ସାବଧାନ ! ଗରମ ଦିନରେ ପିଅନ୍ତୁ ନାହିଁ ଏହି ସବୁ ଜୁସ୍, ଓଜନ ବଢ଼ିଯିବ

83

ଲୋକମାନେ ଭାବନ୍ତି ଯେ ଗରମ ଦିନରେ ଓଜନ ହ୍ରାସ କରିବା ସହଜ ହୋଇଥାଏ । କାହିଁକି ନା ଏହି ସମୟରେ ହେଭି ଫୁଡ୍ ଖାଇବାକୁ ଇଚ୍ଛା ହୋଇ ନ ଥାଏ । କିନ୍ତୁ ଗରମ ହେତୁ ଥଣ୍ଡା ପାନୀୟ ପିଇବାକୁ ଇଚ୍ଛା ହୋଇଥାଏ । ଆସନ୍ତୁ ଜାଣିବା କିଛି ଥଣ୍ଡା ପାନୀୟ ବିଷୟରେ ଯାହା ପିଇବା ଦ୍ୱାରା ଓଜନ ବୃଦ୍ଧି ହୋଇଥାଏ ।

ସଫ୍ଟ ଡ୍ରିଙ୍କସ : ବଜାରରେ ମିଳୁଥିବା ୩୩୦ ଏମଏଲ କୋକ ବୋତଲରେ ପ୍ରାୟ ୧୩୯ କାଲୋରି ଥାଏ । ସୁଗାର ମଧ୍ୟ ଅଧିକ ପରିମାଣରେ ଥାଏ । ଓଜନ କମ୍ କରିବାକୁ ଚାହୁଁଥିବା ଲୋକମାନେ ସଫ୍ଟ ଡ୍ରିଙ୍କସ ପିଇବା ଅନୁଚିତ ।

ଆଲକୋହଲ: ଏକ ଗ୍ଲାସ ଓ୍ଵାଇନରେ ୧୧୦ ରୁ ୩୦୦ ଯାଏଁ କାଲୋରି ରହିଥାଏ ।

ମଲାଇ ଲସୀ: ଦହି ଏବଂ ମଲାଇ ଲସି ଆପଣଙ୍କ ଓଜନକୁ ବୃଦ୍ଧି କରିଥାଏ । ତେଣୁ ଓଜନ କମ୍ କରିବାକୁ ଚାହୁଁଥିଲେ ଏସବୁକୁ ଗ୍ରହଣ କରନ୍ତୁ ନାହିଁ ।

ମକଟେଲ୍ସ : ଏଥିରେ ଥିବା ସ୍ୱିଟନର ଏବଂ ଫ୍ରୁଟ୍ ଫ୍ଲେଭରସ ରେ ୫୦୦ ରୁ ଅଧିକ କାଲୋରି ରହିଥାଏ।

ମଇଁଷି କ୍ଷୀର: ଏକ ଗ୍ଲାସ ମଇଁଷି କ୍ଷୀରରେ ୨୮୫ କାଲୋରି ରହିଥାଏ । ଏହା ପିଇବା ଦ୍ୱାରା ଓଜନ ବୃଦ୍ଧି ହୋଇଥାଏ ।

ଚକୋଲେଟ ସେକ୍ : ଏକ ଗ୍ଲାସ ଚକୋଲେଟ୍ ସେକରେ ୨୫୦ କାଲୋରି ରହିଥାଏ ।

କଫି: ଏକ କପ୍ କଫିରେ ୨୦୦ କାଲୋରି ଥାଏ ।

କମଳା ଜୁସ୍ : ଏହି ଜୁସରେ ଫାଇବର କମ୍ ଥାଏ ଏବଂ କାଲୋରି ଅଧିକ ରହିଥାଏ ।