି ଯାଇଥିଲେ ଓ ଛାତିରେ କମ୍ଫ ଜମିଯାଇଥିଲେ ସଜନା ଛୁଇଁ ଖୁବ ଫଳପ୍ରଦ ହୋଇଥାଏ ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏହା ଆମର ସେକ୍ସୁଆଲ ପାୱାର ବଢାଇବାରେ ମଧ୍ୟ ସାହାଯ୍ୟ କରିଥାଏ । ଏହାକୁ ପାଣିରେ ସିଝାଇ ସୁପ୍ କରି ପିଇଲେ ଏହା ଯୌନ କ୍ଷମତା ବଢାଇଥାଏ । ଏହା ସହ ଆମର ପାଚନ ତନ୍ତ୍ର କୁ ମଜବୁତ୍ କରିଥାଏ । ଏହା ଶରୀରରେ ରକ୍ତକୁ ସଫା କରିଥାଏ । ଡାଇବେଟିସକୁ କଂଟ୍ରୋଲ କରିବାରେ ମଧ୍ୟ ଏହା ଖୁବ୍ ସାହାଯ୍ୟ କରିଥାଏ । ଏଥିରେ ଆଂଟି ବ୍ୟାକ୍ଟେରିଆ ଗୁଣ ଥିବାରୁ ଏହା ଅନେକ ରୋଗର ସଂକ୍ରମଣରୁ ରକ୍ଷା କରିଥାଏ ।

ସଜନା ଛୁଇଁରେ କଣ କଣ ଭିଟାମିନ ଥାଏ ?
ଏଥିରେ ଭିଟାମିନ-ସି ପ୍ରଚୁର ପରିମାଣରେ ଥାଏ । ଏହାଛଡା ଏହା ବିଟା କେରୋଟିନ୍ ପ୍ରୋଟିନ୍ ଓ ଅନେକ ପ୍ରକାର ଲବଣରେ ଭରପୂର ଏବଂ ମାଗ୍ନେସିୟମ୍ ,ପୋଟାସିୟମ୍ ଓ ଫାଇବରର ଅଂଶ ଏହି ସଜନାରେ ରହିଛି ।